www.samajalive.in
Wednesday, December 10, 2025
18.1 C
Bhubaneswar

ଭତ୍ତା ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

ହରଭଙ୍ଗା : ହରଭଙ୍ଗା ପଂଚାୟତ ତରଫରୁ ଭତ୍ତା ଟଙ୍କା ବଣ୍ଟନକୁ ନେଇ ବିକଳାଙ୍ଗ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁରୁଣା ପଂଚାୟତରେ କାର୍ଯ୍ୟାଳୟରେ ଚାଉଳ, କିରୋସିନି ବଣ୍ଟନ ହେଉଥିବାବେଳେ  ଗାଁ ଠାରୁ ପାଖାପାଖି ଦୁଇ କି.ମି ଦୂରରେ ରହିଥିବା ରାଜୀବ ଗାନ୍ଧୀ ନିର୍ମାଣ କେନ୍ଦ୍ରରେ ପଂଚାୟତ ପକ୍ଷରୁ ମନଇଛା ଭତ୍ତା ଟଙ୍କା ବଣ୍ଟନକୁ ହିତାଧିକାରୀ ନାପସନ୍ଦ କରିଛନ୍ତି। ଯାହା ଫଳରେ ଭେଜିଗୁଡା, ସୁରୁଣ୍ଡି ଭଳି ଦୂର ଗାଁର ଭିନ୍ନକ୍ଷମ,ବିକଳାଙ୍ଗ, ବୃଦ୍ଧ,ବୃଦ୍ଧା ହିତାଧରକାରୀଙ୍କୁ ଭତ୍ତା ଟଙ୍କା ସଂଗ୍ରହ ପାଇଁ ୧୦ କିମି, ଡିଆଁଘାଟ, ବୁକେଶିଙ୍ଗା, କୋଡାଶିଙ୍ଗା, ଅରଖପଦର, କୁଟୀଜାର ଲୋକଙ୍କୁ ପ୍ରାୟ ୬କି.ମି ଚାଲି ଚାଲି ଯିବା ଆସିବାକୁ ପଡୁଛି। ଏତେଦୂର ଚାଲିବାରେ ଅକ୍ଷମତା ପ୍ରକାଶ କରିବା ସହିତ ଅଟୋ ଭଡା କରି ଭତ୍ତା ଟଙ୍କା ସଂଗ୍ରହ କରୁବାକୁ ଦେଖିବାକୁ ମିଳୁଛି। ଏପରିକି ବଣ୍ଟନ ସ୍ଥାନରେ ପିଇବା ପାଣି କି କୌଣସି ବଜାର ସୁବିଧା ନଥିବାରୁ ହିତାଧିକାରୀମାନେ ଭତ୍ତା ପାଇଁ ଅପରାହ୍ନ ୫ଟା ଯାଏଁ ଭୋକ ଉପାସରେ ଅପେକ୍ଷା କରୁଥିବା ନେଇ ଶଙ୍କର ବାରିକ,କୃଷ୍ଣଚନ୍ଦ୍ର ସାହୁ,ପ୍ରଭାତ ମହାପାତ୍ର,ବିଶିକେଶନ ନାଏକ,ମଙ୍ଗୁଳି ମେହେର,ସତ୍ୟଭାମା ମହାପାତ୍ର,ଶାନ୍ତିଲତା ଦାସ,ଅଯୋଧ୍ୟା ଖଟୁଆ,ବୃଷଭ ପ୍ରଧାନ ପ୍ରମୁଖ ହିତାଧିକାରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହା ସହିତ ଏକ ନିରୋଳା ନିଛାଟିଆ ସ୍ଥାନରେ ଲକ୍ଷାଧିକ ଟଙ୍କା ବିନା ସୁରକ୍ଷାରେ ବଣ୍ଟନ କରାଯିବା ଏବଂ ବଣ୍ଟନ ସ୍ଥାନରୁ ମାତ୍ର ୫ଶହ ମିଟର ଦୂରରେ ଏକ ବିଦେଶୀମଦ ଦୋକାନ ରହିଥିବାରୁ ଏହି ରାସ୍ତାରେ ଭତ୍ତା ଟଙ୍କା ଧରି ଫେରୁଥିବା ବୃଦ୍ଧ, ବୃଦ୍ଧାଙ୍କ ରାହାଜାନୀ ଦୁର୍ଘଟଣା ଘଟିବା ମଧ୍ୟ ଆଶଙ୍କା ରହିଛି। ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ ପ୍ରତି ମାସରେ ଗାଁ କୁ ଗାଁ ପାଳିକରି ପୁରୁଣା ପଂଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟନ ପାଇଁ ହିତାଧିକାରୀ ମହଲରୁ ଦାବି ହେଉଛି। ଏ ସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଲେ ଏ ନେଇ ମୁଁ ସ୍ଥାନୀୟ ସଂରପଚଙ୍କ ସହିତ କଥାବାର୍ତ୍ତା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି କହିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories