www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରୀନ ଜୋନ୍ ଗୋପାଳପୁରରେ ପ୍ରଥମ କରୋନା ମୃତ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲାର ପ୍ରଥମ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାହାକି ରେଡ୍ ଜୋନରୁ ଗ୍ରୀନ ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ କରାଯାଇଥିଲା, କିନ୍ତୁ ଆଜି ଗୋପାଳପୁରର ଜନୈକ ୬୭ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି।  ଗୋପାଳପୁରରେ ଏହା ପ୍ରଥମ କରୋନା ଜନିତ ମୃତ୍ୟୁ ବୋଲି ଜଣାପଡିଛି। ଗୋପାଳପୁର ଏନଏସି ପକ୍ଷରୁ କିନ୍ତୁ ଏହା ନେଇ କୈାଣସି ବିଧିବଦ୍ଧ ଘୋଷଣା କରାଯାଇ ନ ଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ହୃଦୟ ରୋଗ ସହ ଡାଇବେଟିସ ରୋଗରେ ପୀଡିତ ରହିଥିଲେ। ଗତ ଏକ ସପ୍ତାହ ହେଲା ସେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ବଡ଼ମେଡ଼ିକାଲରେ ଥିବା ଜିଲ୍ଲା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯିବା ସହ ସେଠାରେ ତାଙ୍କର ଚିକିତ୍ସା ଚାଲୁ ରହିଥିଲା। କିନ୍ତୁ ଦିନ ୯ ଟା ବେଳେ ତାଙ୍କର ମୃତ୍ୟୁ ଘଟିବା ସହ ପରିବାର ବର୍ଗଙ୍କ ଉପସ୍ଥିତିରେ ବ୍ରହ୍ମପୁର ନିଳକଣ୍ଠେଶ୍ବର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି।

ଏ ନେଇ ଗୋପାଳପୁର ଏନ୍ଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ଓ ମୃତ୍ୟୁ ଘଟିଥିବା ନେଇ କୈାଣସି ସୂଚନା ପ୍ରଶାସନ ପକ୍ଷରୁ ତାଙ୍କ ନିକଟରେ ପହଞ୍ଚନଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କୋଭିଡ ଚିହ୍ନଟ ହେବାର ଦୁଇ ତିନିଦିନ ପରେ ପ୍ରଶାସନିକ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ମୃତ୍ୟୁ ଜନିତ ତଥ୍ୟ ମଧ୍ୟ ଦୁଇ ତିନିଦିନ ପରେ ସୂଚନା ଦିଆଯାଉଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories