www.samajalive.in
Wednesday, December 10, 2025
26.1 C
Bhubaneswar

ଆଇପିଏଲ କାର୍ଯ୍ୟସୂଚୀ ଘୋଷଣା ଆଜି

ଦୁବାଇ  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣ ପାଇଁ ମ୍ୟାଚ କାର୍ୟ୍ୟସୂଚୀ ରବିବାର ଘୋଷଣା ହେବ। ପୂର୍ବରୁ ମ୍ୟାଚ କାର୍ୟ୍ୟସୂଚୀ ସେପ୍ଟେମ୍ବର ୪ରେ ଘୋଷଣା ହେବା ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିବାବେଳେ ଏହାକୁ ୬କୁ ଘୁଞ୍ଚାଇ ଦିଆଯାଇଥିବା ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ସୂଚନା ଅନୁଯାୟୀ, ଆଇପିଏଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ୟ୍ୟନ୍ତ ୟୁଏଇରେ ଖେଳାଯିବ।

ଏଥିପାଇଁ ରବିବାର ପୂର୍ଣ୍ଣାଙ୍ଗ ଖେଳସୂଚୀ ପ୍ରକାଶ ପାଇବ। ମ୍ୟାଚ ୩ଟି ଭେନ୍ୟୁ ଦୁବାଇ, ସାରଜା ଓ ଆବୁଧାବିରେ ଖେଳାଯିବ। ଏଥିପାଇଁ ସମସ୍ତ ଦଳ ୟୁଏଇରେ ପହଞ୍ଚିବା ସହିତ ଅଭ୍ୟାସ ଆରମ୍ଭ କରିଛନ୍ତି। ଶେଷ ଦଳ ଭାବେ ଚେନ୍ନଇ ସୁପରକିଙ୍ଗସ୍‌ ଅଭ୍ୟାସକୁ ଓହ୍ଳାଇଛି। ଦଳ ତୃତୀୟ ରାଉଣ୍ଡ କୋଭିଡ଼ ପରୀକ୍ଷା ପରେ ଅଭ୍ୟାସକୁ ଓହ୍ଳାଇଛି ବୋଲି ବ୍ରିଜେଟ ପଟେଲ କହିଛନ୍ତି। ୧୩ଜଣଙ୍କ କୋଭିଡ଼ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଗତ ସପ୍ତାହରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଉକ୍ତ ଖେଳାଳି ଓ ଷ୍ଟାଫ ମାନଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଆଇପିଏଲ ମେଡ଼ିକାଲ ଦଳ ଦ୍ବାରା ଚିକିତ୍ସା କରାଯାଉଛି। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ଦିଆଯାଇଛି । ଆଇପିଏଲ ମେଡ଼ିକାଲ ଟିମ୍‌ ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଉଛି ବୋଲି ବ୍ରିଜେଶ ପଟେଲ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories