www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ମୁକାବିଲା ପାଇଁ ଭାରତକୁ ୩୫୦୦ କୋଟି ସହାୟତା ଦେବ ଜାପାନ

କରୋନା ମୁକାବିଲା ପାଇଁ ଜରୁରୀକାଳୀନ ସହାୟତା ସ୍ୱରୂପ ଜାପାନ ଭାରତକୁ ୩ହଜାର ୫୦୦ କୋଟି ଟଙ୍କାର ସହାୟତା ରାଶି ଋଣ ଆକାରରେ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ଅର୍ଥନୈତିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଡକ୍ଟର ସି.ଏସ୍‍.ମହାପାତ୍ର ଓ ଜାପାନ ରାଷ୍ଟ୍ରଦୂତ ସୁଜୁକୀ ସତୋଶୀଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଦସ୍ତାବିଜ ଆଦାନ ପ୍ରଦାନ ହୋଇଥିଲା। ପରେ ଡକ୍ଟର ମହାପାତ୍ର ଓ ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (ଜେଆଇସିଏ) ମୁଖ୍ୟ ପ୍ରତିନିଧି କାତ୍‍ସୁଓ ମାତ୍‍ସୁମୋତୋଙ୍କ ମଧ୍ୟରେ ଏକ ଋଣ ରାଜିନାମା ସ୍ୱାକ୍ଷରିତ ହୋଇଛି।

ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା ଏକ ସରକାରୀ ଏଜେନ୍ସୀ ଯାହା ଜାପାନ ସରକାରଙ୍କ ବିଭିନ୍ନ ବିକାଶ ସହାୟତାରେ ସମନ୍ୱୟ ରକ୍ଷା କରିଥାଏ। ଭାରତକୁ ମିଳିବାକୁ ଥିବା ଏହି ଅର୍ଥ କୋଭିଡ-୧୯ର ମୁକାବିଲା ଓ ଭବିଷ୍ୟତର ବିଭିନ୍ନ ମହାମାରୀର ମୁକାବିଲା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସ୍ଥାପନ ଲାଗି ଖର୍ଚ୍ଚ କରାଯିବ। ତା’ଛଡା ଜାପାନ ସରକାରଙ୍କ ପକ୍ଷରୁ ୭୦କୋଟି ଟଙ୍କାର ଏକ ଅନୁଦାନ ସହାୟତା ପାଇଁ ମଧ୍ୟ ଡକ୍ଟର ମହାପାତ୍ର ଓ ସତୋଶୀଙ୍କ ମଧ୍ୟରେ ଦସ୍ତାବିଜ ଆଦାନ ପ୍ରଦାନ ହୋଇଥିଲା। ଭାରତରେ ସର୍ବସାଧାରଣ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାକୁ ସୁଦୃଢ଼ କରିବା ପାଇଁ ଏହି ସହାୟତା ରାଶି ଖର୍ଚ୍ଚ କରାଯିବ। କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଏହା ବହୁମାତ୍ରାରେ ସାହାଯ୍ୟ କରିବ। ୧୯୫୮ ମସିହାରୁ ଭାରତ ଓ ଜାପାନ ମଧ୍ୟରେ ଦ୍ୱିପକ୍ଷୀୟ ବିକାଶ ସହଯୋଗ ସମ୍ପର୍କ ରହିଆସିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories