www.samajalive.in
Wednesday, December 10, 2025
26.1 C
Bhubaneswar

ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ କାନ୍ଥକୁ ଧକ୍କା ଦେଲା ଟ୍ରକ, ଦୁଇ ଆହତ

ହରଭଙ୍ଗା: ଗୁରୁବାର ସକାଳୁ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପାର୍ଶ୍ବରେ ଥିବା ଆଡେଣିଗଡ ପୁରୁଣା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ କାନ୍ଥକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌(ନଂ:ଓଡି ୦୨ବିଏଫ-୬୮୭୭)ର ଡ୍ରାଇଭର ବିମଳ ସାହାଣୀ(୩୦) ଏବଂ ଖଲାସୀ ଅଜିତ୍ ଦେହୁରୀ(୨୫) ଆହତ ହୋଇଥିବା ଜଣାପଡିଛି।
ଆଜି ସକାଳୁ ଜାତୀୟ ରାଜପଥ ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ଖୋର୍ଦ୍ଧାରୁ ବଳାଙ୍ଗୀର ଯାଉଥିଲା। ଡ୍ରାଇଭରର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ବଥିବା ପୁରୁଣା ରାଜସ୍ବ ନୀରିକ୍ଷକ କାନ୍ଥକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ଦୁଇ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଆଡେଣିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡ୍ରାଇଭର ବିମଳଙ୍କ ଘର କନ୍ଧମାଳ ଜିଲ୍ଲା ବଲସକୁମ୍ପା ହୋଇଥିବାବେଳେ ଖଲାସୀଙ୍କ ଘର ହରଭଙ୍ଗା ଥାନା ଅର୍ନ୍ତଗତ କୁଟିଗାଡୁ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଆଡେଣିଗଡ ଫାଣ୍ଡି ଏଏସଆଇ ସନ୍ତୋଷ ସ୍ୱାଇଁ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories