www.samajalive.in
Monday, December 8, 2025
14.1 C
Bhubaneswar

ଗୋଚାଷ ଓ କ୍ଷୀର ବ୍ୟବସାୟରେ ଉଦାହରଣ ସାଜିଛନ୍ତି ଜାମବାହାଲ ଗାଁର ମହିଳା

ବଲାଙ୍ଗିର: ମହିଲା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ସୁବିଧାରେ ଋଣ, ବ୍ୟବସାୟର ବ୍ୟବସ୍ଥା ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏମିତି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ବା ମହିଲା ସଂଘ ରହିଛନ୍ତି ଯେଉଁମାନେ କି ସରକାରୀ ସହାୟତାର ଉଚିତ ବ୍ୟବହାର କରି ଆଗକୁ ବଢିପାରିଛନ୍ତି। ତେବେ ବଲାଙ୍ଗିର ଜିଲାରେ ଏମିତି ଜଣେ ମହିଳା ଗୋଚାଷୀ ରହିଛନ୍ତି ଯିଏକି ସରକାରୀ ସହାୟତାର ସୁବିନିଯୋଗ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। କେବଳ ନିଜେ ନୁହଁ ବର୍ତ୍ତମାନ ଗାଁର ଶହେ ଜଣ ଗୋଚାଷୀଙ୍କ ପାଇଁ ରୋଜଗାରର ଦ୍ୱାର ଖୋଲିଛି। ଦିନ ଥିଲା ମାତ୍ର କିଛି ଲିଟର ଦୁଗ୍ଧ ବିକ୍ରି କରି ଘର ଚଲାଉଥିଲେ। କିନ୍ତୁ ଆଜିର ଦିନରେ ଦିନକୁ ୧୫ ଲିଟରରୁ ଉର୍ଦ୍ଧ ଦୁଗ୍ଧ ବିକ୍ରୟ କରି ଲାଭବାନ ହୋଇଛନ୍ତି। ଏହି ମହିଳା ଗୋଚାଷୀ ଜଣକ ହେଉଛନ୍ତି ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଜାମବାହାଲ ଗାଁର ହିମାଦ୍ରୀ ବୁଡେକ।

ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଜାମବାହାଲ ଗାଁର ହିମାଦ୍ରୀ ବୁଡେକ। ୩୬ ବର୍ଷିୟା ମହିଳା ଜଣକ ଏବେ ଜଣେ ସଫଳ ମହିଲା ଗୋ ଚାଷୀ। ସୂଚନା ଅନୁସାରେ ୬ଜଣ ପରିବାର କୁ ନେଇ ହିମାଦ୍ରୀଙ୍କ ପରିବାରର ଆର୍ଥିକ ଅବସ୍ଥା ଦୁଇ ବର୍ଷ ପୂର୍ବରୁ ସ୍ୱଚ୍ଚଳ ନଥିଲା। ଦିନ ମଜୁରିଆ ଭାବେ କାମ କରି ଘର ଚଲାଇବାକୁ ପଡୁଥିଲା। ଘରେ ଥିବା ଗୋଟିଏ ଗାଈର ଦୁଗ୍ଧ ବିକ୍ରୟ କରି ମିଲୁଥିବା ଟଙ୍କା ପରିବାର ଚଲାଇବାରେ କିଛିଟା ସହାୟକ ହେଉଥିଲା। ଦିନକୁ ଅଲ୍ପ କିଛି ଲିଟର ଦୁଗ୍ଧ ଲିଟର ପ୍ରତି ୧୫ ଟଙ୍କାରେ ହିମାଦ୍ରୀ ନିକଟସ୍ଥ ଏକ ହୋଟେଲ କୁ ଦେଇ କିଛି ଟଙ୍କା ରୋଜଗାର କରୁଥିଲେ। ଗତ ୨୦୧୮ ମସିହା ଅଗଷ୍ଟ ମାସରେ ବିକେଏନ ଦୁଗ୍ଧ ସଂଘ ପକ୍ଷରୁ ଗାଁରେ ଜୟମାତା ମହିଲା ଡାଏରୀ ସମବାୟ ସମିତି ଗଠନ କରାଯାଇଥିଲା। ୨୦ ଜଣିଆ ଏହି କମିଟିରେ ଅନ୍ୟ ଗୋ ଚାଷୀଙ୍କ ସହ ହିମାଦ୍ରୀ ମଧ୍ୟ ଯୋଗଦେଇଥିଲେ। ବିକେଏନ ଦୁଗ୍ଧ ସଂଘ ପକ୍ଷରୁ ତାଙ୍କୁ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନ କୈାଶଳ ତାଲିମ ଦେବା ସହିତ ଦୁଗ୍ଧ ବ୍ୟବସାୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସହାୟତାର ସୁବିନିଯୋଗ କରି ହିମାଦ୍ରୀ ଏବେ ଜଣେ ସଫଳ ମହିଲା ଗୋଚାଷୀ ପାଲଟିଛନ୍ତି।

- Advertisement -

ବର୍ତ୍ତମାନ ସେ ସମବାୟ ସମିତି ମାଧ୍ୟମରେ ପ୍ରତିଦିନ ୧୫ ଲିଟରରୁ ଉର୍ଦ୍ଧ ଦୁଗ୍ଧ ସରକାରୀ ଦରରେ ବିକ୍ରୟ କରି ବେଶ ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି। ଏହା ସହିତ ପରିବାର ଆର୍ଥିକ ସ୍ୱଚ୍ଚଳତାକୁ ମଧ୍ୟ ସୁଧାରାଇପାରିଥିବା ସେ କହିଛନ୍ତି। ଏପରିକି ଆର୍ଥିକ ସମସ୍ୟା ଯୋଗୁ ପଡ଼ିଆ ପଡୁଥିବା ଜମି ମଧ୍ୟ ଏଥିରୁ ଲାଭବାନ ହୋଇଛି। କ୍ଷୀର ବ୍ୟବସାୟରୁ ରୋଜଗାର ହେଉଥିବା ଟଙ୍କା କୁ ପରିବାର ଲୋକ ଜମିରେ ବିନିଯୋଗ କରି ଚାଷ କରୁଛନ୍ତି। ଯାହାକି ପରିବାର ପାଇଁ ବାରଦାନ ସଦୃଶ ହୋଇଛି। କେବଳ ହିମାଦ୍ରୀ ନୁହଁନ୍ତି ଗାଁର ଅନେକ ମହିଳା ଏବେବି ଏହି ଡାଏରୀ ସମବାୟ ସମିତି ସହିତ ଯୋଡି ହୋଇଛନ୍ତି। ଶହେ ଜଣ ଗୋ ଚାଷୀ କ୍ଷୀର ବିକ୍ରୟ କରି ଭଳ ଲାଭ ପାଇଛନ୍ତି। ଗାଈ ଫାର୍ମ କରି କ୍ଷୀର ବ୍ୟବସାୟ କରିବା ପାଇଁ ହିମାଦ୍ରୀ ଲୋକ ମାନଙ୍କୁ ପ୍ରବର୍ତ୍ତାଇଥାନ୍ତି। କରୋନା ମହାମାରୀ ସମୟରେ ରୋଜଗାର, ପରିବାର ଚଲାଇବା ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ଏମିତି ଅନେକ ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନେ କି ବିଭିନ୍ନ ଉପାୟରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

କରୋନା ସମୟରେ ନିଜେ ଚଲିବା କଷ୍ଟକର ହୋଇପଡୁଥିବା ବେଳେ ବଲାଙ୍ଗିର ଜିଲାର ବହୁ ଗୋଚାଷୀ ଗାଈ ମାନଙ୍କୁ ବିକ୍ରୟ, ମାଗଣାରେ ଦାନ ଓ ରାସ୍ତାରେ ଛାଡି ଦେଇଥିଲେ। କିନ୍ତୁ ହିମାଦ୍ରୀ ନିଜ ଗାଈ ମାନଙ୍କୁ ପୂର୍ବ ଭଳି ପୋଷଣ କରି ଆଜି ସେହି ଗାଈ ଦୁଗ୍ଧ ବିକ୍ରୟ କରି କରୋନା ଭଳି ଏକ ବିଷମ ପରିସ୍ଥିତିରେ ଘର ଚଲାଇ ପାରିଛନ୍ତି। ଏହା ସହିତ ଅନ୍ୟ ଗୋ ଚାଷୀ ମାନଙ୍କ ପାଇଁ ମହିଳା ଜଣକ ଉଦାହରଣ ସାଜିଛନ୍ତି। ତେବେ ନିହାତି ଭାବେ ହିମାଦ୍ରୀ ଓ ଅନ୍ୟ ମହିଳା ଚାଷୀ ମାନଙ୍କ କ୍ଷୀର ବ୍ୟବସାୟ ସେମାନଙ୍କ ପାଇଁ ଏକ ବଡ ରୋଜଗାରର ସୁଯୋଗ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories