www.samajalive.in
Tuesday, December 9, 2025
16.1 C
Bhubaneswar

ମନ୍ତ୍ରୀ ଓ ସାଂସଦଙ୍କ ବେତନ, ଭତ୍ତା ଓ ପେନ୍‍ସନ୍‍ ସଂଶୋଧନ ବିଲ୍‍ ରାଜ୍ୟସଭାରେ ଗୃହିତ

ନୂଆଦିଲ୍ଲୀ : ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା ସଂଶୋଧନ ବିଲ୍‍-୨୦୨୦ ଓ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନ୍‍ସନ୍‍ ସଂଶୋଧନ ବିଲ୍‍-୨୦୨୦ ଶୁକ୍ରବାର ରାଜ୍ୟସଭାରେ ଗୃହିତ ହୋଇଛି। ଏହି ବିଲ୍‍ ଅନୁସାରେ ମନ୍ତ୍ରୀ ଓ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନ୍‍ସନ୍‍ ଶତକଡ଼ା ୩୦ ଭାଗ ହ୍ରାସ ପାଇବ। ଏ ସମ୍ବନ୍ଧୀୟ ୧୯୫୨ ଓ ୧୯୫୪ର ଆଇନ ସ୍ଥାନରେ ଏହି
ବିଲ୍‍ଗୁଡ଼ିକ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନ ଗତ ଏପ୍ରିଲ୍‍ ମାସରୁ ବର୍ଷେ ପର୍ଯ୍ୟନ୍ତ ଲାଗୁ ହେବ।

ଆଜି ପ୍ରଥମ ବିଲ୍‍ଟିକୁ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. କିଷନ୍‍ ରେଡ୍ଡୀ ଆଗତ କରିଥିବାବେଳେ ଦ୍ୱିତୀୟ ବିଲ୍‍ଟିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଗତ କରିଥିଲେ। ବିଲ୍‍ ସଂକ୍ରାନ୍ତୀୟ ବିତର୍କରେ ଅଂଶ ଗ୍ରହଣ କରି ଶ୍ରୀ ରେଡ୍ଡୀ କହିଥିଲେ, କୋବିଡ୍‍-୧୯ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାରଙ୍କୁ ସହାୟତା କରିବା ଲକ୍ଷ୍ୟରେ ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତାରେ ଏହି ହ୍ରାସ କରାଯାଇଛି।

- Advertisement -

ଶ୍ରୀ ଯୋଶୀ କହିଥିଲେ, ସାଂସଦ ହାତ ପାଣ୍ଠି ଅସ୍ଥାୟୀ ଭାବେ ୨ ବର୍ଷପାଇଁ ବାତିଲ୍‍ କରାଯାଇଛି। କୋବିଡ୍‍ -୧୯  ମୁକାବିଲାରେ ଭାରତର ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମେତ ବହୁ ଆନ୍ତର୍ଜାତିକ ସଂସ୍ଥା ପ୍ରଶଂସା କରିଥିବା ଶ୍ରୀ ଯୋଶୀ ଜଣାଇଥିଲେ। ପୂର୍ବରୁ ଆଲୋଚନା ସମୟରେ ବିଭିନ୍ନ ବିରୋଧି ଦଳର ସାଂସଦମାନେ ସାଂସଦ ହାତ ପାଣ୍ଠିକୁ ସରକାର ବାତିଲ୍‍ କରିବାକୁ ନେଇ ପ୍ରତିବାଦ କରିଥିଲେ ଓ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବାକୁ ଦାବି କରିଥିଲେ। ରାଜ୍ୟସଭା ବିରୋଧି ଦଳ ନେତା ଗୁଲାମ୍‍ ନବୀ ଆଜାଦ୍‍ କହିଥିଲେ, ସାଂସଦ ହାତ ପାଣ୍ଠି ଲୋକମାନଙ୍କର ଅର୍ଥ ଓ ଏହା ଲୋକମାନଙ୍କର କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଆବଶ୍ୟକ। ଦୁଇ ବର୍ଷ ପାଇ ସାଂସଦ ହାତ ପାଣ୍ଠିକୁ ବାତିଲ୍‍ ନ କରି ଗୋଟିଏ ବର୍ଷପାଇଁ ବାତିଲ୍‍ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ। ଗୋଟିଏ ବର୍ଷ ବାତିଲ୍‍ କରିବା ସମୟରେ ଏହାକୁ ଶତକଡ଼ା ୫୦ ଭାଗ କମ୍‍ କରିବାପାଇଁ ମଧ୍ୟ ଶ୍ରୀ ଆଜାଦ୍‍ ଅନୁରୋଧ କରିଥିଲେ।

ଟିଏମ୍‍ସିର ଦୀନେଶ ତ୍ରିବେଦୀ କହିଥିଲେ, ଏଭଳି ଏକ ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦଳଗୁଡ଼ିକ ସହ ଆଲୋଚନା କରିବା ଉଚିତ ଥିଲା। ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ସାଂସଦ ହାତ ପାଣ୍ଠିର ପୁନର୍ସ୍ଥାପନ ପାଇଁ ଦାବି କରିଥିଲେ। ସେ କହିଥିଲେ, ଏହି ଅର୍ଥ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଉଛି। ସମାଜବାଦୀ ପାର୍ଟିର ବିଶମ୍ବର ପ୍ରସାଦ ନଶାଦ ମଧ୍ୟ ସମାନ ମତ ଦେଇଥିଲେ। ବିଜେପିର ଶ୍ୱେତ୍‍ ମଲ୍ଲିକ୍‍ କୋବିଡ୍‍ ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କୁ ରିଲିଫ୍‍ ଯୋଗାଇ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କରିଥିଲେ। ଏ ପ୍ରସଙ୍ଗରେ ରାଜନୀତି ନ କରିବାକୁ ସେ ବିରୋଧି ଦଳ ସାଂସଦମାନଙ୍କୁ ନିବେଦନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories