www.samajalive.in
Tuesday, December 9, 2025
16.1 C
Bhubaneswar

ନଦୀରେ ଭାସିଗଲା ବସ୍‍ ; ବର୍ତ୍ତିଲେ ୨୪ ଯବାନ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁରରେ ମାଓ ଅପରେସନ ସାରି ଫେରୁଥିବା ଯବାନଙ୍କ ବସ୍‍ ପୋଲ ପାର ହେଉଥିବା ବେଳେ ନଦୀରେ ଭାସି ଯାଇଛି। ଫଳରେ ବସ୍‍ରେ ବସିଥିବା ୨୪ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଜାପୁର ଜିଲା ଉରୁପାଲ ଓ ମିତୁଲୁର ଜଙ୍ଗଲକୁ ଯାଇ ଯବାନମାନେ ଫେରୁଥିଲେ। ମିତୁଲୁର ନଦୀରେ ଏକ ଛୋଟିଆ ପୋଲ ପାର ହେଉଥିବା ସମୟରେ ଯବାନମାନେ ବସିଥିବା ବସ ନଦୀ ମଧ୍ୟକୁ ଭାସି ଯାଇଥିଲା। କୌଶଳକ୍ରମେ ଝରକା ଭାଙ୍ଗି ବସରୁ ୨୪ ଯବାନ ବାହାରକୁ ଆସିଥିଲେ। ନଦୀ ଅପରପାର୍ଶ୍ବରେ ଥିବା ଅନ୍ୟ ଯବାନ ସେମାନଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ କିଛିଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ପ୍ରାୟ ୩ରୁ ୪ ଫୁଟ ପାଣି ନଦୀର ପୋଲ ଉପରେ ପ୍ରବାହିତ ହେଉଥିଲା। ଡ୍ରାଇଭର ସାହାସର ସହ ଗାଡିକୁ ପୋଲ ପାର କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ସମସ୍ତ ଯବାନ ସୁରକ୍ଷିତ ରହିଥିବା ବେଳେ ବସ ନଦୀ ଗର୍ଭକୁ ଖସି ଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories