www.samajalive.in
Wednesday, December 10, 2025
18.1 C
Bhubaneswar

ଭିଜିଲାନ୍ସ ରାଡ଼ାରରେ ଦୁର୍ନୀତିଗ୍ରସ୍ତ; ବାବୁମାନଙ୍କ ମନରେ କୋକୁଆ ଭୟ

ବ୍ରଜରାଜନଗର: ବୁଧବାର  ଭିଜିଲାନ୍ସ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରି ୩ କୋଟି ୩୫ ଲକ୍ଷ ୮୨ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ଚଢଉ ବେଳେ ଦିଲୀପ ପଟେଲଙ୍କ ବାସଭବନରୁ ୨୨ ଲକ୍ଷ ୫୪ ହଜାର ଟଙ୍କା ନଗଦ ଅର୍ଥ ବାହାରିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ସେପଟେ ଆଜି ସଂନ୍ଧ୍ୟାରେ ମେଡ଼ିକାଲ ଟେଷ୍ଟ ପରେ ଦିଲୀପ ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଭିଜିଲାନ୍ସ ଏସପି ସୁବାସ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

ସେପଟେ ଦିଲୀପଙ୍କ ଗିରଫଦାରୀ ଜିଲ୍ଲାର ଅନ୍ୟ ଅସାଧୁ ଅଧିକାରୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୁର୍ଣ କଥା ହେଉଛି ଯେ, ବର୍ଷ ବର୍ଷ ଧରି ବିଭିନ୍ନ ବିଭାଗରେ ଚାଲିଥିବା ବେଆଇନ କାମରେ କେତେ ବେଳେ ଭିଜିଲାନ୍ସ ଧସେଇ ପଶିବ ତାକୁ ନେଇ ସରକାରୀ ଅଧିକାରୀ ମହଲରେ ଆଶଙ୍କା ସୃଷ୍ଟି ହୋଇଛି ।  ଏହି ପରିପ୍ରେକ୍ଷୀରେ ଜିଲ୍ଲା ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ କର୍ମଚାରୀ ଭିଜିଲାନ୍ସର ସ୍କାନରରେ ଥିବା ନେଇ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ସୂଚନା ପରେ ସରକାରୀ ବାବୁଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଅନ୍ୟପଟେ ବଡ଼ ବଡ଼ିଆଙ୍କ ସହିତ ଉତ୍ତମ ସମ୍ପର୍କ ତଥା ରାଜନୈତିକ ଛତ୍ର ଛାୟା ମଧ୍ୟ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଥିବାରୁ ଦୁର୍ନୀତିଗ୍ରସ୍ତ ବାବୁମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସେପଟେ ଜିଲ୍ଲାର କେତେକ ଅସାଧୁ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର ଗୋପନୀୟ ଖୋଲତାଡ଼ ଆରମ୍ଭ କରିଛି। ଜାଲ ସାର୍ଟିଫିକେଟ ଦେଇ ଚାକିରି, ବିଦେଶ ଗସ୍ତ, ବିଭିନ୍ନ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା, ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ଏବଂ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଦି ଦିଗରେ ଭିଜିଲାନ୍ସ ତଥ୍ୟ ହାସିଲ କରି ଅନୁସଂନ୍ଧାନ ଜାରି ରଖିଥିବା ବିଶ୍ୱସ୍ତସୁତ୍ରରୁ ଖବର ମିଳିଛି। ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ ତିନି ଜଣ ଅଧିକାରୀଙ୍କ ନାମ ଏଥିରେ ଚର୍ଚ୍ଚା ରହିଛି। ଏହା ମଧ୍ୟରେ ଜଣେ ବରିଷ୍ଠ ପୁରଷ ଓ ଜଣେ ମହିଳା ଅଧିକାରୀ ଥିବା ବେଳେ ଅନ୍ୟ ଜଣେ ପୂର୍ବରୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅଧିକାରୀ ବୋଲି ଖବର ମିଳିଛି। ଅପରପକ୍ଷେ ଝାରସୁଗୁଡ଼ା ଜିଲ୍ଲାର ଅନେକ ଅସାଧୁ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର ତୀକ୍ଷ୍ଣ ନଜର ରହିଛି ଏବଂ ସେନେଇ ଖୋଲତାଡ଼ ଜାରି ରହିଥିବା ସମ୍ବଲପୁର ଭିଜିଲାନ୍ସ ଏସପି ସୁବାଷ ଚନ୍ଦ୍ର ସ୍ୱାଇଁ ସ୍ପଷ୍ଟ କରିଛନ୍ତି। ତେବେ ଗୋପନୀୟତା ଓ ସୁରକ୍ଷା ଦୃଷ୍ଟିରୁ ଏ ବାବଦରେ ଅଧିକ ସୂଚନା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଭିଜିଲାନ୍ସ ଏସପି କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories