www.samajalive.in
Monday, December 8, 2025
27.1 C
Bhubaneswar

ସମ୍ପତ୍ତି ଲୋଭରେ ବାପ-ଭାଇର ଗଳା କାଟିଲା ସାନଭାଇ

ଦଶପଲ୍ଲା: ଦଶପଲ୍ଲା ସହର ଗଣେଶ ବଜାରର ହରିହର ସାହୁଙ୍କ ସାନପୁଅ ସମ୍ପତ୍ତି ଲୋଭରେ ବାପା ଓ ଭାଇଙ୍କୁ ଧାରୁଆ ବ୍ଲେଡରେ ଗଳାକୁ କାଟିବା ଘଟଣା ସମଗ୍ର ଅଞ୍ଚଳରେ ଞ୍ଚଚଲ୍ୟ ସୃଷ୍ଟି କରିଛି। ହରିହର ସାହୁ (୬୫) ଛୋଟ ପରିବା ଦୋକାନ କରି ନିଜର ଗୁଜରାଣ ମେଣ୍ଟଇଥାନ୍ତି। ବଡ଼ପୁଅ ଲକ୍ଷ୍ମୀଧର (ବାବୁଲା) ପରିବାର ସହିତ ବାପାଙ୍କ ପାଖରେ ରହୁଥିବାବେଳେ ସାନପୁଅ ସନ୍ତୋଷ(କାବୁଲା) ଦୀର୍ଘ ୨ବର୍ଷ ହେଲା ଘରଛାଡ଼ି ବାହାରେ ରହୁଛି। ୩ମାସ ପୂର୍ବେ ହରିହରଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ସାନପୁଅ ସନ୍ତୋଷ ଏହି ଶୁଦ୍ଧି କ୍ରିୟାରେ ମଧ୍ୟ ଯୋଗ ଦେଇ ନ ଥିଲେ। ଗତ ୪ଦିନ ପୂର୍ବେ ହଠାତ୍‍ ଗୋଟିଏ ବାଇକ୍‍ରେ ଭୁବନେଶ୍ୱରରୁ ଆସି ଭୁଜାଲି ଦେଖାଇ ବାପା ହରି ଓ ବଡ଼ଭାଇ ଲକ୍ଷ୍ମୀଧରଙ୍କୁ ଭୟଭୀତ କରାଇ ଘର ଜାଗା ତା’ ନାମରେ ରେଜେଷ୍ଟ୍ରି କରିବାକୁ ଅଡ଼ି ବସିଥିଲା। ବାପା ଏଥିରେ ରାଜି ହୋଇ ନଥିଲେ। ଆଜି ଭୋର ସମୟରେ ଘରେ ପଶି ପ୍ରଥମେ ବାପାଙ୍କୁ ଆକ୍ରମଣ କରିଥିଲା। ଗୋଟିଏ ନୂଆ ଧାରୁଆ ବ୍ଲେଡ୍‍ ସାହାଯ୍ୟରେ ଗଳାକୁ ବୀଭତ୍ସ ଭାବେ କାଟି ଦେଇଥିଲା। ଏଥିରେ ବଡ଼ଭାଇ ବିରୋଧ କରିବାରୁ ତାକୁ ମଧ୍ୟ ବ୍ଲେଡରେ ବେକକୁ ଆଘାତ କରି ଫେରାର ହୋଇଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପ-ପୁଅ ପଡ଼ିଥିବା ବେଳେ ଘରେ ତାଲା ପକାଇ ସନ୍ତୋଷ ଫେରାର ହୋଇଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଦୁଇଜଣଙ୍କୁ ସାହିଲୋକେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ନୟାଗଡ଼ ଜିଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories