www.samajalive.in
Tuesday, December 9, 2025
17.1 C
Bhubaneswar

୫ଟି ଆଇଆଇଆଇଟିକୁ ମିଳିବ ଜାତୀୟ ଅନୁଷ୍ଠାନ ମର୍ଯ୍ୟାଦା

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେଶନ ଟେକ୍ନୋଲୋଜି ଆଇନ ସଂଶୋଧନ ବିଲ୍‍ ୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି। ଆଇଆଇଆଇଟି ଆଇନ୍‍ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍‍ ସଂଶୋଧନ ଆଣିବ। ୨୦୧୭ ଆଇଆଇଆଇଟି ସରକାରୀ-ବେସରକାରୀ ଭାଗିଦାରୀ ଆଇନ କିଛି ଆଇଆଇଆଇଟି ଅନୁଷ୍ଠାନକୁ ଜାତୀୟ ଅନୁଷ୍ଠାନର ମର୍ଯ୍ୟାଦା ପ୍ରଦାନ କରିବ। ସୁରତ, ଭୋପାଳ, ଭାଗଲପୁର, ଅଗରତାଲା ଓ ରାୟଚୁରଠାରେ ପ୍ରତିଷ୍ଠିତ ୫ଟି ଆଇଆଇଆଇଟିଗୁଡ଼ିକୁ ଜାତୀୟ ଅନୁଷ୍ଠାନର ମର୍ଯ୍ୟାଦା ଦେବାକୁ ବିଲରେ ବ୍ୟବସ୍ଥା ରହିଛି।

ଏହି ବିଲ୍‍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ଦେଶର ବିକାଶରେ ବୈଷୟିକ ଜ୍ଞାନ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୈଷୟିକ ଜ୍ଞାନ କ୍ଷେତ୍ର ପ୍ରତି ସ୍ୱତନ୍ତ୍ର ଆଲୋକପାତ କରାଯାଉଛି। ବିଜେପିର କାମାକ୍ଷା ପ୍ରସାଦ ତାସା କହିଛନ୍ତି, ସେହି ଆଇଆଇଆଇଟି ଅନୁଷ୍ଠାନଗୁଡ଼ିକ ଜାତୀୟ ଅନୁଷ୍ଠାନରେ ପରିଣତ ହେବା ପରେ ଏହା ଛାତ୍ରଛାତ୍ରୀମାନଙ୍କର ନୈତିକ ମନୋବଳ ବୃଦ୍ଧି କରିବ।

- Advertisement -

ବିଜେଡ଼ିର ସସ୍ମିତ ପାତ୍ର ଆଇଆଇଆଇଟିଗୁଡ଼ିକରେ ଓଡ଼ିଶା ପାଇଁ କୋଟା ରଖିବାକୁ ଦାବି କରିଛନ୍ତି। ୱାଇଏସଆର୍‍ କଂଗ୍ରେସର ବିଜୟ ସାୟରେଡ୍ଡୀ ବିଲ୍‍କୁ ସମର୍ଥନ କରିଛନ୍ତି। ଜେଡିୟୁର ଆର୍‍.ସି.ପି. ସିଂ କହିଛନ୍ତି, ଏହି ବିଲ୍‍ ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ। ଟିଡିପିର କେ. ରବିନ୍ଦ୍ରକୁମାର ଫି’ ଢାଞ୍ଚାକୁ ନେଇ ପ୍ରଶ୍ନ ଉଠାଇବା ସହ ଗରିବ ଛାତ୍ରଛାତ୍ରୀମାନଙ୍କ ଉପରେ ଏହା ଦ୍ୱାରା ଅଧିକ ବୋଝ ପଡ଼ୁଛି ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories