www.samajalive.in
Sunday, December 7, 2025
26.1 C
Bhubaneswar

ଆଇପିଏଲ୍‌: ହାର୍ଦିକଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍‌ରେ ସବୁବେଳେ ଏକ ଶକ୍ତିଶାଳୀ ଦଳ ଭାବେ ବିବେଚିତ ମୁମ୍ବଇ ଇଣ୍ଡିଆନ୍‌ସ ଦଳ ତରଫରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପିଠିରେ ଅ​‌େ​‌ସ୍ତ୍ରାପଚାର ପରେ ହାର୍ଦିକ ଆଇପିଏଲ୍‌ ଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ମୁମ୍ବଇ ଇଣ୍ଡିଆନ୍‌ସ ଦଳର ମ୍ୟାନେଜମେଣ୍ଟ, କ୍ରିକେଟ୍‌ପ୍ରେମୀଙ୍କ ସହ ବିସିସିଆଇ ପଦାଧିକାରୀଙ୍କ ନଜର ରହିିଛି। ଯଦି ହାର୍ଦିକ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରନ୍ତି ତେବେ ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ସେ ଭାରତୀୟ ଦଳରେ ସ୍ଥାନ ପାଇବା ସମ୍ଭାବନା ଅଧିକ ରହିବ। ମୁମ୍ବଇ ଇଣ୍ଡିଆନ୍‌ସ ନିମନ୍ତେ ହାର୍ଦିକ ଜଣେ ଗୁରୁତ୍ବପୂର୍ଣ୍ଣ କ୍ରିକେଟର୍‌ ଏଥିରେ କୌଣସି ସନ୍ଦେହ ନାହିଁ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ତାଙ୍କ ଠାରୁ ବହୁତ କିଛି ଆଶା ରଖିଛି।
ମୁମ୍ବଇ ଦଳ ଉପରେ ନଜର ପକାଇଲେ ଏହି ଦଳରେ ଅଧିକାଂଶ ବିସ୍ଫୋରକ ବ୍ୟାଟସମ୍ୟାନ୍ ଅଛନ୍ତି। ଦଳର ଅଧିନାୟକ ରୋହିତ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ସହ ଆବଶ୍ୟକ ବେଳେ ୧/୨ ରନ୍‌ ନେଇ ଷ୍ଟ୍ରାଇକ୍‌ ପରିବର୍ତ୍ତନ କରିବାରେ ସିଦ୍ଧହସ୍ତ ହୋଇଥିବା ବେଳେ ଅନ୍ୟମାନଙ୍କ ନିକଟରେ ଏହି ଦକ୍ଷତା କମ୍‌ ଥିବା ପରି ଲାଗୁଛି। ୟୁଏଇର ପିଚ୍‌ ଧିମା ରହିବାର ସମ୍ଭାବନା ଥିବାରୁ ଷ୍ଟ୍ରାଇକ୍‌ ପରିବର୍ତ୍ତନ କରିନପାରିଲେ ମୁମ୍ବଇ ଦଳରେ ଥିବା ବିସ୍ଫୋରକ ବ୍ୟାଟସମ୍ୟାନ୍‌ଙ୍କ ନିମନ୍ତେ ଏହା ଅସୁବିଧା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ମୁମ୍ବଇ ଦଳର ସ୍ପିନ ବିଭାଗ ଦୁର୍ବଳ ବୋଲି ଆଲୋଚନା ହେଉଛି। ଦଳରେ କ୍ରୁନାଲ୍‌ ପାଣ୍ଡ୍ୟା, ରାହୁଲ ଚହର୍‌ଙ୍କ ପରି ସ୍ପିନର ରହିଥିଲେ ମଧ୍ୟ ସେମାନେ ମ୍ୟାଚ୍‌ ବିଜେତା ନୁହନ୍ତି ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦେଇଛନ୍ତି। ସେହିପରି ବ୍ୟକ୍ତିଗତ କାରଣରୁ ବରିଷ୍ଠ ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ଚଳିତ ସଂସ୍କରଣରେ ଖେଳୁନଥିବାରୁ ଏହା ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଦଳର ଶକ୍ତି ହେଉଛି ଏହାର ବ୍ୟାଟିଂ ଲାଇନ୍‌ଅପ୍‌। ଦଳର ନେତୃତ୍ବ ନେଉଥିବା ରୋହିତ ଶର୍ମା ନିଜେ ଜଣେ ମ୍ୟାଚ୍ ବିଜୟୀ ବ୍ୟାଟସମ୍ୟାନ୍‌। ସେହିପରି ନେତୃତ୍ବ ନେବା କ୍ଷେତ୍ରରେ ରୋହିତ ମଧ୍ୟ ନିଜ ପାରିବାପଣ ଦେଖାଇ ଆସୁଛନ୍ତି। ଦଳରେ ରୋହିତଙ୍କ ବ୍ୟତୀତ କ୍ବିଣ୍ଟନ୍ ଡି’ କକ୍‌, କୈରାନ୍ ପୋଲାର୍ଡଙ୍କ ପରି ତାରକା ବ୍ୟାଟସମ୍ୟାନ୍‌ ରହିଛନ୍ତି। ଅନ୍ୟପକ୍ଷରେ ଅଲରାଉଣ୍ଡର ଭାବେ ହାର୍ଦିକଙ୍କ ଭୂମିକା ଦଳରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିବ ଏଥିରେ ସନ୍ଦେହ ନାହିଁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories