ମସ୍କୋ : ଋଷ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମସ୍କୋରୁ ଇରାନ୍ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଇରାନ୍ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିଅର୍ ଜେନେରାଲ୍ ଅମିର ହତାମିଙ୍କ ସହ ଦ୍ୱିପାକ୍ଷିୟ ପ୍ରତିରକ୍ଷା ସମ୍ପର୍କ ଉପରେ ଆଲୋଚନା
କରିବେ। ଶ୍ରୀ ସିଂହ ସାଂଘାଇ ସହଯୋଗ ସଂଗଠନରେ ଯୋଗ ଦେବାକୁ ମସ୍କୋକୁ ୩ଦିନ ଗସ୍ତରେ ଯାଇଥିଲେ। ସାଂଘାଇ ସହଯୋଗ ସଂଗଠନ ବୈଠକ ସମୟରେ ସେ ରୁଷ, ଚୀନ୍ ଓ ମଧ୍ୟ ଏସୀୟ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଆଲୋଚନାକରିଛନ୍ତି।
ମସ୍କୋରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଚୀନ୍ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍ ୱେଇ ଫେଙ୍ଘେଙ୍କ ମଧ୍ୟରେ ଭାରତ-ଚୀନ ସୀମା ଘଟଣାବଳୀ ଓ ଭାରତ-ଚୀନ ସଂପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମସ୍କୋରେ ସାଂଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ଯୋଗଦେବା ଅବସରରେ ଶୁକ୍ରବାର ଦୁଇ ନେତା ଆଲୋଚନା କରିଥିଲେ।
ମସ୍କୋରୁ ରାଜନାଥଙ୍କ ଇରାନ୍ ଗସ୍ତ
Popular Categories



