www.samajalive.in
Monday, December 8, 2025
27.1 C
Bhubaneswar

ଛ’ଟି ରବି ଫସଲର ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ସଂସଦରେ ଦୁଇଟି କୃଷି ସମ୍ବନ୍ଧୀୟ ବିଲ୍ ପାସ ହେବାର ଗୋଟିଏ ଦିନ ପରେ ଆଜି କେନ୍ଦ୍ର ସରକାର ଛ’ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କହିଛନ୍ତି। ସେ କହିଛନ୍ତି ଯେ ଗହମର ୫୦ ଟଙ୍କା ବୃଦ୍ଧି ପରେ ଗହମର ଏମଏସପି ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୧ହଜାର ୯୭୫ ଟଙ୍କା ହୋଇଛି। ତୋମାର କହିଛନ୍ତି ଯେ କୃଷକମାନଙ୍କୁ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ମୂଲ୍ୟ ଯୋଗାଇବା ପାଇଁ ଏନଡିଏ ସରକାର ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରୁଛନ୍ତି।

ସେ କହିଛନ୍ତି ଯେ ସଂସଦରେ ଐତିହାସିକ କୃଷି ବିଲ୍ ପାରିତ ହେବା ପରେ ଆଜି ଏମଏସପି ବୃଦ୍ଧି ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରବି ଫସଲ ବୁଣିବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କମିଟି ଛ’ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି।

- Advertisement -

୫୦ ଟଙ୍କା ବୃଦ୍ଧି ପରେ ଗହମର ଏମଏସପି ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୧ହଜାର ୯୭୫ ଟଙ୍କା ହୋଇଛି। ଚଣା ଡାଲିର ଏମଏସପି ୨୨୫ ଟଙ୍କା ବୃଦ୍ଧି ପାଇବା ପରେ କୁଇଣ୍ଟାଲ ପିଛା ମୂଲ୍ୟ ୫ ହଜାର ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମସୁର ଡାଲିର ସହାୟକ ମୂଲ୍ୟ ୩ ଶହ ଟଙ୍କା ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ମୂଲ୍ୟ ୫ ହଜାର ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ସୋରିଷ ମୂଲ୍ୟରେ ୨୦୦ ଟଙ୍କା ବୃଦ୍ଧି ପାଇବା ପରେ କୁଇଣ୍ଟାଲ ପିଛା ମୂଲ୍ୟ ୪ ହଜାର ୫୦ ଟଙ୍କାକୁ ବୃଦ୍ଧି ପାଇଛି। ବାର୍ଲିର ଏମଏସପି ୭୫ ଟଙ୍କା ବୃଦ୍ଧି ପରେ କ୍ୱିଣ୍ଟାଲ ପିଛା ମୂଲ୍ୟ ୧୬ ଶହ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୧୧୨ ଟଙ୍କା ବୃଦ୍ଧି ପରେ କୁସୁମ ଫୁଲ ମଞ୍ଜିର ଏମଏସପି କ୍ୱିଣ୍ଟାଲ ପିଛା ୫ ହଜାର ୩୨୭ ଟଙ୍କାକୁ ବୃଦ୍ଧି ପାଇଥିବା କୃଷି ମନ୍ତ୍ରୀ କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories