www.samajalive.in
Tuesday, December 9, 2025
17.1 C
Bhubaneswar

ମଦଦୋକାନ ଲୁଟ୍‍ ଘଟଣାରେ ୩ ଗିରଫ, ଟଙ୍କା ଓ ବାଇକ୍‍ ଜବତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାରରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ଟଙ୍କା ଓ ବିଦେଶୀ ମଦ ଲୁଟ୍‍ ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩ଟି ବାଇକ୍‍ ଓ ନଗଦ ଟଙ୍କା ଜବତ କରିଛି। ଅଭିଯୁକ୍ତମାନଙ୍କୁ ଆଜି ପିପିଲି କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସାତଶଙ୍ଖ ନିକଟ କୁମାରେଶ୍ୱର ଅଞ୍ଚଳର ଦିପୁ ଓରଫ ବନମାଳି ବେହେରା (୨୫), ନିମାପଡା ଥାନା ପାଟପୁର ଅଞ୍ଚଳର ଅନାଥ ଦାସ (୨୮) ଓ ସାତଶଙ୍ଖ ନିକଟବର୍ତ୍ତି ପାରିପୋଟଳି ଗ୍ରାମରେ ମାମୁଁ ଘରେ ରହୁଥିବା କଣାସ ମନ୍ଦାରବସ୍ତ ଅଞ୍ଚଳର ପ୍ରୀତିରଞ୍ଜନ ସେନାପତି ଓରଫ ମିଲୁ (୨୪)।

- Advertisement -

ସୂଚନା ଅନୁଯାୟୀ, ଗତ ୧୫ ତାରିଖ ରାତିରେ ସାତଶଙ୍ଖ ବଜାରରେ ଥିବା ସରକାରୀ ବିଦେଶୀ ମଦ ଦୋକାନର ଲୁହା ସଟର ତାଲାକୁ ଭାଙ୍ଗି କେତେକ ଦୁର୍ବୁତ୍ତ ଦୋକାନ ମଧ୍ୟରୁ ୭ଲକ୍ଷ ଟଙ୍କା ସମେତ ୩ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ଲୁଟି ନେଇଥିବା ସଂପର୍କରେ ମଦ ଦୋକାନ ମାଲିକ ପ୍ରଦୀପ ମିଶ୍ର ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ ଘଟଣାର ତଦନ୍ତ ଚଳାଇଥିଲେ। ତେବେ ସେହି ୧୫ ତାରିଖ ରାତିରେ ସାତଶଙ୍ଖ ବଜାରରେ ଘଟିଥିବା ଅନ୍ୟ ଏକ ଦୋକାନ ପୋଡି ଓ ଲୁଟ୍‍ ମାମଲାରେ ୧୯ ତାରିଖରେ ଗିରଫ ହୋଇଥିବା ଅଭିଯୁକ୍ତ ମୋହନ ଓରଫ ମନୋଜ ସାହାଣୀ (୨୮) ଉପରୋକ୍ତ ମଦ ଦୋକାନ ଲୁଟରେ ସଂପୃକ୍ତ ଥିବା ନେଇ ପୁଲିସ ନିକଟରେ ସ୍ୱିକାର କରିବା ସହ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଇଥିଲା।

ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଆଇଆଇସି ଶ୍ରୀପୃଷ୍ଟିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ସ୍ଥାନ ଉପରେ ଚଢାଉ କରି ଅଭିଯୁକ୍ତ ବନମାଳି ବେହେରା, ଅନାଥ ଦାସ ଓ ପ୍ରୀତିରଞ୍ଜନ ସେନାପତିକୁ ଧରିବାରେ ସକ୍ଷମ ହୋଇଥିଲା। ପୁଲିସ ସେମାନଙ୍କ ନିକଟରୁ ୭ହଜାର ଟଙ୍କା ସମେତ ଲୁଟ୍‍ ହୋଇଥିବା ବିଭିନ୍ନ ବ୍ରାଣ୍ଡର କେତେକ ବିଦେଶୀ ମଦ ଓ ୩ଟି ବାଇକ୍‍କୁ ଜବତ କରିଛି। ଏହି ଲୁଟ୍‍ ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ନିମାପଡା ଅଞ୍ଚଳର ଦୀପକ କୁମାର ମଲ୍ଲିକକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories