www.samajalive.in
Sunday, December 7, 2025
26.1 C
Bhubaneswar

ଝିଅ ପାଇଁ ବାପା ନେଉଥିଲେ ରାଧାଷ୍ଟମୀ ଭାର; ବୁଡ଼ିଗଲା ରାସ୍ତା, ଭାସିଗଲା ସାଇକଲ

ନୀଳଗିରି : ଜଣେ ଗରିବ ବାପା ପାଇଁ ଦୁଃଖ ଆଣି ଦେଇଛି ଲଘୁଚାପ ବର୍ଷା। ଆମ୍ବ, ପଣସ, ମିଠା, ପିଠା ଧରି ଝିଅଘରକୁ ରାଧାଷ୍ଟମୀ ସଜ ନେଇ ଯାଉଥିବାବେଳେ ବାପାଙ୍କ ସାଇକଲ ବର୍ଷା ପାଣିରେ ଭାସିଯିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳରେ।
ଗରଡ଼ିହି ପଞ୍ଚାୟତ ଅନ୍ତର୍ଗତ ବାଙ୍କିସାହି ନିକଟ ଚନ୍ଦିନିପୁର ଗାଁର କରୁଣାକର ବେହେରା ବୁଧବାର ସକାଳୁ ସକାଳୁ ସୋର ଅଞ୍ଚଳରେ ବାହା କରିଥିବା ଝିଅ ଘରକୁ ବାହାରି ପଡ଼ିଥିଲେ। ଝିଅ ପାଇଁ ମିଠା, ପିଠା, ଆମ୍ବ, ପଣସ, ଶାଢ଼ୀ ପ୍ରଭୃତି ରାଧାଷ୍ଟମୀ ସଜ ଧରି ଏକ ସାଇକଲରେ ବରହମପୁରକୁ ଯାଉଥିଲେ। ସେଠାରୁ ବସ୍ ଯୋଗେ ଝିଅଘରକୁ ଯିବା ପାଇଁ ମସୁଧା କରିଥିଲେ। କିନ୍ତୁ ଚନ୍ଦିନିପୁର ଗାଁ ପାର ହେବା ପରେ ବରହମପୁରକୁ ଯାଇଥିବା ସଡ଼କଟି ଲଗାଣ ବର୍ଷା ପାଣିରେ ବୁଡ଼ି ଯାଇଥିଲା। ସେପଟେ ବସରେ ଯିବା ବିଳମ୍ବ ହୋଇଯିବା ଦେଖି ସମ୍ପୃକ୍ତ ବ୍ୟକ୍ତି ସାଇକଲରୁ ଓହ୍ଲାଇ ପାଣିଭର୍ତ୍ତି ରାସ୍ତା ଉପରେ ଚାଲି ଚାଲି ଯାଉଥିବା ସମୟରେ ଗୋଡ଼ ଖସି ଯିବାରୁ ସାଇକଲଟି ବିଲ ଭିତରକୁ ଖସି ଯାଇଥିଲା। ଏଥିରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ କାନ୍ଦି ପକାଇଥିଲେ। ଦୁଇହଜାର ଟଙ୍କାର ସାମଗ୍ରୀ ସହ ସାଇକଲଟି ପାଣିରେ ଭାସି ଯାଇଥିବା ଜଣାଯାଇଛି। ଲକଡାଉନ ଓ ସଟ୍‍ଡାଉନ ସମୟରେ ୨ହଜାର ଟଙ୍କାର ଏକାଠି କରି ଝିଅଘରକୁ ରାଧାଷ୍ଟମୀ ସାମଗ୍ରୀ ପହଞ୍ଚାଇବା ତାଙ୍କ ପାଇଁ ବଡ଼କଥା ଥିଲା। ତେବେ ଖବର ଲେଖା ହେବା ବେଳକୁ ସାଇକଲ ଓ ସାମଗ୍ରୀ ମିଳିପାରିନଥିବା ସୂଚନା ମିଳିଛି। ଉକ୍ତ ରାସ୍ତା ଉପରେ ୩ଫୁଟ୍‍ରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହେଉଥିବାବେଳେ ଏଭଳି ଅଘଟଣ ଉକ୍ତ ରାସ୍ତା ପାଇଁ ପ୍ରଥମଥର ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories