www.samajalive.in
Saturday, December 6, 2025
16.1 C
Bhubaneswar

ପୋଲ ତଳୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ତେଜାମାହା ରାସ୍ତା ସ୍ଥିତ ବରାଳ ଦେବୀ ମନ୍ଦିର ନିକଟରେ ଥିବା ଏକ ପୋଲ ତଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ସହ ଏକ ସାଇକେଲକୁ ପୁଲିସ୍‍ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ଅଞ୍ଚଳର ଗୁଣମଣି ପ୍ରଧାନ (୪୦) ବୋଲି ଜଣାଯାଇଛି। ତେବେ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ବଙ୍କଳ ପୁଲିସ୍‍ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଖବର ପ୍ରକାରେ , ଆଜି ସକାଳୁ ବନ୍ଧଗଡ ଗାଁର କିଛି ଲୋକ ଶୈାଚ ପାଇଁ ପୋଲ ନିକଟକୁ ଯାଇଥିବା ବେଳେ ସେଠାରେ କ୍ଷତବିକ୍ଷତ ଶବ ସାଇକେଲ ସହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଫିରିଙ୍ଗିଆ ଦମକଳ ବାହିନି ସହ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ପହଞ୍ଚି ଦମକଳ ବାହିନି ସହଯୋଗରେ ଉକ୍ତ ଶବକୁ ପାଣି ମଧ୍ୟରୁ ବାହାର କରାଯାଇଥିଲା। ଘଟଣା ପ୍ରଘଟ ପରେ ମୃତକଙ୍କ ପରିଚୟ ଜଣାପଡ଼ିଥିବା ବେଳେ ଏ ସଂପର୍କରେ ସାନଭାଇ ଅର୍ଜୁନ ପ୍ରଧାନ ଲିଖିତ ଭାବେ ଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ, ମୃତ ଯୁବକ ଚାରିଦିନ ହେବ ନିଜଘରୁ କୈାଣଷି କାମରେ ବାହାରକୁ ଆସିଥିଲେ। ଗତକାଲି ଫିରିଙ୍ଗିଆ ବ୍ଲକ ଉପର ଦଣ୍ଡିକିଆ ଗ୍ରାମରେ ଏକ ଭୋଜି କର୍ଯ୍ୟରେ ଯୋଗଦେବା ପରେ ସଂଧ୍ୟା ସମୟରେ ତାଙ୍କର ଜଣେ ସମ୍ପର୍କିୟଙ୍କ ସାଇକେଲ ମାଗି ତେଜାମାହା ଗାଁକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଫିରିଙ୍ଗିଆ ଥାନାର ତଦନ୍ତକାରୀ ଅଫିସର ଏଏସଆଇ ଭିଭୁଦତ ଶର୍ମା ସୂଚନା ଦେଇଛନ୍ତି। ଏହି ଘଟଣା ସକ୍ରାନ୍ତରେ ଫିରିଙ୍ଗିଆ ଥାନାରେ କେସ ନଂ ୧୦ା୨୦ରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଜାରି ରହିଥିବା କହିଛନ୍ତି। ଅନ୍ୟପଟେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories