www.samajalive.in
Wednesday, December 10, 2025
18.1 C
Bhubaneswar

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ : ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ‘ନୂତନ ଶିକ୍ଷା ନୀତି -୨୦୨୦’ ଉପରେ ଗୁରୁତ୍ବ

କୋରାପୁଟ : ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟ କୋରାପୁଟ ଶନିବାର ତାର ଦ୍ଵାଦଶ ପ୍ରତିଷ୍ଠା ଦିବସ ଅନ୍-ଲାଇନ୍ ମାଧ୍ୟମରେ ପାଳନ କରିଛି। ଏହି ପ୍ରତିଷ୍ଠା ଦିବସ ଲାଗି ରାଷ୍ଟ୍ରପତି ତଥା ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିଜିଟର୍  ରାମନାଥ କୋବିନ୍ଦ ବିଶ୍ୱବିଦ୍ୟାଳୟର ଉନ୍ନତି କାମନା କରିବା ସହିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲ। ମୂଲ୍ୟବୋଧ  ଭିତ୍ତିକ ଶିକ୍ଷାକୁ ଗୁରୁତ୍ଵ ଦେବା ସହିତ ଯୁବଶକ୍ତିର ଦକ୍ଷତା ପ୍ରତିଷ୍ଠା ନେଇ ସେ ନୂତନ ଆଶା ସଂଚାର କରିଥିଲେ। ସେଇଭଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟକୁ ସ୍ଵତନ୍ତ୍ର ଭାବେ ତାଙ୍କର ଭିଡିଓ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶିକ୍ଷାର ମୂଳ ଭିତ୍ତି ଓ ଆଦର୍ଶ ପ୍ରସଙ୍ଗ ଉତ୍ଥାପନ କରିବା ସହିତ ଅତୀତ ଓ ସାଂପ୍ରତିକ ଭାରତର ମହତ୍ଵପୂର୍ଣ୍ଣ ଯୋଗଦାନକୁ ଉଲ୍ଲେଖ କରିଥିଲେ।

- Advertisement -

ବିଶ୍ଵବିଦ୍ୟାଳୟର ଏହି ଦ୍ଵାଦଶ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ‘ନିଶଙ୍କ’, ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ୍ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍-ଲାଇନ୍ ପାଳନ ହେଉଥିବା ଏହି ପ୍ରତିଷ୍ଠା ଦିବସରେ ନିଜର ବାର୍ତ୍ତା ପ୍ରଦାନ କରବା ସହିତ ନୂତନ କେନ୍ଦ୍ରୀୟ ପାଠାଗାର, ଶୈକ୍ଷିକ-ଗୃହ, ଷ୍ଟାଫ-କ୍ଵାର୍ଟର, ଅଫିସ/ପ୍ରଶାସନିକ ଗୃହ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ‘ନିଶଙ୍କ’ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟର ମହାମାରୀ କୋଭିଡ-୧୯ ସମୟରେ ‘ଭରୋସା’ ଭଳି କାର୍ଯ୍ୟକ୍ରମ ଦ୍ଵାରା କୋରନା ବିରୋଧରେ କରିଥିବା ସଚେତନତା ମୂଳକ କାର୍ୟ୍ୟକୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ଵବିଦ୍ୟାଳୟର ଅନ୍-ଲାଇନ୍ ପାଠପଢା ଏବଂ ସଫଳତାର ସହିତ ଶେଷ କରିଥିବା ପରୀକ୍ଷାକୁ ଏକ ଉଦାହରଣ ଭାବେ ଉଚ୍ଚ ପ୍ରଶଂସା କରିଥିଲେ। ସେହିଭଳି ‘ନୂତନ ଶିକ୍ଷା ନୀତି -୨୦୨୦’ ଆଧାରରେ ଶିକ୍ଷା ଓ ତାହାର ବିବିଧ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ତାହାର ସକରାତ୍ମକ ଦିଗଗୁଡ଼ିକ ସଂପର୍କ​ରେ ଅବତାରଣା କରିଥିଲେ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ତଥା  ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଷ୍ଠା ଦିବସ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ କୋରାପୁଟ ତଥା ଓଡ଼ିଶାର ଶୈକ୍ଷିକ ବିକାଶ ସହିତ ରାଷ୍ଟ୍ରର ବିକାଶ ଏବଂ କେତେକ ସ୍ଵତନ୍ତ୍ର ଦିଗରେ ବିଶ୍ଵବିଦ୍ୟାଳୟ କାର୍ଯ୍ୟ କରୁଥିବା କହିଥିଲେ। ବିଭିନ୍ନ ଅନୁଷ୍ଠାନ ‘ନାଲକୋ’ ଏବଂ ‘ହାଲ୍’ ଭଳି ଶିଳ୍ପସଂସ୍ଥା ସହିତ ଅନୁବନ୍ଧିତ ହୋଇ ଆଞ୍ଚଳିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ ବୋଲି ମତ ରଖିଥିଲେ। ‘ନୂତନ ଶିକ୍ଷା ନୀତି’ ଆଧାରରେ ଶୈକ୍ଷିକ ପ୍ରତିଷ୍ଠାନ ଏବଂ ଶିଳ୍ପସଂସ୍ଥା ଏକାଠି ହୋଇ ଜନଜାତୀୟ ଓ ନୃତାତ୍ତ୍ଵିକ ବିଷୟ ସମ୍ପର୍କିତ ଗବେଷଣାଦ୍ଵାରା ସାମୂହିକ ବିକାଶ ସାଧିତ ହୋଇପାରିବ ବୋଲି ମତ ରଖିଥିଲେ। କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ଏହି ଉତ୍ସବରେ ସଭାପତିତ୍ଵ କରିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟ ନେଇ ନୂତନ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ପୋଷଣ କରିଥିଲେ। ମୁଖ୍ୟ ଅର୍ଥ ପରାମର୍ଶଦାତା ତଥା ସୁଲେଖକ ଡ. ସଂଜୀବ ସାନ୍ୟାଲ୍ ଏହି ପ୍ରତିଷ୍ଠା ଦିବସର ବକ୍ତା ଭାବେ ନିଜର ବ୍ୟାପକ ଦୃଷ୍ଟିଭଙ୍ଗୀକୁ ବିଶ୍ୱବିଦ୍ୟାଳୟ ପରିପ୍ରେକ୍ଷୀରେ ଅବତାରଣା କରିଥିଲେ। ସମ୍ପ୍ରତି ଯୁବ ସମାଜକୁ ନିଜର ସକାରାତ୍ମକ ଦୃଷ୍ଟି ଓ କର୍ମଦ୍ଵାରା ଅନୁପ୍ରାଣିତ ହେବା ସହିତ ବାସ୍ତବ ଜୀବନରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଆବଶ୍ୟକତାର ମୌଳିକ ଆସ୍ଥା ଉପରେ ଆଲୋକପାତ କରିଥିଲେ ।

ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ,  ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଏବଂ ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ପ୍ରମୁଖ ଏହି ଉତ୍ସବ ନିମନ୍ତେ ବିଶ୍ଵବିଦ୍ୟାଳୟର ଉତରୋତ୍ତର ଉନ୍ନତି କାମନା ପୂର୍ବକ ନିଜର ଅଭିନନ୍ଦନ ବାର୍ତ୍ତା ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ବିଶ୍ଵବିଦ୍ୟାଳୟର ବିବିଧ ପଦକ୍ଷେପ ଓ ଆଭିମୁଖ୍ୟକୁ ପ୍ରସଂଶା କରିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ତାଙ୍କର ବିଗତ ସ୍ମୃତିକୁ ରୋମନ୍ଥନ କରିବା ସହିତ ବିଶ୍ଵବିଦ୍ୟାଳୟ ଆଗାମୀ ଦିନରେ ଅନେକ ନୂତନ ସକାରାତ୍ମକ କାର୍ଯ୍ୟ କରିବା ନେଇ ଆଶାପୋଷଣ କରିଥିଲେ। ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ନୂତନ ଶିକ୍ଷା ନୀତିର ବ୍ୟବହାର ସହିତ ତାହାର ରୂପାନ୍ତରଣ ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଅନୁରୂପ ଭାବରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପି.ଭି.କ୍ରିଷ୍ଣାଭଟ୍ଟ ବିଶ୍ୱବିଦ୍ୟାଳୟର ସମୃଦ୍ଧି ଓ ବିକାଶ ପାଇଁ ନିଷ୍ଠାପରତା ଓ ଶ୍ରମ ହିଁ ଭବିଷ୍ୟତର ସମ୍ପଦ ହେବ ବୋଲି କହିବା ସହିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । 

ଚଳିତ ବର୍ଷ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହି ଅବସରରେ କୁଳପତିଙ୍କ ଦ୍ଵାରା ୧୨ ଗୋଟି ବୃକ୍ଷ ରୋପଣ ଚାରା ରୋପଣ କରାଯାଇଥିଲା । ଏହା ସହିତ ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ମୃତିମୟ ଏକାଦଶ ବର୍ଷର ଅନୁଭୂତିକୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ‘ସ୍ମରଣିକା’ କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ‘ନିଶଙ୍କ’ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମିଳିତ ଭାବେ ଉନ୍ମୋଚିତ କରିଥିଲା । ବିଶ୍ଵବିଦ୍ୟାଳୟର ପ୍ରଫେସର ଶରତ କୁମାର ପଳିତା କର୍ଯ୍ୟକ୍ରମରେ ସ୍ଵାଗତ ଅଭିଭାଷଣ ଦେଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ଵବିଦ୍ୟାଳୟର କୁଳସଚିବ ଡ. ଅସିତ କମାର ଦାସ । କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ସମ୍ବାଦିକତା ଓ ଜନସଞ୍ଚାର ବିଭାଗର ଅଧ୍ୟାପକ ଡ. ସୌରଭ ଗୁପ୍ତା। ଅନ୍-ଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ କୋଭିଡ-୧୯ର ସମସ୍ତ ନିୟମକୁ ଆଖି ଆଗରେ ରଖି ପାଳନ କାରାଯାଇଥିଲା।

 

 

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories