www.samajalive.in
Monday, December 8, 2025
13.1 C
Bhubaneswar

ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା, ବଜରଙ୍ଗ ଦଳ ଧର୍ମଶାଳା ପକ୍ଷରୁ ଗୋଖାଦ୍ୟ ବଣ୍ଟନ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ କୁସ୍ତିରା ଓ ବାଉଁଶଅଣ୍ଟା ବନ୍ୟା ବିପନ୍ନଙ୍କୁ ରଲିଫ ସହାୟତା ଦିଆଯାଇଛି। ମଧୁପୁର ହାଇସ୍କୁଲ କଲଣର ୧୯୭୭ମସିହା ବ୍ୟାଚର ଆର୍ଥିକ ଅନୁଦାନ ସହଯୋଗରେ ବ୍ରାହ୍ମଣୀ ନଦୀ ଦ୍ୱାର ପ୍ରଭାବିତ ଏହି ଦୁଇଗ୍ରାମର ବନ୍ୟା ପ୍ରପିଡିତଙ୍କୁ ଚୁଡା, ଚିନି, ବିସ୍କୁଟ, ଅଟା, ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟାରେ ପ୍ରଭାବିତ ହୋଇଥିବା ଏହି ଦୁଇ ଗାଁରେ ଗୋଲଖ ରାଉତ, ବିଜୟ କୁମାର ଦେବତା, ଶ୍ରୀଧର ପ୍ରଦାନ, ପ୍ରହଲ୍ଲାଦ ସାହୁ, ଅର୍ଜୁନ ଚରଣ ସାହୁ, ଭବାନୀ ଶଂକର ମହାପାତ୍ର, ଶିଶିିର ସାହୁ, ପଦ୍ମାବତୀ ରଣା, ଅଜୟ କୁମାର ସରଣଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ଜେନା, ସମିତି ସଭ୍ୟଙ୍କ ତରଫରୁ ଅଜିତ କୁମାର ବରାଳ, ପୁର୍ବତନ ସରପଞ୍ଚ ଅଶୋକ ମିଶ୍ର, ଓ ସ୍ଥାନୀୟ ୱାର୍ଡ ସଭ୍ୟମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।
ସେହିପରି ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡମଙ୍ଗଳପୁର ଗ୍ରାମପଞ୍ଚାୟତର ମଙ୍ଗଳପୁର ଗ୍ରାମରେ ବନ୍ୟାରେ ପ୍ରଭାବିତ ଗୋରୁମାନଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଧର୍ମଶାଳା ବଜରଙ୍ଗ ଦଳ ପ୍ରଖଣ୍ଡର ସଂଯୋଜକ, ସହ ସଂଯୋଜକ ରଂଜନ ଭାଇ, ସୁଚନା ପ୍ରମୁଖ ପ୍ରମୋଦ କୁମାର ସାମଲ ଓ ଯାଜପୁର ଜିଲା କୃଷକ ସଂଗଠନର ବିଦ୍ୟାଧର ସାହୁ, ଜଗତ ସାହୁ, ନରେନ୍ଦ୍ର ସାହୁ, ବସନ୍ତ ସାହୁ, ଗୁରୁ ଚରଣ ମଲିକ, ସୟରେଶ ମଲିକ ପ୍ରମୁଖ ଯୋଗଦେଇ ସୁଚାରୁ ରୁପେ ଗୋଖାଦ୍ୟ ବଣ୍ଟନରେ ସହ ଯୋଗ କରିଥିଲେ। ଏହି ଅବସରରେ ଶତାଧିକ ଗୋରୁଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦିଆଯାଇଥିଲା।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories