www.samajalive.in
Monday, December 8, 2025
13.1 C
Bhubaneswar

ଆଇପିଏଲ୍‍ ଖେଳସୂଚୀ ଘୋଷଣା ସ୍ଥଗିତ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇର ୩ଟି ସହରରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ବିସିସିଆଇ ଶନିବାର ଘୋଷଣା କରିବାର ଥିଲା। ତେବେ ଆଇପିଏଲ୍‍ ଉପରେ କରୋନାର କଳାବାଦଲ ପରେ ବିସିସିଆଇ ଖେଳସୂଚୀ ଘୋଷଣାକୁ ସ୍ଥଗିତ ରଖିଛି। ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ) ୧୦ ଜଣ ସପୋର୍ଟ ଷ୍ଟାଫ୍‍ ଓ ୨ ଜଣ କ୍ରିକେଟର କରୋନା ସଂକ୍ରମିତ ହେବା ସତ୍ତ୍ବେ ଆଇପିଏଲ୍‍ ପ୍ରତି କୌଣସି ବିପଦ ନାହିଁ ବୋଲି ଶନିବାର ବିସିସିଆଇ ଘୋଷଣା କରିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ବିସିସିଆଇ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛି ବୋଲି କୁହାଯାଇଛି। ଆଇପିଏଲ୍‍ ଖେଳିବା ପାଇଁ ୟୁଏଇ ଯିବା ପୂର୍ବରୁ ଏକମାତ୍ର ଦଳ ଭାବେ ଭାରତରେ ଶିବିର ଆୟୋଜନ କରିଥିଲା ସିଏସ୍‍କେ। ଚେନ୍ନଇରେ ଆୟୋଜିତ ଏହି ଶିବିର ହିଁ କରୋନା ସଂକ୍ରମଣର କାରଣ ବୋଲି କୁହାଯାଉଛି। ଜାଣିବାକୁ ମିଳିଛି ଯେ ଉକ୍ତ ଶିବିର ଆୟୋଜନ ନେଇ ବିସିସିଆଇ ଚିନ୍ତା ପ୍ରକଟ କରିଥିଲା। ଏପରିକି ବିସିସିଆଇର କିଛି ଅଧିକାରୀ ସିଏସ୍‍କେ ଦଳ ମ୍ୟାନେଜମେଣ୍ଟକୁ ଉକ୍ତ ଶିବିର ଆୟୋଜନରୁ ବିରତ ରହିବାକୁ କହିଥିଲେ। ତେବେ ସିଏସକେ ମ୍ୟାନେଜମେଣ୍ଟ କହିଥିଲା ଯେ ଦଳ ଅଗଷ୍ଟ ୧୨ରେ ୟୁଏଇ ଯିବାର ଯୋଜନା କରିଥିଲା। ଏଥିପାଇଁ ସମସ୍ତେ ଚେନ୍ନଇରେ ଏକାଠି ହୋଇ ସାରିଥିଲେ। ତେବେ ଏତେ ଜଲ୍‍ଦି ସେମାନଙ୍କୁ ୟୁଏଇ ଯିବାର ଅନୁମତି ନ ମିଳିବାରୁ ସେମାନେ ଉକ୍ତ ସମୟରେ ଶିବିରରେ ଭାଗ ନେଇଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories