www.samajalive.in
Monday, December 8, 2025
24.1 C
Bhubaneswar

କରବର ଗ୍ରାମରେ ପଶିଲା ବନ୍ୟା ଜଳ,ବନ୍ଧରେ ଆଶ୍ରୟ ନେଲେ ବିପନ୍ନ ପରିବାର

ବାଙ୍କୀ: ଶିମିଳିପୁର ଗ୍ରାମପଞ୍ଚାୟତର କରବର ଗ୍ରାମର ପ୍ରାୟ ୩୮୦ ପରିବାର ଏବେ ଜଳବନ୍ଦୀ। ଗାଁର ଉତ୍ତର ଦିଗରେ ମହାନଦୀର ବିପଦପୂର୍ଣ୍ଣ ବନ୍ୟାଜଳ ଏବଂ ଦକ୍ଷିଣ ପାଶ୍ୱ୍ର୍ୟରେ ରଣନଦୀର ପଛୁଆ ବନ୍ୟାପାଣି ଗାଁକୁ ରବିବାର ମଧ୍ୟରାତ୍ରି ରୁ ଜଳବନ୍ଦୀ କରିଛି। ଲୋକମାନେ ବନ୍ୟା ପ୍ରଭାବରେ ଆତଙ୍କିତ। ଗ୍ରାମର ଗିରିଗିରିଆ ସାହି,ହରିଜନ ସାହି,ବ୍ରାହ୍ମଣ ସାହି,ସୁବୁଦ୍ଧି ସାହି,ବେହେରା ସାହି,ଦଳେଇ ସାହି,ସୀଠ ସାହି ଓ ବାଲି ସାହି ପ୍ରମୁଖ ଅଂଚଳ ବନ୍ୟାଜଳରେ ଉବୁଟୁବୁ। ଘରେ ଘରେ ପଶିଛି ପାଣି। ପ୍ରାୟ ୩୮୦ ପରିବାରର ୨ହଜାର ରୁ ଅଧିକ ଜନସାଧାରଣ ଦୁର୍ଦଶାରେ କଲବଲ ହେଉଛନ୍ତି। ବହୁ ତଳିଆ ଘର ଗୁଡିକ ପାଣି ଜମିଗଲା ପରେ ପରିବାର,ପିଲାଛୁଆ ଧରି ମହନାଦୀ ବନ୍ଧ ଉପରେ ନେଇଛନ୍ତି ଆଶ୍ରୟ। ତଣ୍ଡି ଘାସ କୁଡିଆ ଓ ଚିରା ଦଦରା ପାଲ ଟାଣି ଗୋଟିଏ ଗୋଟିଏ କୁଡିଆରେ ଡହଳ ବିକଳ ଭାବରେ ରହୁଛନ୍ତି ଦୁଇ ଦୁଇ ପରିବାର। ସୂଚନାଯୋଗ୍ୟ ଯେ ୧୯୮୨ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହୋଇ ଆସିଥିବା ବନ୍ୟାରେ ପ୍ରାୟତଃ ଗ୍ରାମକୁ ଶିମିଳିପୁର ପଞ୍ଚାୟତର ବିପଦପୂର୍ଣ୍ଣ ବନ୍ୟା ପ୍ରବଣ ଗ୍ରାମ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ବନ୍ୟା ସମୟରେ ସୁରକ୍ଷିତ ଭାବରେ ରହିବା ପାଇଁ ସରକାରୀ ଭାବରେ କିଛି ବ୍ୟବସ୍ଥା ହୋଇ ନଥିବା ଗ୍ରାମବାସୀ କହିଛନ୍ତି। ରାତି ହେଲେ ବନ୍ଧରେ ଆଶ୍ରୟ ନେଉଥିବା ବିପନ୍ନ ମାନେ ଆଶଙ୍କାରେ ରହିବେ ବୋଲି ଜଣାପଡିଛି। ବିପନ୍ନଙ୍କ ପାଖରେ ଜରି ପାଲଟିଏ ନାହିଁ। ମୂଲ ମଜୁରୀ ଲାଗି ଚଳୁଥିବା ବିପନ୍ନ ଶନି,ରବି ୨ ଦିନ କୋଭିଡ ପାଇଁ ବଜାର ବନ୍ଦ କଟକଣା ଥିବା ହେତୁ ଆଶ୍ରୟ ନେବା ପାଇଁ ଜରି ପାଲ ଟିଏ କିଣି ପାରିନଥିବା କହିଛନ୍ତି ଗ୍ରାମବାସୀ। ଯଥାଶୀଘ୍ର ଗ୍ରାମବାସୀଙ୍କୁ ସରକାରୀ ରିଲିଫ ଓ ବିପନ୍ନ ପରିବାରକୁ ଆଶ୍ରୟ ପାଇଁ ପାଲ ଖଣ୍ଡିଏ ପ୍ରଶାସନ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories