www.samajalive.in
Tuesday, December 9, 2025
16.1 C
Bhubaneswar

ମାଁ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂତନ ବସ୍ତ୍ର

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଆସନ୍ତା ୨୩ ତାରିଖ ରବିବାର ଦିନ ପାଳିତ ହେବ। ଏଥି ପାଇଁ ସମଗ୍ର ପଶ୍ଚିମ ଓଡିଶାରେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଥିବା ବେଳେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଗୁରୁବାର ନୁତନ ସମ୍ବଲପୁରୀ ପାଟ ଶାଢ଼ୀ ବିଚିତ୍ରପୁରୀ ପହଞ୍ଚିଛି। ବରଗଡର ବିଶିଷ୍ଟ ବୁଣାକାର ସଞ୍ଜୟ ମେହେର ନିଜେ ଶାଢ଼ୀ ଆଣି ମାଁ ସମଲେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କୁ ପ୍ରଦାନ କରିଛନ୍ତି।

ଏ ସର୍ମ୍ପକରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ, ପରମ୍ପରା ଅନୁଯାୟୀ ନୂଆଁଖାଇ ପାଳନ ପାଇଁ ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ମନ୍ଦିର ରଙ୍ଗ ଠାରୁ ଆରମ୍ଭ କରି, ନୁଆ ଧାନ, ନୂତନ ବସ୍ତ୍ର ଆଦିର ବ୍ୟବସ୍ଥା କରାଯାଉଛି। ଗତକାଲି ନୂଆ ଧାନ ମନ୍ଦିରକୁ ପହଞ୍ଚି ସାରିଥିବା ବେଳେ ଆଜି ମାଁଙ୍କ ପାଇଁ ନୂତନ ବସ୍ତ୍ର ମଧ୍ୟ ପହଞ୍ଚି ଯାଇଛି। ମାଁ ନୂଆଁଖାଇ ଦିନରେ ସେହି ବସ୍ତ୍ର ପରିଧାନ କରିବେ। ଏହା ସହିତ ନୂତନ ଅଳଙ୍କାରର ବ୍ୟବସ୍ଥା ମଧ୍ୟ କରାଯାଉଛି। ଆମେ ଆଶା କରୁଛୁ ଯେ ତାହା ନୂଆଁଖାଇ ପର୍ଯ୍ୟନ୍ତ ପ୍ରସ୍ତୁତ ହେବ ଏବଂ ମାଁ ନୂତନ ଅଳଙ୍କାର କରିବେ। ଏ ସର୍ମ୍ପକରେ ମାଆ ସମଲେଶ୍ବରୀ ମହିମା ପ୍ରଚାର ସମିତିର ସଦସ୍ୟ ତଥା ବିଶିଷ୍ଟ ବରଗଡ଼ର ବୁଣାକାର ସଞ୍ଜୟ ମେହେର କହିଛନ୍ତି ଯେ, ବହୁ ଦିନ ହେବ ମୋର ମାନସିକ ଥିଲା ଯେ ମୁଁ ନିଜେ ବିଚିତ୍ରପୁରୀ ଶାଢ଼ୀ ତିଆରୀ କରି ମାଁଙ୍କୁ ଅର୍ପଣ କରିବି। ତାହା ଆଜି ପୁରଣ ହେଉଥିବାରୁ ମୁଁ ନିଜକୁ ସୌଭାଗ୍ୟବାନ ମନେ କରୁଛି। ମୁଁ ଡିଜାଇନ କରିଥିବା ସମ୍ବଲପୁରୀ ବିଚିତ୍ରପୂରୀ ଶାଢ଼ୀ ପୂର୍ବରୁ କଟନ ସୁତାରେ ନିର୍ମିତ ହେଉଥିବା ବେଳେ ମାଁଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପାଟ ଶାଢ଼ୀ ନିର୍ମାଣ କରାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଣ୍ଡିତ ମହାସଭାର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୩ ତାରିଖ ପୂବାହ୍ନ ୯ଟା ୩୫ ରୁ ୯ଟା ୫୦ ମଧ୍ୟରେ ମାଁ ସମଲେଶ୍ୱରୀ ଙ୍କ ନିକଟରେ ନୂତନ ଉତ୍ପାଦିତ ଶସ୍ୟରୁ ନିର୍ମିତ ବସ୍ତୁ ଭୋଗ ଲାଗି ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଏହା ସହିତ କରୋନା ସଙ୍କଟ ଯୋଗୁଁ ନୂଆଁଖାଇ ଦିନ ସମସ୍ତ ନିତିବିଧି ଫେସବୁକ ଲାଇଭ ଜରିଆରେ ପ୍ରସାରିତ କରାଯିବ, ଯତଦ୍ୱାରା ଭକ୍ତ ଅନଲାଇନ ମାଧ୍ୟମରେ ଘରୁ ଥାଇ ମାଁଙ୍କ ଦର୍ଶନ କରିପାରିବେ ସେହି ବ୍ୟବସ୍ଥା ମଧ୍ୟ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories