www.samajalive.in
Wednesday, December 10, 2025
26.1 C
Bhubaneswar

ହରଭଜନ, ରୈନାଙ୍କ ବଦଳ ଖେଳାଳି ଖୋଜୁଛି ସିଏସ୍‌କେ

ଦୁବାଇ : ଆଇପିଏଲ୍‍ରୁ ଓହରି ଯାଇଛନ୍ତି ଏହି ଟ୍ୱେଣ୍ଟି୨୦ ଲିଗ୍‍ର ୩ ବଡ଼ ମ୍ୟାଚ୍‍ ବିଜେତା ମୁମ୍ବଇ ଇଣ୍ଡିଆନ୍‍ସର ଲାସିଥ୍‍ ମାଲିଙ୍ଗା ଏବଂ ଚେନ୍ନଇ ସୁପର କିଙ୍ଗ୍‍ସର ସୁରେଶ ରୈନା ଓ ହରଭଜନ ସିଂହ। ଏହି ୩ କ୍ରିକେଟ୍‍ ମହାରଥୀଙ୍କ ବଦଳ ଖେଳାଳି ବକେୟା ଖେଳାଳିଙ୍କ ମଧ୍ୟରୁ ପାଇବା ନିଶ୍ଚୟ ଅସମ୍ଭବ। ଅଷ୍ଟ୍ରେଲିଆର ଜେମ୍‍ସ ପ୍ୟାଟିନ୍‍ସନଙ୍କୁ ମାଲିଙ୍ଗାଙ୍କ ବଦଳ ଖେଳାଳି ଭାବେ ମୁମ୍ବଇ ଇଣ୍ଡିଆନ୍‍ସ ଦଳରେ ସାମିଲ କରିସାରିଛି। ତେବେ ମାଲିଙ୍ଗା ଟ୍ୱେଣ୍ଟି୨୦ କ୍ରିକେଟ୍‍ର ମହାରଥୀ ହୋଇଥିବା ବେଳେ ପ୍ୟାଟିନ୍‍ସନ ଆଇପିଏଲ୍‍ ଖେଳିନାହାନ୍ତି। ପୁଣି ଅଷ୍ଟ୍ରେଲିଆ ଟ୍ୱେଣ୍ଟି୨୦ ଦଳରେ ପ୍ୟାଟିନ୍‍ସନଙ୍କୁ ସ୍ଥାନ ମିଳୁନାହିଁ। ହରଭଜନ ସିଂହ ଓ ସୁରେଶ ରୈନାଙ୍କ ବଦଳ ଖେଳାଳି ଚେନ୍ନଇ ସୁପର କିଙ୍ଗ୍‍ସ ଖୋଜୁଛି। ଆଇପିଏଲ୍‍ ଆରମ୍ଭହେବାକୁ ଆଉ ମାତ୍ର ୨ ସପ୍ତାହରୁ କମ୍‍ ସମୟ ଥିବା ବେଳେ ଏହି ୨ କ୍ରିକେଟରଙ୍କ ବଦଳ ଖେଳାଳି ମିଳିବେ କି ନାହିଁ; ତାହା ବଡ଼ ପ୍ରଶ୍ନବାଚୀ ପାଲଟିଛି।

ଶ୍ରୀଲଙ୍କାର ଫାଷ୍ଟବୋଲର ଲାସିଥ୍‍ ମାଲିଙ୍ଗା ଆଇପିଏଲ୍‍ ଇତିହାସରେ ସଫଳତମ ବୋଲର। ମୁମ୍ବଇ ଇଣ୍ଡିଆନ୍‍ସ ପାଇଁ ସେ ୧୨୧ଟି ମ୍ୟାଚ୍‍ ଖେଳି ସର୍ବାଧିକ ୧୯୦ଟି ୱିକେଟ ନେଇଛନ୍ତି। ଗତବର୍ଷ ମୁମ୍ବଇ ଇଣ୍ଡିଆନ୍‍ସକୁ ଚମ୍ପିଆନ୍‍ କରିବାରେ ମାଲିଙ୍ଗାଙ୍କର ପ୍ରମୁଖ ଭୂମିକା ଥିଲା। ମୁମ୍ବଇ ଇଣ୍ଡିଆନ୍‍ସରେ ଏବେ ପେସ୍‍ ବୋଲର ଭାବେ ମିଚେଲ ମ୍ୟାକ୍‍କ୍ଲିନାଘାନ, ଟ୍ରେଣ୍ଟ ବୋଲ୍‍ଟ, ଯଶପ୍ରୀତ ବୁମ୍‍ରା, ହାର୍ଦିକ ପାଣ୍ଡ୍ୟା, ନାଥାନ୍‍ କୌଲ୍‍ଟର ନାଇଲ ଓ ଧବଳ କୁଲକର୍ଣ୍ଣୀ ଅଛନ୍ତି। ମାଲିଙ୍ଗାଙ୍କ ସ୍ଥାନନେବା ପରି ସାମର୍ଥ୍ୟ ପ୍ୟାଟିନ୍‍ସନଙ୍କର ନାହିଁ। ପ୍ୟାଟିନସନ୍‍ ପୂର୍ବରୁ କଲକାତା ନାଇଟ ରାଇର୍ଡସ ଦଳରେ ଥିଲେ ହେଁ ମ୍ୟାଚ୍‍ ଖେଳିନାହାନ୍ତି। ବର୍ତ୍ତମାନ ମୁମ୍ବଇ ଇଣ୍ଡିଆନ୍‍ସ ଦଳରେ ଯେପରି ବୋଲିଂ ସାମର୍ଥ୍ୟ ଅଛି; ପ୍ୟାଟିନ୍‍ସନଙ୍କୁ ଅଧିକ ସୁଯୋଗ ମିଳିବାର ସମ୍ଭାବନା କମ୍‍।

- Advertisement -

ଆଇପିଏଲ୍‍ ଇତିହାସରେ ସୁରେଶ ରୈନା ହେଉଛନ୍ତି ୨ୟ ସର୍ବାଧିକ ରନ୍‍ ସ୍କୋରର। ବିରାଟ କୋହଲିଙ୍କ ୫୪୧୨ ପରେ ରୈନା ୫୩୬୮ ରନ୍‍ ସ୍କୋର୍‍ କରିଛନ୍ତି। ନିୟମିତ ଭାବେ ସେ ଚେନ୍ନଇ ସୁପର କିଙ୍ଗ୍‍ସର ୩ନଂ ସ୍ଥାନରେ ବ୍ୟାଟିଂକରି ସଫଳ ହୋଇଛନ୍ତି। ରୈନା ଆଇପିଏଲ୍‍ ଅଧାରୁ ୟୁଏଇରୁ ଆସି ସିଏସ୍‍କେ ଶିବିରରେ ଯୋଗଦେବା କଥା ଏଡ଼ାଇ ଯାଇନାହାନ୍ତି। ତଥାପି ସିଏସ୍‍କେ ତାଙ୍କର ବଦଳ ଖେଳାଳି ଖୋଜୁଛି। ତେବେ ସେ ଫେରିବା ପର୍ଯ୍ୟନ୍ତ କିମ୍ବା ତାଙ୍କ ବଦଳ ବ୍ୟାଟ୍‍ସମ୍ୟାନ୍‍ ମିଳିବା ପର୍ଯ୍ୟନ୍ତ ଋତୁରାଜ ଗାଏକ୍‍ୱାଡ କିମ୍ବା ଅମ୍ବତି ରାୟୁଡୁଙ୍କୁ ୩ନଂ ସ୍ଥାନରେ ବ୍ୟାଟିଂ ପାଇଁ ପଠାଇ ପାରନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏପରିକି ରବୀନ୍ଦ୍ର ଜାଡ଼େଜାଙ୍କୁ ୩ନଂ ସ୍ଥାନରେ ଖେଳାଇବାକୁ ଧୋନି ଚିନ୍ତା କରିପାରନ୍ତି। ହରଭଜନ ସିଂହଙ୍କ ଚମତ୍କାର ଲାଇନ୍‍ ଓ ଲେଙ୍ଗ୍‍ଥ ତାଙ୍କର ବଡ଼ ଶକ୍ତି। ହରଭଜନଙ୍କୁ ନିୟମିତ ଭାବେ ପାୱରପ୍ଲେରେ ବୋଲିଂ ଦେଇ ସଫଳତା ହାସଲ କରିଛନ୍ତି ଧୋନି। ଏପରି ସ୍ପିନର ସିଏସ୍‍କେ ଦଳରେ ନାହାନ୍ତି। ଏପରିକି ସିଏସ୍‍କେ ଦଳରେ ଆଉ ଅଫ୍‍ସ୍ପିନର ନାହାନ୍ତି। ପୀୟୂଷ ଚାୱଲା ଓ କର୍ଣ୍ଣ ଶର୍ମା ଲେଗ୍‍ସ୍ପିନର ହୋଇଥିବା ବେଳେ ଆର୍‍. ସାଇ କିଶୋର ବାମହାତି ସ୍ପିନର। ତେଣୁ ଚେନ୍ନଇ ସୁପର କିଙ୍ଗ୍‍ସ ଜଣେ ଅଭିଜ୍ଞ ଅଫ୍‍ସ୍ପିନରଙ୍କୁ ଖୋଜୁଛି। ମଧ୍ୟପ୍ରଦେଶର ଜଳଜ ସାକ୍ସେନା ଜଣେ ବିକଳ୍ପ ଭାବେ ଉଭା ହୋଇଛନ୍ତି ଏବଂ ସିଏସ୍‍କେ ତାଙ୍କ ସହ ଆଲୋଚନା କରୁଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories