www.samajalive.in
Sunday, December 7, 2025
16.1 C
Bhubaneswar

ସଫଳ ଚାଷୀ ରାଜ୍ୟ ପ୍ରଗତିର ମେରୁଦଣ୍ଡ

ବୋଲଗଡ : କଥାରେ ଅଛି ‘ଚାଷ ଅଛି ଯାହାର କେତେ ସୁଖ ତାହାର’, ‘ସେହି ସିନା ଯୋଗାଉଛି ଦୁନିଆକୁ ଆହାର’। ଓଡିଶା ରାଜ୍ୟ ଏକ କୃଷି ବହୁଳ ରାଜ୍ୟ। ତେଣୁ କୃଷି ଓ କୃଷକର ବିକାଶ ଘଟିଲେ ଓଡିଶା ରାଜ୍ୟର ଆର୍ଥିକ ପ୍ରଗତି ଘଟିପାରିବ। ଚାଷୀ ଓ କୃଷକମାନଙ୍କୁ ଉନ୍ନତ ବିହନ, ସାର, କୀଟନାଶକ, କୃଷି ବୈଜ୍ଞାନିକ ପରାମର୍ଶ ଏବଂ ଆର୍ଥିକ ସହାୟତା ରାଜ୍ୟସରକାରଙ୍କ ତରଫରୁ ଯୋଗାଇଦେବା ଉଚିତ୍। ଆଦର୍ଶ ଶିକ୍ଷା ଗ୍ରହଣକରି ଆତ୍ମନିର୍ଭରଶୀଳ ହେବାପାଇଁ କେବଳ ଯେ ସରକାରୀ ନିଯୁକ୍ତି ପଛରେ ନ ଗୋଡାଇ ଆଦର୍ଶ କୃଷକଭାବେ ଉନ୍ନତ ଫସଲ, ଫଳ, ଫୁଲ ନିଜ ଚାଷ ଜମିରୁ ଆମଦାନୀ କରି ଅଧିକ ଲାଭବାନ ହୋଇପାରିଲେ ତେଲ ଲୁଣ ଅଭାବୀ ସଂସାରରେ ତାର କୌଣସି ଦୁଃଖ ରହିବ ନାହିଁ।

ବୋଲଗଡ କୃଷିବ୍ଲକ ବଡକୁମାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମର ଗଜେନ୍ଦ୍ରଙ୍କ ପୁଅ ନୀଳମଣୀ ଗଜେନ୍ଦ୍ର(୫୨) ନିଜଗ୍ରାମ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୋହିସାହି ଗ୍ରାମକୁ ଆଜକୁ ୧୫ବର୍ଷ ହେବ ପରିତ୍ୟାଗ କରି ବସବାସ କରୁଅଛନ୍ତି।  ସେ ବାଙ୍କୋଇସ୍ଥିତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର  ଜୁନିୟର କଲେଜରୁ କଳା ବିଷୟରେ ପାସ୍ କରିଥିଲେ ମଧ୍ୟ ଆର୍ଥିକ  ଅନାଟନ ଯୋଗୁଁ ଆଉ ଅଧିକ ପାଠ ପଢି ପାରିନଥିଲେ। ନିଜର କୌଣସି ଚାଷ ଜମି ନଥିଲେ ମଧ୍ୟ ମନରେ ଦୃଢ ଆଶା ବିଶ୍ୱାସ ତଥା ଭରସା ରଖି ଲୋକଙ୍କ ଠାରୁ ୫ ଏକର ଚାଷ ଜମି ଭାଗ ଧରି ୩ଶତକଡା କମ୍ ସୁଧରେ ୬୦ହଜାର ଟଙ୍କା ଋଣ ଆଣି ପାଳୁଅ, ବାଇଗଣ, ମକା, ଟମାଟୋ, ଫୁଲକୋବି, ପତ୍ରକୋବି, ଜହ୍ନି, ଆଖୁ, ଭେଣ୍ଡି, ଝୁଡଙ୍ଗ ଓ ଲଙ୍କା ଚାଷ କରି ବର୍ଷକୁ ୭୦ହଜାର ଟଙ୍କାରୁ ଅଧିକ ଲାଭବାନ ହୋଇପାରିଛନ୍ତି। ସେ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରି ନିଜର ପୁଅ ରଣିଜତ୍ ଗଜେନ୍ଦ୍ରକୁ ବିଜ୍ଞାନରେ ସ୍ନାତକ ଓ ଝିଅ ବର୍ଷାରାଣୀକୁ ଓଡିଆ(ଏମ୍.ଫି୍)ବିଷୟରେ କଲିକତାସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ପାଠ ପଢାଉ ଅଛନ୍ତି। ସେ ଜଣେ ଆଦର୍ଶ କୃଷକ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ପାଖକୁ କୃଷିସେବକ କିମ୍ବା ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀ କୃଷି ପରାମର୍ଶ ଦେବାପାଇଁ ଯାଇନାହାଁନ୍ତି। କିମ୍ବା କୃଷି ପାଇଁ ଉନ୍ନତ ସାର, ବିହନ,କୀଟନାଶକ ଓ ସରକାରୀ ଅର୍ଥିକ ସହାୟତା ଦେଇନାହାଁନ୍ତି। ସରକାରଙ୍କ ତରଫରୁ ଫସଲ ବିକ୍ରୟ କେନ୍ଦ୍ର ନଥିବାରୁ ଚାଷୀ ଶ୍ରୀ ଗଜେନ୍ଦ୍ର କମ୍ ଲାଭରେ ବାଧ୍ୟ ହୋଇ ରାଜସୁନାଖଳାସ୍ଥିତ ପ୍ରଭାତ ସାହୁଙ୍କ ଫସଲ ବିକ୍ରୟ ଗଦିରେ ନିଜର ଉତ୍ପାଦିତ ଫସଲ ବିକ୍ରୟ କରନ୍ତି ବୋଲି ଦୁଃଖରେ କହିଅଛନ୍ତି। ତେଣୁ ଚାଷ ଓ ଚାଷୀର ବିକାଶ ପାଇଁ ଆଦର୍ଶ କୃଷକ ନୀଳମଣୀ ଗଜେନ୍ଦ୍ରଙ୍କୁ ରାଜ୍ୟସରକାରଙ୍କ କୃଷି ବିଭାଗ ତରଫରୁ ସମ୍ମାନୀତ କରାଯାଇ ସରକାରୀ ଆର୍ଥିକ ସହୟାତା ଯୋଗାଇ ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories