www.samajalive.in
Monday, December 8, 2025
20.1 C
Bhubaneswar

ଚୀନରୁ ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଲାଗିବ ବ୍ରେକ

ନୂଆଦିଲ୍ଲୀ: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ​ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍‌ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ​ଚେନ‌ ଉପରେ ଉତ୍ପାଦନକାରୀଙ୍କୁ ରିପୋର୍ଟ ମଗାଯାଇଛି। କେଉଁ ରାଷ୍ଟ୍ରରୁ କେତେ ପରିମାଣ ଏବଂ ମୂଲ୍ୟର ଅଟୋ ଯନ୍ତ୍ରାଂଶ ଆମଦାନୀ କରାଯାଉଛି, ସେ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର। ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ।

ସୂଚନାଯୋଗ୍ୟ, ଚୀନ ହେଉଛି ଭାରତକୁ ସର୍ବାଧିକ ଅଟୋ ଯନ୍ତ୍ରାଂଶ ରପ୍ତାନିକାରୀ। ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଭାଗିଦାରିତା ବୃଦ୍ଧି କରିବା ପାଇଁ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ​ଗୋଏଲ ନିକଟରେ ଦେଶର ପ୍ରମୁଖ ଅଟୋମୋବାଇଲ ନିର୍ମାତାଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି।

- Advertisement -

ବୈଠକରେ ଚାଇନାରୁ ଷ୍ଟିଲ, ଟାୟାର, ଇଲେକ୍‌​ଟ୍ରୋନିକ୍ ଯନ୍ତ୍ରାଂଶ ଏବଂ ଇଲେକ୍‌ଟ୍ରିକ୍‌ ଯାନର ଯନ୍ତ୍ରାଂଶ ଆମଦାନୀ କମ୍‌ କରିବା ଉପରେ ଆଲୋଚନା କରାଯାଇଛି। ଦେଶକୁ ବାର୍ଷିକ ୧୫.୪ ବିଲିୟନ ଡଲାରର ଅଟୋ ଯନ୍ତ୍ରାଂଶ ଆମଦାନୀ କରାଯାଇଥାଏ।​‌ ଏଥିରେ ଚାଇନାର ଅଂଶ ସର୍ବାଧିକ ୨୫%ରୁ ଅଧିକ ରହିଛି। ସେହିଭଳି ଦକ୍ଷିଣ କୋରିଆରୁ ୧୪%, ଜର୍ମାନୀରୁ ୧୧% ଏବଂ ଜାପାନରୁ ୯% ଅଟୋ ଯନ୍ତ୍ରାଂଶ ଆମଦାନୀ କରାଯାଇଥାଏ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories