www.samajalive.in
Monday, December 8, 2025
17.1 C
Bhubaneswar

ବେଲବାହାଳି କୁସେଇ ସେତୁ ଜାମ: ପୁଣି ଫସିରହିଲା ଆମ୍ବୁଲାନ୍ସ, ରୋଗୀ ହନ୍ତସନ୍ତ 

କେଶଦୁରାପାଳ : ଆନନ୍ଦପୁର ବହୁଚର୍ଚ୍ଚିତ ବେଲବାହାଳି କୁସେଇ ସେତୁ ଜାମ ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଥିବା ବେଳେ ଏଥିପ୍ରତି କୌଣସି ସମାଧାନ ହେଉନଥିବା ଓ ପ୍ରତିଦିନି ଗାଡି ଜାମ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଗୁରୁବାର ପୁଣି ଆମ୍ବୁଲାନ୍ସ ଜାମରେ ଫସି ରୋଗୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଜାମ ଯୋଗୁ ରୋଗୀ କଟକରେ ପହଞ୍ଚିବା କଷ୍ଟକର ହୋଇଥିଲା।
ଏହି ସମସ୍ୟାକୁ ନେଇ ଗ୍ରାମବାସୀ ରାସ୍ତାରେ ହୋହଲା କରିବାରୁ କିଛି ଦିନ ତଳେ ଆନନ୍ଦପୁର ଏସ୍‍ଡିପିଓ ପହଞ୍ଚି ସ୍ଥାନୀୟ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ବେଲବାହାଳି କୁସେଇ ସେତୁରେ ପ୍ରତିଦିନି ଗାଡି ଜାମ ନହେବା ପାଇଁ ବାରିଗାଁ ଓ ସିଆପଡା ଛକରେ ପୁଲିସ ମୁତୟନ କରାଯାଇ ଗୋଟିଏ ଗୋଟିଏ ଗାଡି ଛଡା ଯିବାକୁ ଲୋକମାନଙ୍କ ଦାବି ରହିଥିଲା ଏଥିରେ ଆନନ୍ଦପୁର ଏସ୍‍ଡିପିଓ ପ୍ରତିଶ୍ରୁତ ଦେଇଥିଲେ , କିନ୍ତୁ ଏହା ହୋଇ ନ ଥିଲା ଫଳରେ ପୂର୍ବ ଅବସ୍ଥା ଭଳି ଗାଡ଼ି ଜାମ ହୋଇ ରହିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଘଣ୍ଟା ଘଣ୍ଟା ଧରି କେନ୍ଦୁଝର,ଘସିପୁରା ମେଡ଼ିକାଲରୁ ଆସୁଥିବା ଗୁରୁତର ଅବସ୍ଥାରେ ଥିବା ରୋଗୀ ଆମ୍ବୁଲାନ୍ସରେ ଫସି ରହୁଛନ୍ତି। ଆଜି ପୁଣି ଆମ୍ବୁଲାନ୍ସ ସେତୁ ପାର ହୋଇ ନ ପାରି ବେଲବାହାଳି କୁସେଇ ସେତୁରେ ଫସି ରହିଥିଲା।
ବାରମ୍ବାର ଏହି ଖରର ପ୍ରସାରଣ ହେବା ପରେ ବି ସରକାରଙ୍କ ନିଦ ଭାଙ୍ଗୁନାହିଁ। ଏଥିରେ ଜନସାଧାରଣ ବହୁ ହନ୍ତସନ୍ତ ହେଉଛନ୍ତି, ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories