www.samajalive.in
Sunday, December 7, 2025
15.1 C
Bhubaneswar

ମାଲିଙ୍ଗାଙ୍କ ଅନୁପସ୍ଥିତି ମୁମ୍ବଇ ଅନୁଭବ କରିବ: ରୋହିତ

ଦୁବାଇ : ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀଲଙ୍କାର ଫାଷ୍ଟବୋଲର ଲାସିଥ୍‍ ମାଲିଙ୍ଗା ଚଳିତବର୍ଷର ଆଇପିଏଲ୍‍ରୁ ଓହରି ଯାଇଛନ୍ତି। ମାଲିଙ୍ଗାଙ୍କ ପରି ମ୍ୟାଚ୍‍ ବିଜେତା ବୋଲରଙ୍କ ଅନୁପସ୍ଥିତି ମୁମ୍ବଇ ଇଣ୍ଡିଆନ୍‍ସ ନିଶ୍ଚୟ ଅନୁଭବ କରିବ ବୋଲି କହିଛନ୍ତି ଏହାର ଅଧିନାୟକ ରୋହିତ ଶର୍ମା। ଗତବର୍ଷ ମୁମ୍ବଇକୁ ଚମ୍ପିଆନ୍‍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମାଲିଙ୍ଗାଙ୍କ ସ୍ଥାନ ଅପୂରଣୀୟ ବୋଲି ରୋହିତ ଅନୁଭବ କରନ୍ତି। କାରଣ ବିଗତ ବର୍ଷମାନଙ୍କରେ ମାଲିଙ୍ଗା କିଛି ଅବିଶ୍ୱସନୀୟ ବୋଲିଂ କରିଛନ୍ତି।
ସୂଚନାଯୋଗ୍ୟ; ୩୭ ବର୍ଷ ବୟସ୍କ ଲାସିଥ୍‍ ମାଲିଙ୍ଗା ୧୭୦ଟି ୱିକେଟ ସହ ଆଇପିଏଲ୍‍ ଇତିହାସରେ ସଫଳତମ ବୋଲର। ମାଲିଙ୍ଗାଙ୍କ ଅନୁପସ୍ଥିତି ବିଷୟରେ ରୋହିତ ଶର୍ମା କହନ୍ତି, ମାଲିଙ୍ଗାଙ୍କ ସ୍ଥାନନେବା କାହାରି ପକ୍ଷେ ସହଜ ନୁହେଁ। ମୁମ୍ବଇ ପାଇଁ ମାଲିଙ୍ଗା ଜଣେ ମ୍ୟାଚ୍‍ ବିଜେତା ରହି ଆସିଛନ୍ତି। ଯେତେବେଳେ ଆମେ ମ୍ୟାଚ୍‍ରେ ଅସୁବିଧାରେ ପଡ଼ିଥାଉ; ମାଲିଙ୍ଗା ହିଁ ଆମକୁ ଏହି ବିପଦରୁ ଉଦ୍ଧାର କରିଥାଆନ୍ତି। ତାଙ୍କ ଅଭିଜ୍ଞତାର ଫାଇଦା ଆମେ ହରାଇବୁ। ମୁମ୍ବଇ ଇଣ୍ଡିଆନ୍‍ସ ପାଇଁ ମାଲିଙ୍ଗା ଯାହା କରିଛନ୍ତି; ତାହା ଅବିଶ୍ୱସନୀୟ। ଚଳିତବର୍ଷ ସେ ନ ଖେଳିବା ଆମର ଦୁର୍ଭାଗ୍ୟ। ତଥାପି ଆମ ଦଳରେ ଜେମ୍‍ସ ପ୍ୟାଟିନ୍‍ସନ, ଧବଳ କୁଲକର୍ଣ୍ଣୀ ଓ ମୋହ୍‍ସିନ ଖାଁଙ୍କ ପରି ପେସ୍‍ ବୋଲର ଅଛନ୍ତି; ଯାହାଙ୍କ ମଧ୍ୟରୁ କେହି ଜଣେ ମାଲିଙ୍ଗାଙ୍କ ସ୍ଥାନନେବେ। ତେବେ ମାଲିଙ୍ଗା ଅଦ୍ୟାବଧି ମୁମ୍ବଇ ପାଇଁ ଯେପରି ପ୍ରଦର୍ଶନ କରିଛନ୍ତି; ତାହା ଅତୁଳନୀୟ। ନିଜ ବ୍ୟାଟିଂ ବିଷୟରେ ରୋହିତ ଶର୍ମା କହିଛନ୍ତି ଯେ ଚଳିତ ସିଜିନ୍‍ରେ ସମସ୍ତ ମ୍ୟାଚ୍‍ରେ ସେ ଇନିଂସ ଓପନ୍‍ କରିବେ। ଗତବର୍ଷ ସମସ୍ତ ମ୍ୟାଚ୍‍ରେ ଓପନ୍‍କରି ସଫଳ ହୋଇଥିବାରୁ ଏହି ସିଜିନ୍‍ରେ ସେ ଏହା ଜାରିରଖିବେ। ତଥାପି ଦଳର ଆବଶ୍ୟକତା ଅନୁସାରେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଏହାସହ ରୋହିତ କହିଛନ୍ତି ଯେ ୟୁଏଇର ବାତାବରଣ ସହ ଖାପ୍‍ ଖୁଆଇବା ଦଳକୁ ସଫଳତା ଆଡ଼କୁ ନେଇ ଯାଇପାରେ। ଭାରତ ଓ ୟୁଏଇର ପିଚ୍‍ ଓ ବାତାବରଣ ଭିନ୍ନ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories