www.samajalive.in
Monday, December 8, 2025
24.1 C
Bhubaneswar

କାଦୋପଡା ପଂଚାୟତ ସରକାରୀ କାର୍ଯ୍ୟରେ ପି.ଇ.ଓ.ଙ୍କ ସ୍ୱାମୀଙ୍କ ଅନଧିକାର ହସ୍ତକ୍ଷେପ: ସାଧାରଣରେ ଅସନ୍ତୋଷ

ଦେବଗଡ଼ : ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ଶ୍ରୀମତି ରୁନା ବେହେରାଙ୍କ ସ୍ୱାମୀ ମକୁନ୍ଦ ବେହେରା ସମ୍ପ୍ରତ୍ତି ପଂଚାୟତ କାର୍ଯ୍ୟାଳୟରେ ରାଜୁତି କରୁଥିବା ଅଭିଯୋଗ ହେଉଛି। ନିର୍ବାହୀ ଅଧିକାରୀଙ୍କ ସ୍ୱାମୀ ଶ୍ରୀ ବେହେରା ପଂଚାୟତର ସମସ୍ତ କାର୍ଯ୍ୟରେ ଅନଧିକାର ହସ୍ତକ୍ଷେପ କରିବାସହ ପଂଚାୟତ କାର୍ଯ୍ୟାଳୟକୁ ଆସୁଥିବା ହିତାଧିକାରୀ ଓ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏପରିକି ଶ୍ରୀ ବେହେରା ହିତାଧିକାରୀ ମାନଙ୍କୁ ଖାଉଟୀ ସାମଗ୍ରୀ ବିତରଣ,ଠିକା କାର୍ଯ୍ୟ(ନିର୍ମାଣ କାର୍ଯ୍ୟ) ଓ ଆବାସ ଗୃହ ବିତରଣରେ ମଧ୍ୟ ସିଧାସଳଖ ସମ୍ପୃକ୍ତ ରହୁଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ସେ ନିୟମିତ ଭାବେ କାର୍ଯ୍ୟାଳୟ ମଧ୍ୟରେ ଅନଧିକାର ଭାବେ ଆସ୍ଥାନ ଜମାଇବା ଓ ଏପରିକି କାର୍ଯ୍ୟାଳୟର କଂପ୍ୟୁଟର ମଧ୍ୟ ଚଳାଉଥିବା ଅଂଚଳବାସୀ ଅତୀତରେ ବାରକୋଟ ବିଡିଓଙ୍କ ଅଭିଯୋଗ କରିଥିବା ଜଣାପଡିଛି। ଏହି ଅଭିଯୋଗ ପରେ ବିଡିଓ ଟୁନୁ ମେହେର ନିର୍ବାହୀ ଅଧିକାରୀ ଶ୍ରୀମତି ବେହେରାଙ୍କୁ ତାଗିଦ କରିବାସହ ତାଙ୍କ ସ୍ୱାମୀଙ୍କୁ କୌଣସି ସରକାରୀ କାର୍ଯ୍ୟରେ ସାମିଲ ନକରିବାପାଇଁ ପରାମର୍ଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଶ୍ରୀମତି ବେହେରାଙ୍କୁ ପଚାରିବାରୁ ତାଙ୍କ ସ୍ୱାମୀ ପ୍ରତ୍ୟେକ ଦିନ ବାଇକ ଯୋଗେ ତାଙ୍କୁ ଛାଡିବା ପାଇଁ କାର୍ଯ୍ୟାଳୟକୁ ଆସନ୍ତି ଓ ଏକାସାଙ୍ଗରେ ଫେରନ୍ତି ବୋଲି ଉତ୍ତର ଦେବାସହ ସରକାରୀ କାର୍ଯ୍ୟରେ ତାଙ୍କ ସ୍ୱାମୀଙ୍କର ହସ୍ତକ୍ଷେପକୁ ଅସ୍ୱୀକାର କରିଛନ୍ତି। ତେବେ ଆବଶ୍ୟକ ସ୍ଥଳେ ବିଭିନ୍ନ କାମରେ ତାଙ୍କୁ ସହଯୋଗ କରନ୍ତି ଓ ଏପରିକି ଗ୍ରାମ ରୋଜଗାର ସହାୟକ ନଥିଲେ କଂପ୍ୟୁଟର ଚଳାଇ କାମ ତୁଲାଇ ଦିଅନ୍ତ ବୋଲି ଉତ୍ତର ଦେଇଛନ୍ତି। ଅଭିଯୋଗ ସମ୍ପର୍କରେ ତାଙ୍କ ସ୍ୱାମୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କୌଣସି ସରକାରୀ କାମରେ ହସ୍ତକ୍ଷେପ କରନ୍ତି ନେହିଁ ବୋଲି ଉତ୍ତରଦେବା ସହ ସ୍ତ୍ରୀଙ୍କୁ ନେଇ କାର୍ଯ୍ୟାଳୟକୁ ଆସୁଥିବାରୁ ସେଠାରେ ରହିବାକୁ ପଡିଥାଏ ଓ ଆବଶ୍ୟକ ସ୍ଥଳେ ସେ କାର୍ଯ୍ୟାଳୟର କମ୍ପୂଟର ଚଳାଇ ପି.ଇ.ଓ.ଙ୍କୁ ସହଯୋଗ କରନ୍ତି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ବାରକୋଟ ବିଡିଓ ଟୁନୁ ମେହେରଙ୍କ ମତାମତ ଲୋଡିବାରୁ ଏ ନେଇ ତାଙ୍କ ନିକଟରେ ଅଭିଯୋଗ ହେବାରୁ ପି.ଇ.ଓ.ଙ୍କୁ ସେ ତାଗିଦ କରିବାସହ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିବାରୁ ତାଙ୍କ ସ୍ୱାମୀଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦେଇଥିବା ପ୍ରକାଶ କରିବାସହ ଯଦି ଏବେ ମଧ୍ୟ ପି.ଇ.ଓ.ଙ୍କ ସ୍ୱାମୀ ହସ୍ତକ୍ଷେପ କରୁଥାନ୍ତି ତେବେ ଏହାର ତଦନ୍ତ କରାଯିବ ବୋଲି ଉତ୍ତର ଦେଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories