www.samajalive.in
Monday, December 8, 2025
17.1 C
Bhubaneswar

ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ:ରାଜନାଥ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତ୍ତି ରଖିଛନ୍ତି। ଲଦାଖ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରର ରାଜନାଥ ସିଂହ ଗୃହକୁ ଜଣାଇବା ସହିତ କହିଲେ ଆମେ ଶାନ୍ତି ଚାହୁଁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ-ଭାରତ ବିବାଦ ସମାଧାନ ହୋଇନଥିବା ସ୍ପଷ୍ଟ କରିଛନ୍ତି।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଲଦାଖରେ ଆମ ସେନାଙ୍କ ମନୋବଳ ବୃଦ୍ଧି କରାଯାଇଛି। ସେମାନଙ୍କୁ ସାହସ ଦିଆଯାଇଛି। ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ ହୋଇଥିବାବେଳେ ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯିବା ଦରକାର। ତେବେ ଚୀନ୍‌ ଲକ୍ଷ୍ୟକୁ ସାକାର ହେବାକୁ ଦିଆଯିବ ନାହିଁ। ଏପ୍ରିଲ୍‌ରେ ପୂର୍ବ ଲଦାଖରେ ହଇଚଇ ସୃଷ୍ଟି ହୋଇଥିଲା। ୧୫ ଜୁନ୍‌ରେ ଗଲ୍‌ୱାନ୍‌ରେ ସଂଘର୍ଷ ଘଟିଥିଲା, ଆମ ଯବାନ ଏହାର କଡ଼ା ଜବାବ ଦେଇଥିଲେ। ଚୀନ୍‌ ଅଧିକ ସୈନ୍ୟ ନିୟୋଜିତ କରିଥିଲା ; ହେଲେ ଲକ୍ଷ୍ୟ ଭଣ୍ଡୁର ହୋଇଥିଲା। ଏଥିରେ ଭାରତ ଓ ଚୀନଙ୍କୁ କ୍ଷତି ସହିବାକୁ ପଡିଛି। ଏଲ୍‌ଏସିରେ ଚୀନ୍‌ର ଏକତରଫା ପଦକ୍ଷେପକୁ ଭାରତ ନାପସନ୍ଦ କରୁଛି। ଏଲ୍‌ଏସିରେ ଚୀନ୍‌ର ହିଂସ୍ର ଆଚରଣ ପୂର୍ବ ଶାନ୍ତି ଚୁକ୍ତିକୁ ଉଲ୍ଲଙ୍ଘନ କରୁଛି। ତେବେ ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରକାଶ କରିଛନ୍ତି।

ଏଲଏସିରେ ଚୀନ ସୈନ୍ୟ ସୀମା ଉଲ୍ଲଘଂନ କରିଥିଲେ। ଏଥିପାଇଁ ୬ ଜୁନରେ ବୁଝାମଣା ହୋଇଥିଲେ । ଉଭୟ ଦେଶ ଏହାକୁ ମାନିଥିଲେ। କିନ୍ତୁ ଜୁନ ୧୫ରେ ଚୀନ୍ ଏହାକୁ ଉଲ୍ଲଘଂନ କରିଥିଲା। ଏଥିପାଇଁ ଗଲୱାନରେ ହିଂସାକାଣ୍ଡ ହୋଇଥିଲା। ଚୀନର ଏଭଳି ଉଦ୍ଦେଶ୍ୟକୁ ଆମେ ଗ୍ରହଣ କରୁନାହୁଁ। ଚୀନ ଏଭଳି କରିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଉଲ୍ଲଘଂନ ହୋଇଛି। ଏଲଏସିର ରୂପରେଖ ବଦଳାଇବା ଉଦ୍ଦେଶ୍ୟରେ ରହିଛି ଚୀନ। ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ସୈନ୍ୟ ସଫଳତାର ସହ ଏଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି ଏବଂ ଆମ ସୀମାକୁ ସୁରକ୍ଷା ମଧ୍ୟ ଦେଇଛନ୍ତି। ସେଥିପାଇଁ ଆମ ସୈନ୍ୟ ଉପରେ ଆମେ ଗର୍ବ କରୁଛୁ।
ଗତ କିଛି ମାସ ଧରି ପୂର୍ବ ଲଦାଖରେ ଉତ୍ତେଜନା ଜାରି ରହିଛି। ଦୁଇଦେଶର ସେନା ଅନେକଥର ମୁହାଁମୁହିଁ ହୋଇଛନ୍ତି। ଦୁଇଦେଶର ସେନାସ୍ତରୀୟ କଥାବାର୍ତ୍ତା କରାଯାଇଥିଲା, ତଥାପି ପରିସ୍ଥିତିରେ କୌଣସି ପରବର୍ତ୍ତନ ଆସିନାହିଁ। ସରକାର ଏ ନେଇ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ବାରମ୍ବାର ଦାବି କରିଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବିବୃତ୍ତି ରଖିଛନ୍ତି।
କିଛି ଦିନ ତଳେ ଋଷର ରାଜଧାନୀ ମସ୍କୋରେ ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଭାରତ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଦୁଇଦେଶ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ମସ୍କୋରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା ବି ହୋଇଥିଲା। ତେବେ ପୂର୍ବ ଲଦାଖର ଏଲଏସିରେ ଗତ କିଛି ଦିନ ମଧ୍ୟରେ ଭାରତ-ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି। କୂଟନୈତିକ ସ୍ତରରେ ଏହାକୁ ସମାଧାନ କରାଯିବାକୁ ପ୍ରୟାସ ଜାରି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories