www.samajalive.in
Saturday, December 6, 2025
26.1 C
Bhubaneswar

ବଡ଼ବନ୍ଧିଆଣୀ ରାସ୍ତାରେ ବନ୍ୟାଜଳ ପ୍ରବାହିତ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ବଡ଼ବନ୍ଧିଆଣୀ ରାସ୍ତାର ଦୁଇ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ଦୁଇଦିନ ହେଲା ମହାନଦୀର ବନ୍ୟାଜଳ ସହିତ ତିଗିରିଆ ଅଞ୍ଚଳର ବର୍ଷାଜଳ ଏଠାରେ ଜମାହୋଇ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ‘ଳରେ ବଡ଼ନାଉପୁଟ ପଞ୍ଚାୟତର ଖଣ୍ଡହତାରୁ ସୋମପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଉକ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ଗତ କିଛିଦିନ ହେଲା ଲଘୁଚାପ ଜନିତ ବର୍ଷା ଏବଂ ହୀରାକୁଦରୁ ନିଷ୍କାସିତ ଜଳ ମହାନଦୀରେ ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ଅଞ୍ଚଳର ବନ୍ୟାଦ୍ୱାର ଭାବେ ପରିଚିତ ବାଙ୍କୀ ଉତ୍ତର କୁଳାଟ ଅନ୍ତର୍ଗତ ଘୋଡ଼ାବରସ୍ଥିତ ହୁଳୁହୁଳା ପୋଲଦେଇ ମହାନଦୀର ବନ୍ୟାଜଳ ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟର ଆଭ୍ୟନ୍ତରୀଣ ଚାଷଜମିଗୁଡ଼ିକ ପ୍ରବାହିତ ହେଉଥିଲା। ଏଣେ ଲଘୁଚାପ ଜନିତ ବର୍ଷା କାରଣରୁ ତିଗିରିଆ ସହିତ ମାଣିଆବନ୍ଧ ଅଞ୍ଚଳର ବର୍ଷାଜଳ ବିଭିନ୍ନ ନାଳଦେଇ ବଡ଼ବନ୍ଧ ପୋଲ ଦେଇ ମହାନଦୀକୁ ନିଷ୍କାସିତ ହେଉଥିଲା। ଗୋଟିଏ ପଟେ ପ୍ରଚୁର ବର୍ଷାଜଳ ଏବଂ ଅନ୍ୟପଟେ ମହାନଦୀର ବନ୍ୟାଜଳ ଏହି ବଡ଼ବନ୍ଧ ପୋଲଠାରେ ଏକାଠି ହେବା ପରେ ସେଠାରେ ଜଳପତ୍ତନ ବୃଦ୍ଧି ପାଇଛି। ମହାନଦୀର ବନ୍ୟାଜଳ ପାଟ କିସମରେ ଏହି ଚାଷଜମିଗୁଡ଼ିକରେ ପ୍ରବାହିତ ହେବା ଦ୍ୱାରା ବର୍ଷାଜଳ ମହାନଦୀକୁ ନିଷ୍କାସନ ହେବାରେ ବାଧା ସୃଷ୍ଟି ହୋଇଛି। ଯାହା ‘ଳରେ ବଡ଼ବନ୍ଧ ପୋଲ ଉପରେ ଆଜି ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ରହିଥିବା ବେଳେ ଏହା ସଂଯୁକ୍ତ ଉଭୟ ପାର୍ଶ୍ବ ରାସ୍ତାରେ ଏକ ଫୁଟରୁ ଦୁଇ ଫୁଟ ପର୍ଯ୍ୟନ୍ତ ବନ୍ୟାଜଳ ଚାଲୁ ରହିଛି। ପ୍ରଭାବରେ ରାସ୍ତାର ଉଭୟ ପାର୍ଶ୍ବରେ ତିଗିରିଆର ସୋମପଡ଼ା, ପୁରୁଣାତିଗିରିଆ, ବଡ଼ନାଉପୁଟ ସହିତ ବାଙ୍କୀର ବନ୍ଦାଳ ଓ ସୁବର୍ଣ୍ଣପୁର ପଞ୍ଚାୟତର କେତେକ ଗ୍ରାମର ଚାଷୀଙ୍କ ଶତାଧିକ ଏକର ପରିମିତ ଧାନଚାଷକୁ ବନ୍ୟାଜଳ ବୁଡ଼ାଇ ରଖିଛି। ତେବେ ମହାନଦୀରେ ବନ୍ୟାଜଳ ସ୍ଥାନୀୟ ଅଞ୍ଚଳରେ ଆଜି ସ୍ଥିର ଅବସ୍ଥାରେ ରହିଥିବାରୁ ଏଠାରେ ମଧ୍ୟ ବନ୍ୟାଜଳ ସ୍ଥିର ରହିଥିବା ଜଣାପଡ଼ିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories