www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶ ପ୍ରଭାବଶାଳୀ ଢ଼ଙ୍ଗରେ କୋଭିଡ-୧୯ର ମୁକାବିଲା କରୁଛି : ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ସ୍ତରରେ କୋଭିଡ ମୃତ୍ୟୁହାର ୩. ୨ ପ୍ରତିଶତ ଥିବାବେଳେ ଭାରତରେ ଏହା ୧.୬୫% ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ ୦.୫ ଭାଗ ଲୋକଙ୍କୁ ଭେଣ୍ଟିଲେଟର ଆବଶ୍ୟକ ପଡୁଛି ଓ  ୧ ପ୍ରତିଶତରୁ କମ୍‍ ଲୋକଙ୍କୁ ଆଇସିୟୁରେ ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୋମବାର ଲୋକସଭାରେ କୋଭିଡ ସଂକ୍ରାନ୍ତରେ ଏକ ବିବୃତ୍ତି ଦେଇ ଏହା କହିଛନ୍ତି।

ମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଐକ୍ୟବଦ୍ଧ ହୋଇ ପ୍ରଭାବଶାଳୀ ଢ଼ଙ୍ଗରେ କୋଭିଡ-୧୯ର ମୁକାବିଲା କରୁଛି। ଭାରତ କୋଭିଡ-୧୯କୁ ନିୟନ୍ତ୍ରଣ ରଖିବାରେ ସକ୍ଷମ ହୋଇଛି। ସେ କହିଛନ୍ତି ସରକାରଙ୍କ ଦ୍ୱାରା ଆଗୁଆ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତି ୧୦ଲକ୍ଷ ଲୋକରେ ୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ମନ୍ତ୍ରୀମାନଙ୍କର ଗୋଷ୍ଠୀ ଓ ଆଉ ୧୧ଟି କ୍ଷମତାପନ୍ନ ଗୋଷ୍ଠୀ ଦ୍ୱାରା ଠିକ୍‍ ସମୟରେ ପଦକ୍ଷେପ ଗ୍ରହଣ ଓ କ୍ୟାବିନେଟ୍‍ ସଚିବଙ୍କ ଦ୍ୱାରା ସମୀକ୍ଷା ଯୋଗୁଁ ଚିକିତ୍ସା ସମ୍ବନ୍ଧୀୟ ନିଷ୍ପତ୍ତି, ପୃଥକୀକରଣ, ନମୂନା ପରୀକ୍ଷା ଓ ଅନ୍ୟାନ୍ୟ ପଦକ୍ଷେପ ସଂକ୍ରାନ୍ତରେ ଦ୍ରୁତ ନିଷ୍ପତ୍ତି ନିଆଯାଇପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories