www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ଆଜି ସର୍ବାଧିକ ୩ ହଜାର ୩୮୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୩ ହଜାର ୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୫୬ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ୯୮୬ରେ ପହଞ୍ଚିଛି। ଏଥିମଧ୍ୟରୁ ୨୭ ହଜାର ୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨ ହଜାର ୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

- Advertisement -

ଆଜି ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୮୭ ଜଣ ରହିଥିବା ବେଳେ କଟକରୁ ୪୯୨, ସମ୍ବଲପୁରରୁ ୧୮୨, ଗଂଜାମ ଓ ମୟୁରଭଞ୍ଜରୁ ୧୭୭ ଜଣ ଲେଖାଏଁ, ଯାଜପୁରରୁ ୧୭୬, ବରଗଡ଼ରୁ ୧୫୭, ରାୟଗଡ଼ାରୁ ୧୫୪, ପୁରୀରୁ ୧୨୧, ବାଲେଶ୍ୱରରୁ ୧୧୯, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୯୯, ଝାରସୁଗୁଡ଼ାରୁ ୯୪, କୋରାପୁଟରୁ ୮୯, ଭଦ୍ରକରୁ ୮୨, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୭୬ ଜଣ ଲେଖାଏଁ, କେନ୍ଦୁଝରରୁ ୬୩, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ମାଲକାନଗିରିରୁ ୪୪, ଜଗତସିଂହପୁରରୁ ୪୩, ସୋନପୁରରୁ ୩୭, ନବରଂଗପୁରରୁ ୩୧, କଳାହାଣ୍ଡିରୁ ୨୭, ନୂଆପଡ଼ାରୁ ୧୯, ଦେବଗଡ଼ରୁ ୧୬, ଅନୁଗୁଳରୁ ୧୩, ଗଜପତିରୁ ୯ ଓ ବୌଦ୍ଧରୁ ୫ ଜଣ ଅଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories