www.samajalive.in
Monday, December 8, 2025
27.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଦେବଗଡ: ଚାଷଜମିରୁ ଚାଷକାର୍ଯ୍ୟ ସାରି ଫେରୁଥିବା ଜଣେ ଯୁବତୀ(୩୫)ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦେବଗଡ ଥାନା ପୁଲିସ ଆଜି ଦେବଗଡ ଥାନା ଅନ୍ତର୍ଗତ ଶରଣଖୋଳ ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ଦିନ ପ୍ରାୟ ସାଢେ ୧୧ଟା ସମୟରେ ଶରଣଖୋଳ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବତୀ ନିଜ ଚାଷଜମିରୁ ଚାଷକାର୍ଯ୍ୟ ସାରି ଘରକୁ ଏକୁଟିଆ ଫେରୁଥିବା ବେଳେ ଯୁବତୀଙ୍କ ଘର ବାଡିପଟେ ପୂର୍ବରୁ ଲୁଚି ରହିଥିବା ଉକ୍ତ ଗ୍ରାମର ରବି ସାହୁଙ୍କ ପୁଅ ହେମନ୍ତ ସାହୁ (୨୭)ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲା। ସଂନ୍ଧ୍ୟାରେ ପରିବାର ଲୋକେ ଘରକୁ ଫେରିବା ପରେ ଯୁବତୀ ଜଣକ ଘଟଣା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ବର୍ଷା ଓ ରାତ୍ରି ହୋଇଯାଇଥିବା କାରଣରୁ ଯୁବତୀ ଜଣକ ଉକ୍ତ ଦିନ ଥାନାକୁ ଆସିନପାରି ସୋମବାର ଦିନ ଦେବଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ ଥାନା ପୁଲିସ ଅଭିଯୁକ୍ତ ହେମନ୍ତ ବିରୁଦ୍ଧରେ ଦୁଷ୍କର୍ମ ମାମଲା ସମେତ ବିଭିନ୍ନ ଦଫାରେ ମାମଲା ଋୁଜ୍ଜୁ କରି ତଦନ୍ତ କରିବା ସହ ଗତକାଲି ଅଭିଯୁକ୍ତ ହେମନ୍ତକୁ ଗିରଫ କରିଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories