www.samajalive.in
Tuesday, December 9, 2025
16.1 C
Bhubaneswar

ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଟିଭି ଓ ହ୍ୱାଟସ୍ଆପ୍ ମାଧ୍ୟମରେ ମିଳିବ ଚିକିତ୍ସା ସମ୍ବନ୍ଧରେ ଟିପ୍ସ

ଭୁବନେଶ୍ଵର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଯେଉଁ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ପରିମାଣରେ ମଧ୍ୟ ଆକ୍ରାନ୍ତ କରୋନାରୁ ସୁସ୍ଥ ହେଉଛନ୍ତି। ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟ ପ୍ରାୟ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ସ୍ବଳ୍ପ ଲକ୍ଷଣ ଦେଖାଯାଉଛି । ଯାହା ଫଳରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିବାର ଆବଶ୍ୟକତା ପଡୁନାହିଁ । ଘରେ ହୋମ ଆଇସୋଲେସନରେ ରହି ଜଣେ ସ୍ବଳ୍ପ ଲକ୍ଷଣ ଥିବା ଆକ୍ରାନ୍ତ ଚିକିତ୍ସିତ ହେଲେ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିପାରୁଛନ୍ତି। ସବୁଡୁ ବଡ କଥା ହେଉଛି ଆମ ରାଜ୍ୟ ଓଡିଶାରେ ବର୍ତ୍ତମାନ ୭୦ ଶତକଡା କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି ଏବଂ ହୋମ ଆଇସୋଲେସନରେ ରହି ଅଧିକ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଆଜି ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ହ୍ୱାଟସ୍ଆପ୍‌ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଦେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ

- Advertisement -

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ ୭୦ ଶତକଡା କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି । ଏଣୁ ଏହି ସମୟରେ ସେମାନେ କିଭଳି ନିଜର ଯତ୍ନ ନେବେ । ହୋମ୍ଆଇସୋଲେସନରେ ଥିବା ବେଳେ କିଭଳି ରହିବେ । ଲକ୍ଷଣ ନଥିଲେ କେଉଁ ଔଷଧ ଖାଇବେ, ଅଳ୍ପ ଲକ୍ଷଣ ଥିଲେ କେଉଁ ଔଷଧ ଖାଇବେ । ଯଦି ପରିବାରର କୌଣସି ଛୋଟ ଛୁଆକୁ କରୋନ ହୋଇଥାଏ ଅବା ଘରର କୌଣସି ବୟସ୍କଙ୍କୁ ତେବେ ସେମାନଙ୍କ ଯତ୍ନ କିଭଳି ନେବେ । କରୋନ ସଂକ୍ରମିତ ଯଦି ପୂର୍ବରୁ ମଧୁମେହ, ରକ୍ତଚାପ, ହୃଦରୋଗ ଭଳି ରୋଗରେ ପୀଡ଼ିତ ଥିଲେ କ’ଣ କରିବେ । ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠିବା ସ୍ୱାଭାବିକ । ତେବେ ଏସବୁ ଉତ୍ତର ରଖିବେ ସମ୍ପୃକ୍ତ ସ୍ୱାସ୍ଥ୍ୟା ବିଶେଷଜ୍ଞ । ଲୋକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଅପରାହ୍ନ ସାଢ଼ ୪ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହେବ ପ୍ରେସମିଟ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ହ୍ୱାଟସ୍ ଆପ୍ ନମ୍ୱର ୯୯୩୭୫୬୪୦୬୬ରେ ଲୋକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିବେ । ଅପରାହ୍ନ ୩ଟାରୁ ସାଢ଼େ ୩ ମଧ୍ୟରେ ପ୍ରଶ୍ନ ପଚାରିପାରିବେ ଲୋକେ ।

ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଟିଭି ମାଧ୍ୟମରେ ବିଶେଷଜ୍ଞ ଦେବେ କୋରୋନା ଟିପ୍ସ

ରାଜ୍ୟରେ ଚିହ୍ନଟ ହେଉଥିବା ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନଥିବା ଏବଂ କମ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ । ହୋମ ଆଇସୋଲେସରେ ଥିବା ବେଳେ କୌଣସି ଲକ୍ଷଣ ଦେଖିଲେ ସେମାନେ ପ୍ରଶାସନକୁ ଜଣାଇବେ । ତେବେ ଘରେ ହୋମ ଆଇସୋଲେସନରେ ରହିଥିବା ବେଳେ ଆକ୍ରାନ୍ତଙ୍କ ମନରେ ଚିକିତ୍ସା ପ୍ରଣାଳିକୁ ନେଇ ବହୁ ଦ୍ବନ୍ଦ ଦେଖାଦେଇଥିାଏ । ବର୍ତ୍ତମାନ ସେହି ସମସ୍ୟାର ଦୂରୀକରଣ କରିବା ପାଇଁ ରାଜ୍ୟ ସରକାର ଟିଭି ମାଧ୍ୟମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଦେବାର ବ୍ୟବସ୍ତା କରିଛନ୍ତି। ଏଣିକି ଟିଭିରେ ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଦେବେ । ଟିଭି ମାଧ୍ୟମରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ କରୋନା ଚିକିତ୍ସା ସମ୍ବନ୍ଧରେ ଟିପ୍ସ ପାଇ ଲକ୍ଷଣ ନଥିବା ଏବଂ କମ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ କରୋନାରୁ ସୁସ୍ଥ ହୋଇ ପାରିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories