www.samajalive.in
Monday, December 8, 2025
13.1 C
Bhubaneswar

ସାଂସଦ ଅନୁଭବଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଆସନ୍ତା ୭ ତାରିଖରେ ତାହାର ଶୁଣାଣି ଧାର୍ଯ୍ୟ ହୋଇଛି ।

- Advertisement -

ସୂଚନା ଅନୁସାରେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି । ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି । ତେବେ ନିର୍ଦିଷ୍ଟ ଭାବରେ ଅନୁଭବଙ୍କ ବିରୋଧରେ ବର୍ଷା କେଉଁକେଉଁ ଅଭିଯୋଗ ଆଣିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।  ଏଥିପାଇଁ ସେ ଭବିଷ୍ୟତରେ ଜୀଇବା ପାଇଁ କ୍ଷତିପୂରଣ, ଘରଭଡ଼ା, ଚିକିତ୍ସା ଖର୍ଚ ଆଦି ଦାବି କରିଥିବା ଜଣାପଡ଼ିଛି ।

ଅନ୍ୟଏକ ସୂତ୍ରରୁ ମିଳିଥିବା ଅନୁସାରେ ବର୍ଷା ତାଙ୍କ ସ୍ବାମୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିବା ସହ ବିଭିନ୍ନ ବାବଦରେ ୧୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହାବ୍ୟତୀତ ମାସିକ ଘରଭଡ଼ା ଓ ଭରଣପୋଷଣ ନିମନ୍ତେ ୭୦ ହଜାର ଟଙ୍କା ପ୍ରଦାନ ନିମନ୍ତେ ନିର୍ଦେଶ ଦେବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କିନ୍ତୁ ବର୍ଷା ଏ ସଂପର୍କରେ ମୁହଁ ଖୋଲି ନାହାନ୍ତି ଓ ତାଙ୍କ ଆଇନଜୀବୀ ମଧ୍ୟ ଏ ନେଇ କୌଣସି ମତାମତ ଦେବାକୁ ମନା କରିଛନ୍ତି ।

ଅନ୍ୟପକ୍ଷରେ ସାଂସଦ ଅନୁଭବ ଏହି ମାମଲା ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ କିମ୍ବା ସେ କୌଣସି ନୋଟିସ ପାଇ ନାହାନ୍ତି ବୋଲି କହିଛନ୍ତି । ସେ ନୋଟିସର କପି ପାଇଲେ ଏ ସଂପର୍କରେ ନିଜର ପକ୍ଷ ରଖିବେ ବୋଲି ଅନୁଭବ କହିଛନ୍ତି ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories