www.samajalive.in
Wednesday, December 10, 2025
18.1 C
Bhubaneswar

ଆଜିଠୁ ଗଡ଼ିବ ଓଏସ୍‍ଆର୍‍ଟିସି ବସ୍‍

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାର ଅନଲକ୍‌-୪ ନିୟମାବଳୀରେ ପରିବହନ କ୍ଷେତ୍ରରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି। ଏଥିପାଇଁ ଆସନ୍ତାକାଲି(ବୁଧବାର)ଠାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‍ଆର୍‍ଟିସି)ପକ୍ଷରୁ ବସ୍‍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୯ଟି ରୁଟରେ ବସ୍‍ ଯାତାୟାତ କରିବ। ଓଏସ୍‍ଆର୍‍ଟିସିର ସମୁଦାୟ ୨୩ଟି ଡିପୋ ଥିବାବେଳେ ୧୪ଟି ଡିପୋରୁ ବସ୍‍ ବାହାରି ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯିବ ବୋଲି ଓଏସ୍‍ଆର୍‍ଟିସି ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଏବଂ କଟକରୁ ବିଭିନ୍ନ ଜିଲା ମୁଖ୍ୟାଳୟକୁ ବସ୍‍ ଯାତାୟାତ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟରେ ବସ୍‍ ସେବା ଉପଲବ୍ଧ ହେବ। ଏ ସଂକ୍ରାନ୍ତରେ ଓଏସ୍‍ଆର୍‍ଟିସିି ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ବସ୍‍ ଯାତ୍ରୀମାନେ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ବିନା ମାସ୍କରେ ଯାତ୍ରୀଙ୍କୁ ବସ୍‍ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା ଏବଂ ହାତ ସାନିଟାଇଜ୍‍ କରିବାକୁ ପରାମର୍ଶ ଦିଆଯାଇଛି। ବସ୍‍ କର୍ମଚାରୀ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ବସ୍‍କୁ ପ୍ରତ୍ୟେକ ଦିନ ସାନିଟାଇଜ୍‍ କରାଯିବ। ଜେଇଇ ମେନ୍ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ପରିବହନ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଥିଲା। ସେଥିପାଇଁ ଓଏସ୍‍ଆର୍‍ଟିସି ପକ୍ଷରୁ କିଛି ବସ୍‍ ନିୟୋଜିତ କରାଯାଇଛି। ଆବଶ୍ୟକସ୍ଥଳେ ଆହୁରି ବସ୍‍ ଯୋଗାଇ ଦିଆଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories