www.samajalive.in
Monday, December 8, 2025
13.1 C
Bhubaneswar

ବନ୍ୟା ପ୍ରଭାବରେ ଉଜୁଡିଲା ବ୍ୟାପକ ପରିବା ଚାଷ, ସଙ୍କଟରେ ଚାଷୀ ଓ ଖାଉଟି

ବାଙ୍କୀ:ବାଙ୍କୀ ପରିବା ଚାଷରେ ଅଗ୍ରଣୀ ଭୂମିକା ନେଇଛି। ବର୍ଷ ତମାମ ଏଠାରେ ପୋଟଳ,ବାଇଗଣ,ଜହ୍ନି,ଭେଣ୍ଡି,କଖାରୁ,କାକୁଡି,ଝୁଡଙ୍ଗ, ଗୟଳକଲରା ଆଦି ପନିପରିବା ପ୍ରର୍ଯ୍ୟାପ୍ତ ପରିମାଣରେ ଓଡିଶାର ହାଟ ବଜାରକୁ ଯୋଗାଉ ଥିଲା ବେଳେ ଶୀତ ଦିନିଆ ପରିବା ଚାଷରେ ମଧ୍ୟ ଟମାଟ,ଫୁଲକୋବି,ବନ୍ଧାକୋବି, ଧନିଆପତ୍ର ଚାଷରେ ଆଂଚଳିକ ଚାଷୀ ଲାଭବାନ ହୋଇଥାନ୍ତି। ବିଡମ୍ବନାର ବିଷୟ ଚଳିତ ବର୍ଷ ବାତ୍ୟା,ଜଳସଂକଟ ଏବଂ କରୋନା ପ୍ରଭାବରେ ଚାଷୀର ଅଣ୍ଟା ଭାଙ୍ଗି ଯାଇଛି। ଚଳିତ ଲଘୁଚାପ ବର୍ଷା ପରେ ଯାହା କିଛି ଥିଲା ଚଳିତ ୩ ଦିନର ବନ୍ୟା ଜଳରେ ପନିପରିବା ଗଛ ଗୁଡିକ ବୁଡି ପତ୍ର,ଚେର,ଫୁଲ ଓ ଫଳ ପଚିଶଢି ନଷ୍ଟ ହୋଇ ଚାଷୀକୁ ବହୁ କ୍ଷତି ସହିବାକୁ ପଡିଛି।

 

- Advertisement -

ସୂଚନାଯୋଗ୍ୟ ଯେ ଘାସିପୁଟ,ନିସ୍ତିପୁର, ଇନ୍ଦୁମତୀ ପାଟଣା,କୁଶପଙ୍ଗୀ,୨ ଚକୁଳେଶ୍ୱର,ଅମରେନ୍ଦ୍ରପୁର,ପାଥପୁର,କାଳିକା ପ୍ରସାଦ,କଇଁମୁଣ୍ଡି,ଚାରି ଘରିଆ ଆଦି ଗ୍ରାମରେ ଶହ ଶହ ହେକ୍ଟର ପରିବା ଚାଷ ସହିତ ସୈାଖିନ ପୋଟିଳ ଚାଷ କ୍ଷତି ଗ୍ରସ୍ଥ ହୋଇଛି। ଘାସିପୁଟ ଗ୍ରାମର ପୋଟଳ ଚାଷି ଚକ୍ରଧର ନାୟକ,ହୁରୁଶି ପିରୋଇ,ବିପିନୀ ନାୟକ, ନରସିଂହ ଜେନା,ପ୍ରକାଶ ମହାନ୍ତି,ଧରଣୀଧର ମହାନ୍ତି,ଶ୍ରୀନିବାସ ଜେନା,ସଂଜୟ ମହାନ୍ତି,ଅରୁପ ନାୟକ,ଗଦାଧର ସାମଲ,ଅପର୍ତ୍ତି ଜେନା,ଦାମ ନାୟକ,ନିରୋଦ ବେଉରା,ଶ୍ୟାମସୁନ୍ଦର ନାୟକ ପ୍ରମୁଖ ଚାଷୀ ମାନେ ଚଳିତ ବନ୍ୟା ଓ ବଡପାଟ ଜଳ ପ୍ରଭାବରେ ପରିବା ଚାଷରେ ବ୍ୟାପକ କ୍ଷତି ହୋଇଥିବା ସମ୍ପର୍କରେ କହିଛନ୍ତି। ବନ୍ୟା ପରବତ୍ତୀ ପରିସ୍ଥିତିରେ ଉଦ୍ୟାନ କୃଷି ଅଧିକାରୀ କୃଷି କ୍ଷେତ ପରିଦର୍ଶନ କରୁ ଚାଷୀ ମାନଙ୍କୁ କ୍ଷତି ସହାୟତା ଯୋଗାଇବା ସହିତ ଆଗାମୀ ଦିନରେ ଉଜୁଡି ଯାଉଥିବା ଚାଷକୁ ବଢାଇ ଚାଷୀର ଦୁଃଖକୁ ଲାଘବ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଏବେ ବନ୍ୟା ଜଳରେ ଦୁଃଖ ସାଉଁଟୁଥିବା ଚାଷୀର କରଜ ଚିନ୍ତା ମୁଣ୍ଡ ଉପରେ ଥିବା ପ୍ରମୁଖ ଚାଷୀ ମାନେ କହି କୃଷି ଋଣ ଛାଡ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ପ୍ରଭାବରେ ବାଙ୍କୀ ବଜାରରେ ପରିବା କଶି ଟିଏ ମିଳୁ ନଥିବା ବେଳେ ଅସାଧୁ ବ୍ୟବସାୟୀ ମାନେ ପନିପରିବା ଦରଦାମ ଆକଶ ଛୁଅାଁ ହେତୁ ଉଭୟ ଚାଷୀ ଓ ଖାଉଟି ସଂକଟରେ। ସେପଟେ ବାଙ୍କୀ ଉପଖଣ୍ଡର ପ୍ରାୟ ଅଧାରୁ ଅଧିକ ପଞ୍ଚାୟରେ ହଜାର ହଜାର ହେକ୍ଟର ଧାନ ଓ ଅଣଧାନ ଚାଷ ପାଣି ଘେରରେ ବୁଡି ରହିଥିବା ଜଣାପଡିଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories