www.samajalive.in
Monday, December 8, 2025
14.1 C
Bhubaneswar

ଭାରତରେ କରୋନା ଟୀକା ‘ସ୍ପୁଟନିକ-୫’ ଉତ୍ପାଦନ ନିମନ୍ତେ ରୁଷ ଆଗ୍ରହୀ

ସମ୍ପ୍ରତି ପୁରା ବିଶ୍ବ କୋବିଡ଼-୧୯ ମହାମାରୀରେ ପୀଡ଼ିତ ଓ ବିଚଳିତ । କେବଳ ଭାରତରେ ବର୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୩୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଓ ୫୮,୩୯୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ସ୍ଥିତିରେ କରୋନା ନିୟନ୍ତ୍ରଣ ଟୀକା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି ଓ ଏହାକୁ ଅତି ବ୍ୟଗ୍ରତାର ସହ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ସ୍ଥିତିରେ ଭାରତୀୟଙ୍କ ପାଇଁ ରୁଷରୁ ଆସିଛି ଭଲ ଖବର । କରୋନା ଭୂତାଣୁ ନିମନ୍ତେ  ବିଶ୍ବରେ ପ୍ରଥମେ ଟୀକା ପ୍ରସ୍ତୁତ କରିଥିବା ରୁଷ ଟୀକା ପ୍ରଦାନ କରିବାକୁ ଭାରତ ସହ ଯୋଗସୂତ୍ର ସ୍ଥାପନ କରିଛି । କେବଳ ସେତିକି ନୁହେଁ   ‘ସ୍ପୁଟନିକ୍-୫’ ଟୀକା ଭାରତ ସହ ମିଶି ପ୍ରସ୍ତୁତ କରିବା ଓ ଭାରତରେ ଏହାର ଉତ୍ପାଦନ ଆରମ୍ଭ କରିବାକୁ ରୁଷ ଆଗ୍ରହପ୍ରକାଶ କରିଥିବା ସୂଚନା ମିଳିଛି ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରୁଷ ନିଜ ଟୀକା ସ୍ପୁଟନିକ୍-୫ ସମ୍ପର୍କରେ ବିସ୍ତୃତ ଭାବରେ ଭାରତ ସହ ଆଲୋଚନା କରିଛି । ଭାରତରେ କାର୍ଯ୍ୟରତ ରୁଷ ରାଷ୍ଟ୍ରଦୂତ ନିଲୋଲୟ କୁଦାସେଭ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ସହ ଏ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି । ରୁଷ ରାଷ୍ଟ୍ରଦୂତ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (ପ୍ରିନ୍ସପାଲ ସାଇନ୍ଟିଫିକ୍ ଆଡ଼ଭାଇଜର) ବିଜୟ ରାଘବନ, ବାୟୋ ଟେକ୍ନିକାଲ ବିଭାଗର ସଚିବ ରାନୁ ସ୍ବରୂପ ଓ ଆଇସିଏମ୍ଆରର ମହାନିର୍ଦେଶକ ଜେନେରାଲ ଡ଼ା. ବଳରାମ ଭାର୍ଗବଙ୍କ ସହ କଥାବାର୍ତା କରିଛନ୍ତି । ସେହିପରି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ମଧ୍ୟ ରୁଷ ରାଷ୍ଟ୍ରଦୂତ ବୈଠକ କରିଛନ୍ତି ବୋଲି ଜଣାପଡ଼ିଛି ।

- Advertisement -

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରୋନା ଟୀକା ସମ୍ପର୍କ ଜଡ଼ିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରୁଷ ପ୍ରଦାନ କରିବ ବୋଲି ରାଷ୍ଟ୍ରଦୂତ କୁଦାସେଭ ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ କରୋନା ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ଗୈମାଲୟା ନେସନାଲ ସେଣ୍ଟର ଅଫ୍ ଏପିଡ଼େମିୟୋଲୋଜି ଏଣ୍ଡ ମାଇକ୍ରୋବାୟୋଲୋଜି ସହ ନିୟମିତ ସମ୍ପର୍କରେ ଅଛନ୍ତି । କରୋନା ଟୀକା ସଂକ୍ରାନ୍ତ ସମସ୍ତ ତଥ୍ୟ, ସୂଚନା ଓ ଉତ୍ପାଦନ ସୂତ୍ରରୁ କିପରି ଭାରତକୁ ମିଳିବ ସେଥିପାଇଁ ପ୍ରୟାସ କରିଛନ୍ତି ।

ଭାରତରେ ତିନିଟି କମ୍ପାନୀ କରୋନା ଟୀକା ପ୍ରସ୍ତୁତି ନିମନ୍ତେ ପ୍ରୟାସ ଚଳାଇଛନ୍ତି । ଏହାମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ୍, ଜାଇଡ଼ସ କ୍ୟାଡ଼ିଲା ଓ ଭାରତ ବାୟୋଟେକ୍ ଅନ୍ତର୍ଭୁକ୍ତ । କମ୍ପାନୀଗୁଡ଼ିକ ନିଜ ପ୍ରସ୍ତୁତ ଟୀକାର ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ କରିଛନ୍ତି । ଗତ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ଦେବା ସମୟରେ କରୋନା ଟୀକା ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ବାସନା ଦେଇଥିଲେ । ଶେଷ ପର୍ଯ୍ୟାୟ ପରୀକ୍ଷଣ ପରେ ଟୀକାର ଉତ୍ପାଦନ ଓ ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ସ୍ଥିତିରେ ରୁଷ ଅଧିକାରୀ ସ୍ପୁଟନିକ-୫ର ଭାରତରେ ଉତ୍ପାଦନ ନିମନ୍ତେ ଆଗ୍ରହ ପ୍ରକାଶ କରିବା ପରେ କରୋନାକୁ ନେଇ ବିବ୍ରତ ଭାରତୀୟ କିଛି ପରିମାଣରେ ଆଶ୍ବସ୍ତ ହୋଇଥିବା କୁହାଯାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories