www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଧୁକ ମୁନରେ ବ୍ୟାଟେରୀ ଦୋକାନରେ ଡକାୟତି, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠିତ

ବଲାଙ୍ଗିର: ବଲାଙ୍ଗିରରେ ପୁଣି ଶସସ୍ତ୍ର ଡକାୟତି। ସହରର ଏକ ମୁଖ୍ୟ ରାସ୍ତା ରେଳଷ୍ଟେସନ ରାସ୍ତାରେ ଥିବା ଏକ ବ୍ୟାଟେରୀ ଦୋକାନରୁ ରବିବାର ରାତ୍ରୀରେ ଚାରି ଜଣ ଯୁବକ ବନ୍ଧୁକ ଦେଖାଇ ଡକାୟତି କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏସପି, ଏସଡିପିଓ, ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ରାସ୍ତାରେ ଗତ କିଛି ମାସ ତଳେ ଜଣେ ବ୍ୟବସାୟୀଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ଟେର ପୁଲିସ ଆଜି ସୁଦ୍ଧା ପାଇନଥିବା ବେଳେ ଏହି ଘଟଣାର ତଦନ୍ତ କୁ ନେଇ ମଧ୍ୟ ଲୋକେ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ଡକାୟତିର ଶୀକାର ହୋଇଥିବା ବ୍ୟବସାୟୀଙ୍କ ପରିବାର ଭୟରେ ରହିଛନ୍ତି।
ବଲାଙ୍ଗିର ରେଳଷ୍ଟେସନ ରାସ୍ତାରେ ମେହେର ବ୍ୟାଟେରୀ ଦୋକାନ ରହିଛି। ରବିବାର ରାତ୍ରୀରେ ଦୋକାନ ବନ୍ଦ କରିବା ପୂର୍ବରୁ ଦୋକାନ ମାଳିକ ଶିବରାମ ମେହେର ଓ ତାଙ୍କ ଭାଇ ଧ୍ରୁବଚରଣ ମେହେର ବସି ଆଲୋଚନା କରୁଥିଲେ। ଏହି ସମୟରେ ଦୋକାନକୁ ଏକ ବାଇକରେ ଦୁଇ ଜଣ ଯୁବକ ଗ୍ରାହକ ସାଜି ପହଞ୍ଚିଥିଲେ। ବ୍ୟାଟେରୀ ବିଷୟରେ ସେମାନେ ପଚରାଉଚୁରା କରିଥିଲେ। କିଛି ସମୟ ପରେ ପୁଣି ଯୋଜନା ମୁତାବକ ଆଉ ଦୁଇ ଜଣ ଯୁବକ ଆଉ ଏକ ବାଇକରେ ପହଞ୍ଚିଥିଲେ। ଚାରିଜଣ ଦୋକାନ ଭିତରେ ପଶିବା ପରେ ସଙ୍ଗେ ସଙ୍ଗେ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। ପରେ ସେମାନେ ଟଙ୍କା ଥିବା ଡ୍ର କୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅସଫଳ ହେବା ପରେ ଚାବି ମାଗିଥିଲେ। ଚାବି ନମିଲିବାରୁ ଦୋକାନ ମାଳିକଙ୍କ ପାଖରେ ଥିବା ନଗଦ ଟଙ୍କା, ସୁନା ତିଆରି ଗହଣା ଓ ତିନୋଟି ମୋବାଇଲ ଛଡାଇ ନେଇଥିଲେ। ପରେ ସେମାନଙ୍କୁ ଆଉ ଏକ ଭିତରକୁ ନେଇ ମାଡ ମାରିବା ସହ ଏନେଇ କାହାକୁ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପ୍ରାୟ ୨୦ ମିନିଟ ଏହି ଡକାୟତ ମାନେ ରହିଥିବା ବେଳେ ପୁଣି ଫେରାର ମାରିଥିଲେ। ଘଟଣା ବିଷୟରେ ଟାଉନ ପୁଲିସ ଖବର ପାଇବା ପରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏସପି ଏମ. ସନ୍ଦୀପ ସମ୍ପତ୍ତ, ଏସଡିପିଓ ଶ୍ରୀମନ୍ତ୍ର ବାରିକ ଘଟଣାସ୍ଥାଳରେ ପହଞ୍ଚିଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟର ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ପୁଲିସ ଏହି ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣାର ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ତେବେ ଡକାୟନ ମାନେ ସ୍ଥାନୀୟ ଭାଷାରେ କଥା ଲାଗୁଥିବାରୁ ଆଖପାଖ ଅଞ୍ଚଳର ହୋଇଥିବା ମାଳିକ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଖୁବଶୀଘ୍ର ଏହି ଡକାୟତ ମାନଙ୍କୁ ପୁଲିସ ଧରିବାରେ ସଫଳ ହେବ ବୋଲି ଏସଡିପିଓ ଶ୍ରୀ ବାରିକ ପ୍ରତିକ୍ରୀୟାରେ କହିଛନ୍ତି।
ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଳେ ଏହି ଦୋକାନ ନିକଟରେ ଥିବା ଏୟାରଟେଲ ଅଫିସରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା। ଏହି ଘଟଣାରେ ମଧ୍ୟ ପୁଲିସ ଛାନଭିନ ଆରମ୍ଭ କରିଥିଲା ସତ କିନ୍ତୁ ତାହାର ତଦନ୍ତ କୁଆଡେ ଗଲା ତାହା କାହାକୁ ଜଣାନାହିଁ। କିନ୍ତୁ ବାରମ୍ବାର ଏକ ମୁଖ୍ୟ ଅଞ୍ଚଳରେ ଥିବା ବ୍ୟବସାୟୀ ମାନଙ୍କୁ ବନ୍ଧୁକ ମୁନରେ ଲୁଟ ହେଉଥିବାରୁ ବ୍ୟବସାୟୀ ମାନେ ଭୟଭୀତ ରହିଛନ୍ତି। ବାରମ୍ବାର ଚୋରୀ, ଡକାୟତି ଘଟଣା ଘଟୁଥିବା ବେଳେ ଟାଉନ ପୁଲିସ ନିଷ୍କ୍ରୀୟତା ପଦାରେ ପଡିଛି। ଏଥିପ୍ରତି ଏସପି ସହର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories