www.samajalive.in
Saturday, December 6, 2025
26.1 C
Bhubaneswar

ମେସି ବିଶ୍ୱର ସବୁଠାରୁ ଧନୀ ଫୁଟ୍‍ବଲ ଖେଳାଳି

ଲଣ୍ଡନ୍‍ : ଚଳିତବର୍ଷ ସ୍ପେନ୍‍ର ବାର୍ସେଲୋନା କ୍ଲବ୍‍କୁ ଛାଡ଼ି ଅଧିକ ପାରିଶ୍ରମିକ ଆଶାରେ ଅନ୍ୟ ଏକ କ୍ଲବ୍‍କୁ ଯିବାର ଯେଉଁ ପ୍ରୟାସ ଆର୍ଜେଣ୍ଟିନାର ଷ୍ଟ୍ରାଇକର ଲିଓନେଲ ମେସି କରିଥିଲେ; ତାହା ଅବଶ୍ୟ ସଫଳ ହୋଇନାହିଁ। ଏହାସତ୍ତ୍ବେ ମେସି ବିଶ୍ୱର ସବୁଠାରୁ ଧନୀ ବା ସର୍ବାଧିକ ଆୟକାରୀ ଫୁଟ୍‍ବଲ ଖେଳାଳି। ଫୋର୍ବଜ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଲିଓନେଲ ମେସି ଚଳିତବର୍ଷ ବିଶ୍ୱରେ ସର୍ବାଧିକ ୧୨୬ ନିୟୁତ ଡଲାର (ପ୍ରାୟ ୯୨୮ କୋଟି ଟଙ୍କା) ଆୟ କରିଛନ୍ତି। ଏଥିରୁ ପାରିଶ୍ରମିକ ବାବଦରେ ସେ ୯୨ ନିୟୁତ ଡଲାର (୬୭୭.୫ କୋଟି ଟଙ୍କା) ପାଇଥିବା ବେଳେ ବିଜ୍ଞାପନରୁ ୩୪ ନିୟୁତ ଡଲାର (୨୫୦.୫ କୋଟି ଟଙ୍କା) ଆୟ କରିଛନ୍ତି।
ସର୍ବାଧିକ ଆୟକାରୀ ଫୁଟ୍‍ବଲ ଖେଳାଳି ତାଲିକାରେ ଆଶା ଅନୁସାରେ ମେସିଙ୍କ ପରେ ୨ୟ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲର ଅଧିନାୟକ ତଥା ଇଟାଲୀର କ୍ଲବ୍‍ ଜୁଭେଣ୍ଟସ୍‍ର ତାରକା ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍‍ଡୋ। ରୋନାଲ୍‍ଡୋ ଚଳିତବର୍ଷ ୧୧୭ ନିୟୁତ ଡଲାର (ପ୍ରାୟ ୮୬୧.୫ କୋଟି ଟଙ୍କା) ଆୟ କରିଛନ୍ତି। ପାରିଶ୍ରମିକ ବାବଦରେ ରୋନାଲ୍‍ଡୋ ୭୦ ନିୟୁତ ଡଲାର (ପ୍ରାୟ ୫୧୫.୫ କୋଟି ଟଙ୍କା) ପାଇଥିବା ବେଳେ ବିଜ୍ଞାପନରୁ ୪୭ ନିୟୁତ ଡଲାର (ପ୍ରାୟ ୩୪୬ କୋଟି ଟଙ୍କା) ଆୟ କରିଛନ୍ତି। ଏହି ତାଲିକାର ୩ୟ ତଥା ୪ର୍ଥ ସ୍ଥାନରେ ରହିଛନ୍ତି ଫ୍ରାନ୍‍ସର ପ୍ୟାରିସ୍‍ ସେଣ୍ଟ ଜର୍ମେନ୍‍ (ପିଏସ୍‍ଜି) କ୍ଲବ୍‍ର ଦୁଇ ଷ୍ଟ୍ରାଇକର ନିଏମାର ଓ କିଲିଆନ୍‍ ଏମ୍‍ବାପେ। ବ୍ରାଜିଲର ନିଏମାର ଚଳିତବର୍ଷ ୯୬ ନିୟୁତ ଡଲାର (ପ୍ରାୟ ୭୦୭ କୋଟି ଟଙ୍କା) ଆୟ କରିଛନ୍ତି। ପାରିଶ୍ରମିକ ବାବଦରେ ନିଏମାର ମୋଟ ୭୮ ନିୟୁତ ଡଲାର (ପ୍ରାୟ ୫୭୪.୫ କୋଟି ଟଙ୍କା) ପାଇଥିବା ବେଳେ ବିଜ୍ଞାପନରୁ ୧୮ ନିୟୁତ ଡଲାର (ପ୍ରାୟ ୧୩୨.୫ କୋଟି ଟଙ୍କା) ଆୟ କରିଛନ୍ତି। ଗତ ଫୁଟ୍‍ବଲ ବିଶ୍ୱକପ୍‍ର ହିରୋ ଫ୍ରାନ୍‍ସର ଷ୍ଟ୍ରାଇକର କିଲିଆନ୍‍ ଏମ୍‍ବାପେ ଚଳିତବର୍ଷ ମୋଟ ୪୨ ନିୟୁତ ଡଲାର (ପ୍ରାୟ ୩୦୯ କୋଟି ଟଙ୍କା) ଆୟ କରିଛନ୍ତି। ପାରିଶ୍ରମିକ ବାବଦରେ ଏମ୍‍ବାପେ ୨୮ ନିୟୁତ ଡଲାର (ପ୍ରାୟ ୨୦୬ କୋଟି ଟଙ୍କା) ପାଇଥିବା ବେଳେ ବିଜ୍ଞାପନରୁ ୧୪ ନିୟୁତ ଡଲାର (ପ୍ରାୟ ୧୦୩ କୋଟି ଟଙ୍କା) ଆୟ କରିଛନ୍ତି। ୫ମ ସ୍ଥାନରେ ଥିବା ଇଂଲଣ୍ଡର ଲିଭରପୁଲ୍‍ କ୍ଲବ୍‍ ପାଇଁ ଖେଳୁଥିବା ଇଜିପ୍‍ଟ ଫୁଟ୍‍ବଲ ଦଳର ଷ୍ଟ୍ରାଇକର ମହମ୍ମଦ ସାଲ୍ଲା ଚଳିତବର୍ଷ ମୋଟ ୩୭ ନିୟୁତ ଡଲାର (ପ୍ରାୟ ୨୭୨.୫ କୋଟି ଟଙ୍କା) ଆୟ କରିଛନ୍ତି। ପାରିଶ୍ରମିକ ବାବଦରେ ସାଲ୍ଲା ୨୪ ନିୟୁତ ଡଲାର (ପ୍ରାୟ ୧୭୬.୭ କୋଟି ଟଙ୍କା) ପାଇଥିବା ବେଳେ ବିଜ୍ଞାପନରୁ ୧୩ ନିୟୁତ ଡଲାର (ପ୍ରାୟ ୯୫.୮ କୋଟି ଟଙ୍କା) ଆୟ କରିଛନ୍ତି। ସର୍ବାଧିକ ଆୟକାରୀ ଫୁଟ୍‍ବଲର ତାଲିକାରେ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ୍‍ ତଥା ଫ୍ରାନ୍‍ସ ଫୁଟ୍‍ବଲ ଦଳର ବରିଷ୍ଠ ଷ୍ଟ୍ରାଇକର ପଲ୍‍ ପୋଗ୍‍ବା ୩୪ ନିୟୁତ ଡଲାର (୨୫୦ କୋଟି ଟଙ୍କା) ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ବାର୍ସେଲୋନାର ଷ୍ଟ୍ରାଇକର ଫ୍ରାନ୍‍ସର ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ ୭ମ, ରିଅଲ ମାଦ୍ରିଦ୍‍ର ୱେଲ୍‍ସର ଷ୍ଟ୍ରାଇକର ଗାରେଥ୍‍ ବେଲ୍‍ ୮ମ, ବାୟର୍ନ ମ୍ୟୁନିକ୍‍ର ପୋଲାଣ୍ଡର ଖେଳାଳି ରବର୍ଟ ଲିୱାଣ୍ଡୋୱସ୍କି ୯ମ ଓ ସ୍ପେନ୍‍ର ଗୋଲ୍‍ରକ୍ଷକ ଡେଭିଡ୍‍ ଡି ଜିଆ ୧୦ମ ସ୍ଥାନରେ ରହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories