www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଯୋଦ୍ଧାଙ୍କ ଉଦେଶ୍ୟରେ ଉନ୍ମୋଚିତ ହେଲା ପ୍ରଥମ ମାଗାଜିନ ‘ଫ୍ରଣ୍ଟଲାଇନ ୱାରିୟର’

ବୁର୍ଲା: କରୋନା ଲଢେଇରେ ଯୋଦ୍ଧା ସାଜିଥିବା ଦେଶର ସମସ୍ତ ଯୋଦ୍ଧାଙ୍କ ଉଦେଶ୍ୟରେ ଲେଖା ଯାଇଥିବା ମାଗାଜିନ୍‍ “ଫ୍ରଣ୍ଟଣ୍ଟଲାଇନ୍‍ ୱାରିୟର” ଆଜି ଅନଲାଇନ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି। ଦେଶର ଏହା ହେଉଛି କରୋନା ଯୋଦ୍ଧାଙ୍କ ଉଦେଶ୍ୟରେ ରଚିତ କରା ଯାଇଥିବା ପ୍ରଥମ ମାଗାଜିନ। ଏହାକୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଜଣେ ଇଞ୍ଜିନିୟନିୟରିଂ ଛାତ୍ର ହୃଦାନନ୍ଦ ପୃଷ୍ଟି ପୁସ୍ତକକୁ ରଚନା କରିଛନ୍ତି। ତେବେ ଆଜି ଏହି ପୁସ୍ତକକୁ ଅନଲାଇନ ୱେବିନାର ମାଧ୍ୟମରେ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ପୂର୍ବତନ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପ୍ରୀତି ସୁଦାନ(ଅବସରପ୍ରାପ୍ତ ଆଇଏଏସ) ଯୋଗଦେଇ  ପୁସ୍ତକକୁ ଉନ୍ମୋଚିତ କରିଥିଲେ।

ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ଅନୁ ଚୌଧୁରୀ, ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର, ଅଲମ୍ପିକ ସ୍ୱର୍ଣ ପଦକ ବିଜେତା ଦୂତୀ ଚାନ୍ଦ, ପଦ୍ମଶ୍ରୀ ଡ ଜିତେନ୍ଦ୍ର ହରିପାଲଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଜଣେ ଛାତ୍ରଙ୍କ ଏଭଳି କଳ୍ପନାକୁ ସମସ୍ତ ଅତିଥି ବୃନ୍ଦ ଭୁୟାସୀ ପ୍ରଶଂସା କରିଥିଲେ।

- Advertisement -

ତେବେ ହୃଦାନନ୍ଦ କହନ୍ତି କରୋନା ମହାମାରୀ ଦେଶକୁ ପ୍ରବେଶ କରିବା ଦିନଠାରୁ ସାଧାରଣ ଲୋକେ ଭୟଭିତ ହୋଇରହିଛନ୍ତି। ତେବେ ଏହାର ମୂକାବିଲା କରିବା ପାଇଁ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଡାକ୍ତରଙ୍କ ସମେତ ଡ଼ାକ୍ତର, ସେବିକା, ଗଣମାଧ୍ୟମ ପ୍ରତିନିଧି, ପୁଲିସ, ଜବାନ, ସଫେଇ କର୍ମଚାରୀ ଆଦି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହାର ମୂକାବିଲା କରିବା ପାଇଁ ଯୋଦ୍ଧା ସାଜି ଅନ୍ୟର ଜିବନ ରକ୍ଷା କରିଆସିଛନ୍ତି। ତେଣୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହେବା ପରେ ଛାତ୍ରଛାତ୍ରୀ ମାନେ ଘରେ ବସିରହିଛନ୍ତି। ତେବେ ଏହି ସମୟରେ ଭିସୁଟ୍‍ ଛାତ୍ର ହୃଦାନନ୍ଦ ଏହି କରୋନା ଯୋଦ୍ଧାଙ୍କ କାମ ଦେଖି ଉକ୍ତ ଯୋଦ୍ଧାଙ୍କୁ କୌଣସି ପୁରଷ୍କାର ଦେବା ଯଥେଷ୍ଟ ଅନୁଭବ କରି ନ ଥିଲେ। ତେଣୁ ତାଙ୍କ କାମରେ ଅନୁପ୍ରାଣିତ ହୋଇ ସେହି ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ଏହି ମାଗାଜିନ ରଚନା କରିଛନ୍ତି। ଏହି ସୁନ୍ଦର ପଦ୍ୟ, ସୁନ୍ଦର ଗଳ୍ପ, ସୁନ୍ଦର ଲେଖନୀ, ସମ୍ବର୍ଦ୍ଧିତ ମାନପତ୍ରରେ ଭରପୁର ରହିଛି। ତେବେ ଏହି ସବୁ ଲେଖା ପାଇଁ ହୃଦାନନ୍ଦଙ୍କୁ ସହଯୋଗ କରିଛନ୍ତି ତାଙ୍କ ୯ ଜଣ ସାଙ୍ଗ ସନ୍ଦିପ କୁମାର ସିଂ, ସାହାରସ ପାଣ୍ଡା, ଅର୍ୟ୍ୟନ ପ୍ରତ୍ୟୁଷ ନାୟକ, ଅଙ୍କିତା ମେହେର, ଆୟୁଷି ସ୍ୱାଇଁ, ଅର୍ଚ୍ଚିତା ବିଶ୍ୱାଲ, ଅଭିଜିତ ଜେନା, ବିଶାଳ ମିଶ୍ର, ଗଜେନ୍ଦ୍ର ପୁର୍ଥାଲ ପ୍ରମୂଖ ହୃଦାନନ୍ଦଙ୍କୁ ସହଯୋଗ କରିଛନ୍ତି। ତେବେ ଦେଶରେ କରୋନା ଯୋଦ୍ଧାଙ୍କ ଉଦେଶ୍ୟରେ ଏହା ପ୍ରଥମ ମାଗାଜିନ ତାହା ପୁଣି ଜଣେ ଛାତ୍ରଙ୍କ ଦ୍ୱାରା ରଚନା କରାଯାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଳରେ ପ୍ରଶଂସାର ସୁଅ ଛୁଟୁଛି।

 

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories