www.samajalive.in
Tuesday, December 9, 2025
17.1 C
Bhubaneswar

ସୁଶାନ୍ତଙ୍କ ସ୍ମୃତିରେ ରାଜକୁମାର

ସିନେଜଗତର ଜଣେ ଆଗଧାଡ଼ିରେ ନିର୍ଦେଶକ ଭାବେ ରାଜକୁମାର ହିରାନୀ ଜଣାଯାନ୍ତି। ୨୦୧୪ରେ ତାଙ୍କ ନିର୍ଦେଶିତ ‘ପିକେ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଓ ଏହା ସୁପରହିଟ୍ ମଧ୍ୟ ହୋଇଥିଲା। ମୁଖ୍ୟ ଭୂମିକାରେ ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମୀର ଖାନ୍, ଅନୁଷ୍କା ଶର୍ମା ଓ ସ୍ବର୍ଗୀୟ ସୁଶାନ୍ତ ସିଂ ରାଜପୁତ୍ ଅଭିନୟ କରିଥିଲେ। ସୁଶାନ୍ତଙ୍କ ଭୂମିକା ଏଥିରେ ଖୁବ୍ କମ୍ ସମୟ ଥିବାବେଳେ ଦର୍ଶକ ମହଲରେ କିନ୍ତୁ ବେଶ୍ ଆଦୃତ ହୋଇଥିଲା। ରାଜକୁମାର ଯେତେବେଳେ ସୁଶାନ୍ତଙ୍କୁ ଏଇ ଚରିତ୍ର ପାଇଁ ଚୁକ୍ତି କଲେ, ଆରମ୍ଭରୁ ସୁଶାନ୍ତଙ୍କର ଗୋଟିଏ ସର୍ତ୍ତ ଥିଲା ସେ ଏଇ ଭୂମିକା ପାଇଁ ପାଉଣା ନେବେ ନାହିଁ। ପ୍ରଯୋଜକ ଓ ନିର୍ଦେଶକ ଯେତେ ବୁଝାଇଲେ ମଧ୍ୟ ସୁଶାନ୍ତ ନିଜ ନିଷ୍ପତ୍ତି ବଦଳାଇନଥିଲେ। ଚଳଚ୍ଚିତ୍ର ସୁପରହିଟ୍ ହେବା ପରେ ମଧ୍ୟ ରାଜକୁମାର ହିରାନୀ ଏ ବାବଦରେ ପୁଣି ସୁଶାନ୍ତଙ୍କୁ ଯୋଗାଯୋଗ କଲେ, କିନ୍ତୁ ସୁଶାନ୍ତ ବିନମ୍ରତାର ସହ ମନା କଲେ। ରାଜକୁମାର ଜଣେ ଯୁବ କଳାକାରର ଏଭଳି ବ୍ୟବହାରରେ ଆଶ୍ଚର୍ଯ୍ୟ ହେବା ସହ ସୁଶାନ୍ତଙ୍କୁ ସେ ଏହା ପରଠାରୁ ‘ଏ ଜେମ୍’ ବୋଲି କହିବା ଆରମ୍ଭ କଲେ। ସୁଶାନ୍ତଙ୍କ ସହ ଘନିଷ୍ଠତା ବଢ଼ିବା ପରେ ସେ ଜାଣିବାକୁ ପାଇଥିଲେ, ଏଇ ଯୁବକ ଜଣକ ପୁସ୍ତକ ପ୍ରିୟ। ରାଜକୁମାର ଏହା ପରଠାରୁ ସୁଶାନ୍ତଙ୍କୁ ପୁସ୍ତକ ଭେଟି ଦେବା ଆରମ୍ଭ କଲେ। ଯେଉଁଠାକୁ ଭ୍ରମଣ କରିବାକୁ ଗଲେ, ରାଜକୁମାର ତାଙ୍କର ଏଇ ବନ୍ଧୁ ପାଇଁ ପୁସ୍ତକ ନିଶ୍ଚୟ ଆଣିଥାନ୍ତି। ହିରାନୀ ନିର୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ରରେ ସୁଶାନ୍ତ ମୁଖ୍ୟ ଭୂମିକା​‌େ​‌ର ଅବତୀର୍ଣ୍ଣ ହୋଇଥିବାର ସ୍ଥିର ହୋଇଥିବାବେଳେ ସେ ସୁଯୋଗ କିନ୍ତୁ ହିରାନୀଙ୍କର ହାତଛଡ଼ା ହୋଇଗଲା। କିଛିଦିନ ତଳେ ଏକ ସାକ୍ଷାତକାର୍‌ରେ ସୁଶାନ୍ତ ସମ୍ପର୍କରେ କହିବାବେଳେ ରାଜକୁମାରଙ୍କ କଣ୍ଠରୋଧ ହୋଇଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories