www.samajalive.in
Monday, December 8, 2025
27.1 C
Bhubaneswar

କରୋନା କଟକଣା ଭିତରେ ନୂଆଖାଇ ପାଳିତ

ବଲାଙ୍ଗିର: କରୋନା ଭଳି ଏକ ବିଷମ ପରିସ୍ଥିତି ସତ୍ତେ୍ୱ ବଲାଙ୍ଗିର ଜିଲାରେ ବେଶ ଧୁମଧାମର ସହିତ ପାଳିତ ହୋଇଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ। ପରମ୍ପରା ଅନୁସାରେ ଇଷ୍ଟଦେବୀଙ୍କ ଠାରେ ନୂଆ ଲାଗି ହେବା ପରେ ପରିବାର ସହ ମିଶି ସମସ୍ତେ ନୂଆ ଖାଇଛନ୍ତି। ଯଦିଓ ନୂଆଖାଇ ପାଇଁ ପୂର୍ବରୁ ଜିଲାପ୍ରଶାସନ କଟକଣା ଜାରି କରିଥିଲେ ତଥାପି ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଥିଲା।

ପଶ୍ଚିମଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଖାଇ।ବଲାଙ୍ଗିର ଜିଲା ସମେତ ସାରା ପଶ୍ଚିମଓଡିଶାରେ ଏହି ପର୍ବକୁ ବେଶ ଧୂମଧାମର ସହିତ ପାଳନ କରାଯାଇଥାଏ। ପରିବାରର ସମସ୍ତ ସଦସ୍ୟ ଯିଏ ଯେଉଁଠି ଥିଲେ ମଧ୍ୟ ପରିବାର ସହ ସାମିଲ ହୋଇ ଏହି ପର୍ବକୁ ପରିବାର ସହ ମିଶି ମନାଇଥାଏ। ତେବେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ନୂଆଖାଇରେ କିଛିଟା ସମସ୍ୟା ଦେଖିବାକୁ ମିଲିଥିଲା। ତଥାପି ନୂଆଖାଇର ଉତ୍ସାହକୁ କମ କରିପାରିନଥିଲା। ପୂର୍ବରୁ ନୂଆଖାଇକୁ ନେଇ ଜିଲା ପ୍ରଶାସନ କଟକଣା ଜାରି କରିଥିବା ବେଳେ ଲୋକେ ଘରେ ରହି ପରିବାର ସହ ମିଶି ନୂଆ ଖାଇଛନ୍ତି। କରୋନା ଯୋଗୁ ପ୍ରାୟତଃ ସମସ୍ତେ ଘରେ ଥିବା ବେଳେ ଘରେ ସୁରକ୍ଷିତ ଭାବେ ଜିଲାବାସୀ ନୂଆ ଖାଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories