www.samajalive.in
Sunday, December 7, 2025
13.1 C
Bhubaneswar

ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବ ବିଭିନ୍ନ ଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟ – ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ନିର୍ମାଣାଧୀନ ଶିଳ୍ପ ପାର୍କଗୁଡ଼ିକ ଖୁବ୍ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଜି ଶିଳ୍ପ ବିଭାଗରେ ୫’ଟି’ ଓ ମୋ ସରକାରର କାର୍ଯ୍ୟକାରିତା ସମୀକ୍ଷାବେଳେ ସେ ଏହା ପ୍ରକାଶ କରିଛନ୍ତି ।

ଏହି ବିଶ୍ବସ୍ତରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍ ପାର୍କ, ପାରାଦୀପ, ଆଲୁମିନିୟମ୍ ପାର୍କ, ଅନୁଗୁଳ, ସାମୁଦ୍ରିକ ଖାଦ୍ୟ ପାର୍କ, ଡେରାସ୍ ଏବଂ ଇଲୋକ୍ଟ୍ରୋନିକ୍ସ ପାର୍କ, ଭୁବନେଶ୍ୱର ଅନ୍ତର୍ଭୁକ୍ତ । ଏହି ଅତ୍ୟାଧୁନିକ ପ୍ରକଳ୍ପଗୁଡ଼ିକର ଆକର୍ଷଣୀୟ ଅବସ୍ଥିତି ଓ ସୁଲଭ ଜମି ମୂଲ୍ୟ ଯୋଗୁଁ ବହୁ ନିବେଶକାରୀଙ୍କୁ ଆକୃଷ୍ଟ କରିପାରିଛି ବୋଲି ଏହି ସମୀକ୍ଷାବେଳେ ଜଣାପଡ଼ିଛି। ଏଥି ସହିତ ଶିଳ୍ପ ମନ୍ତ୍ରୀ କଳିଙ୍ଗନଗରଠାରେ ଇସ୍ପାତ୍ କ୍ଲଷ୍ଟର ଓ ଜାତୀୟ ନିବେଶ ଏବଂ ପ୍ରସ୍ତୁତକାରୀ ଜୋନ୍ ଓ ପାରାଦୀପଠାରେ ପେଟ୍ରୋଲିୟମ୍ କେମିକାଲ ଏବଂ ପେଟ୍ରୋକେମିକାଲ୍ ପୁଞ୍ଜିନିବେଶ ଅଞ୍ଚଳ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ।

- Advertisement -

କୋଭିଡ୍ ମହାମାରୀ ସମୟରେ ଇଡକୋ ଏହିସବୁ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରି ପାରିଥିବାରୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ସରକାରୀ ସହଯୋଗରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଥିଲେ। ତା’ଛଡ଼ା କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କ ଯଥାଶୀଘ୍ର ସାରିବା ଏବଂ ଭବାନୀପାଟଣାଠାରେ ଏକ ଇଡକୋ ଟାୱାର ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ। ଓଡ଼ିଶା ଏବେ ବିଶ୍ବସ୍ତରୀୟ ଆଇଟି ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହେବାକୁ ଯାଉଥିବାରୁ ସମସ୍ତେ ଏଥି ପାଇଁ ମହତ୍ଵପୂର୍ଣ୍ଣ ଯୋଗଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ଼କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ସଂଜୟ କୁମାର ସିଂ, ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତିନ୍ ଭାନୁଦାସ ଜାୱଲେ ଏବଂ ବରିଷ୍ଠ ଅଧିକାରୀଗଣ ଅଂଶଗ୍ରହଣ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories