www.samajalive.in
Tuesday, December 9, 2025
16.1 C
Bhubaneswar

ଗଠନ ହେଉନି ବିଜ୍ଞାପନ ଯାଞ୍ଚ କମିଟି, ବିଳମ୍ବ ନେଇ ଅସନ୍ତୋଷ

ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକୁ ସରକାରୀ ବିଜ୍ଞାପନ ବିଷୟବସ୍ତୁର ନିୟମ ସମ୍ବନ୍ଧରେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ହେବ। କର୍ଣ୍ଣାଟକ, ଗୋଆ, ମିଜୋରାମ୍‍ ଏବଂ ନାଗାଲାଣ୍ଡ ପୂର୍ବରୁ ଏହି ରାଜ୍ୟ ସ୍ତରୀୟ କମିଟି ଗଠନ କରିସାରିଛନ୍ତି ଏବଂ ଛତିଶଗଡ଼ ସରକାର କେନ୍ଦ୍ରୀୟ କମିଟିର ପରାମର୍ଶ ଅନୁଯାୟୀ ସରକାରୀ ବିଜ୍ଞାପନଗୁଡ଼ିକର ବିଷୟବସ୍ତୁଗୁଡ଼ିକୁ ଯାଞ୍ଚ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।

ଗତ ସପ୍ତାହରେ ସି.ସି.ଆର୍‍.ଜି.ଏ.ର ୧୯ତମ ବୈଠକରେ ରାଜ୍ୟଗୁଡ଼ିକ ଦ୍ୱାରା ସମିତି ଗଠନରେ ହେଉଥିବା ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି କମିଟି ଗଠନରେ ହେଉଥିବା ବିଳମ୍ବକୁ ସିସିଆରଜିଏ ସର୍ବୋଚ୍ଚ ଅଦାଲତଙ୍କ ଆଦେଶର ଅବମାନନା ହେବ ବୋଲି କହିଛି। ଏହି ନିୟମର ପାଳନ ନ କରିବା ଏକ ଗମ୍ଭୀର ବିଷୟ ବୋଲି ସି.ସି.ଆର୍‍.ଜି.ଏ. କହିଛି। କୋଭିଡ୍‍ ନାଇଣ୍ଟିନ୍‍ ମହାମାରୀ ପରିପ୍ରେକ୍ଷୀରେ ପଡ଼ିରହିଥିବା ମାମଲାଗୁଡ଼ିକର ଉତ୍ତର ରଖିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଆଉ କିଛି ସମୟ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି। ସି.ସି.ଆର୍‍.ଜି.ଏ.ର ଆଦେଶ ପାଳନ କରାନଗଲେ ଭବିଷ୍ୟତରେ ସଂପୃକ୍ତ ରାଜ୍ୟ ସରକାରଙ୍କ ନୋଡାଲ୍‍ ଏଜେନ୍ସି ଦ୍ୱାରା ବିଜ୍ଞାପନଗୁଡ଼ିକୁ ଲାଗୁ କରିବା ଉପରେ ରୋକ୍‍
ଲଗାଯାଇପାରିବ।

- Advertisement -

କମିଟି କହିଛି, ଦରକାର ପଡ଼ିଲେ ବିଜ୍ଞାପନଗୁଡ଼ିକ ଜାରି କରିବା ପାଇଁ ଥିବା ସରକାରୀ ଏଜେନ୍ସଗୁଡ଼ିକର ସଂପୃକ୍ତ ଅଧିକାରୀଙ୍କ ନିକଟକୁ କମିଟି ନୋଟିସ୍‍ର ଉତ୍ତର ବିଳମ୍ବରେ ରଖିବା ପାଇଁ ସମନ ମଧ୍ୟ ପଠାଇବା ପାଇଁ ନିଷ୍ପତ୍ତି ନେଇଛି। ସର୍ବୋଚ୍ଚ ଅଦାଳତ ୨୦୧୫ ମେ ୧୩ ତାରିଖରେ ତାଙ୍କ ନିର୍ଦ୍ଦେଶରେ ୨୦୧୬ ଏପ୍ରିଲ୍‍ ୬ ତାରିଖରେ ସମସ୍ତ ଗଣମାଧ୍ୟମ ମଞ୍ଚରେ ସରକାରୀ ଖର୍ଚ୍ଚରେ ହେଉଥିବା ବିଜ୍ଞାପନର ବିଷୟବସ୍ତୁରେ ନିୟମକୁ ନଜର ରଖିବା ପାଇଁ ତିନିସଦସ୍ୟ ବିଶିଷ୍ଟ ଏକ ସମିତି ଗଠନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories