www.samajalive.in
Tuesday, December 9, 2025
17.1 C
Bhubaneswar

ଜାପାନ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ ଅତି ନିବିଡ- କ୍ୟାପେଟନ୍ ମିଶ୍ର

ଭୁବନେଶ୍ବର : ଆଜି ଭାରତୀୟ ଚାମ୍ବର ଅଫ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ୍ ଏକ ଭର୍ଚୁଆଲ ବୈଠକରେ ଜାପାନ ସହ ଭାରତର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ସଂପର୍କ ଅତି ନିବିଡ଼ ବୋଲି ଶିଳ୍ପ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡ଼ିଶା ଆଉ ଭାରତର ସୁରକ୍ଷିତ ଗୋପନୀୟତା ହୋଇ ରହିନାହିଁ, ରାଜ୍ୟ ଶିର ବିକାଶ କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି କରିଛି ତାହା ଶିଳ୍ପ ସଂପ୍ରଦାୟମାନଙ୍କୁ ବେଶ୍ ଆକୃଷ୍ଟ କରିପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମନ୍ତ୍ରୀ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ରହିଥିବା ସୁସ୍ଥ ପରିବେଶ ସହିତ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟଫର୍ମ ଗୋ-ସ୍ବିଫ୍ଟ ଏକକ ବାତାୟନ ଜରିଆରେ ଶିଳ୍ପ ପ୍ରତିଷ୍ଠା ଓ ସଂଚାଳନ ପାଇଁ ସହାୟକ ହୋଇପାରିବ ବୋଲି କହିଥିଲେ ।

ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ଶିଳ୍ପ ପାର୍କର ବିକାଶ କରାଯାଇଛି ସେ ସଂପର୍କରେ ଏକ ଉପସ୍ଥାପନା କରିଥିଲେ। ଏଥି ସହିତ ସେ ଜାପାନକୁ ସୁହାଇଲା ଭଳି କେତେକ ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ର ଉପରେ ପ୍ରସ୍ତାବନା ଦେଇଥିଲେ। ଏହି ବୈଠକରେ ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ସଂଜୟ କୁମାର ବର୍ମା ଏବଂ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମି.ସନ୍ତୋଷୀ ସୁଜୁକୀ ଅଂଶଗ୍ରହଣ କରି ତାଙ୍କର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ପରେ ଓଡ଼ିଶା ସମେତ ତାମିଲନାଡ଼ୁ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟର ପୁଞ୍ଜିବିନିଯୋଗ ସୁଯୋଗଗୁଡ଼ିକ ଉପରେ ଉପସ୍ଥାପନା କରାଯାଇଥିଲା। ଏହି ବୈଠକରେ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀ ନିତିନ ଭାନୁଦାସ ଜାୱଲେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories