www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧରେ ବିପଦ ସଙ୍କେତ ଉପରେ ମହାନଦୀ

ବୌଦ୍ଧ: ବୌଦ୍ଧ ଜିଲାରେ ଗୁରୁବାର ଅପରାହ୍ନରୁ ଲାଗିରହିଥିବା ବର୍ଷା ବନ୍ଦ ହୋଇଛି। ମାତ୍ର ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ମହାନଦୀ ଓ ଉପନଦୀ ଗୁଡିକର ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଫଳରେ ମହାନଦୀରେ ବନ୍ୟା ଦେଖାଦେଇଛି। ସମଗ୍ର ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୌଦ୍ଧ ସହରର କେନ୍ଦ୍ରୀୟ ବିଦ୍ୟାଳୟ,ବାଣିଜ୍ୟକର କାର୍ୟ୍ୟାଳୟ ଆଦି ପାଣିଘେରରେ ରହିଛି। ସେହିପରି ସହରର ତଳି ଅଞ୍ଚଳ ଗୁଡିକରେ ମହାନଦୀ ଜଳ ତୁଡା ଦେଇ ପ୍ରବେଶ ଆରମ୍ଭ କରିଛି।

ବିଶେଷ କରି ହରଭଙ୍ଗା ବ୍ଳକର ୪୦ରୁ ଅଧିକ ଗ୍ରାମ ବନ୍ୟାଜଳ ଘେରରେ ରହିଛି । ଜଗନ୍ନାଥ ସଡ଼କରେ କୃଷ୍ଣମୋହନପୁର ନିକଟରେ ପୋଲ ଉପରେ ୮ ଫୁଟ ବନ୍ୟାଜଳ ପ୍ରବାହିତ ହେବା ସହିତ ହରଭଙ୍ଗା ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟାଜଳସ୍ତର ବୃଦ୍ଦି ପାଇ ବର୍ତମାନ ୮୭.୮୫ ମିଟରରେ ପ୍ରବାହିତ ହେଉଥିବା ବେଳେ ବୌଦ୍ଧ ଠାରେ ବିପଦ ସଂକେତ ୮୭.୭୦ ମିଟର ରହିଛି। ହିରାକୁଦ ଡ୍ୟାମର ୨୮ ଟି ଗେଟ ଖୋଲାଯାଇ ବନ୍ୟାଜଳ ନିସ୍କାସନ ହେଉଥିବାରୁ ବୌଦ୍ଧ ଠାରେ ବନ୍ୟାଜଳସ୍ତର ମଧ୍ୟ ଆହୁରୀ ବୃଦ୍ଦି ପାଇବାର ସମ୍ଭାବନା ରହିଛି। ଜିଲାର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି। ଅନେକ ସ୍ଥାନରେ ରାସ୍ତାରେ ଘାଇ ସୃଷ୍ଟି ହେବା ଓ ପୋଲ ଭାସିଯିବା ଫଳରେ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଲଗାଣ ବର୍ଷା ଫଳରେ ଜିଲାର ଶହଶହ ମାଟି ଘର ଭାଙ୍ଗିଯିବା ଫଳରେ ଲୋକେ ନାହିଁ ନ ଥିବା ଦୁର୍ଦଶାର ସମ୍ମୁଖିନ ହେଉଛନ୍ତି ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories