www.samajalive.in
Monday, December 8, 2025
14.1 C
Bhubaneswar

ସଙ୍କଟ ସମୟରେ ଅର୍ଥ ଚିନ୍ତା, ରି-ଆଡ଼ମିସନ୍‍ ଫି ହ୍ରାସ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ଫୁଲବାଣୀ: କରୋନା ସଙ୍କଟ ସମୟରେ ଛାତ୍ରଛାତ୍ରୀଙ୍କୁ ଅର୍ଥ ଚିନ୍ତା ଘାରିଛି। ଏଭଳି ସ୍ଥଳେ ରି ଆଡ଼ମିସନ୍‍ ପାଇଁ ଫି ହ୍ରାସ କରିବାକୁ ଦାବି କରି ଆଜି ଟିକାବାଲି ସ୍ଥିତ ଏଏମ୍‍ସିଏସର ଛାତ୍ରଛାତ୍ରୀମାନେ ଲିଖିତ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଟିକାବାଲି ସ୍ଥିତ ଏଏମ୍‍ସିଏସ୍‍ ମହାବିଦ୍ୟାଳୟର ସ୍ନାତକ କଳା ଓ ବିଜ୍ଞାନର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଲିଖିତ ଭାବେ ଦେଇଥିବା ଦାବିପତ୍ର ପ୍ରକାରେ, କରୋନା ମହାମାରୀ ଯୋଗୁଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କର ପରିବାରବର୍ଗଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। ତେବେ ଏହି ସଙ୍କଟ ସମୟରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦାବି କରିଛନ୍ତି। ରି ଆଡ଼ମିସନ୍‍ ବାବଦରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ଅର୍ଥ ଦାବି କରିିବା ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କର ରି ଆଡ଼ମିସନ୍‍ ଫି ହ୍ରାସ କରିବା ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ସକ୍ଷମ ମୁମତାବ କ ଫି ଧାର୍ୟ୍ୟ କରିବା ନିବେଦନ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ରାହୁଲ୍‍ ପ୍ରଧାନ, ରାକେଶ ମିଶ୍ର, ଶରତ ନାୟକ, କୁମୁଦିନି କହଁରଙ୍କ ଭଳି ବହୁ ଛାତ୍ରଛାତ୍ରୀ ଦସ୍ତଖତ ଥିବା ଏକ ଦାବିପତ୍ର ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିବା ପ୍ରକାଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories