www.samajalive.in
Thursday, December 11, 2025
23.1 C
Bhubaneswar

୧୦୬୦ ୟୁରିଆ ସାର ବସ୍ତାକୁ ୪ହଜାର ଚାଷୀ, ଉତ୍ତ୍ୟକ୍ତ ଚାଷୀ ଭାଙ୍ଗିଲେ ଲ୍ୟାମ୍ପସ ଫାଟକ

ବଣାଇ: ବଣାଇରେ ଶତକଡ଼ା ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ନିଜ ଜୀବନ ଜୀବିକା ନିର୍ବାହ କରୁଥିବାବେଳେ ୟୁରିଆ ସାର ବସ୍ତାଟିଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି। ବଣାଇଗଡ଼ ଭଳି ଲ୍ୟାମ୍ପକୁ ଗତକାଲି ୧୦୬୦ ବସ୍ତା ୟୁରିଆ ସାର ଋଣୀ ଚାଷୀଙ୍କ ପାଇଁ ଆସିଥିବା ବେଳେ ଖବର ପାଇ ୪ହଜାରରୁ ଊର୍ଦ୍ଧ୍ବ ଚାଷୀ ଆଜି ସକାଳ ୭ଟାରୁ ଆସି ଭିଡ଼ ଜମାଇଥିଲେ। ଲ୍ୟାମ୍ପସ କାର୍ୟ୍ୟାଳୟର ମୁଖ୍ୟ ଫାଟକର ଉଭୟ ପାର୍ଶ୍ବରେ ହଜାର ହଜାର ମହିଳା ପୁରୁଷ ଚାଷୀ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ୧୦୬୦ ବସ୍ତା ସାର ଆସିଥିବା ଖବରପାଇ ଡହଳ ବିକଳ ହେଉଥିବା ଚାଷୀମାନେ ପୁଲିସ ଉପସ୍ଥିତିରେ ମୁଖ୍ୟ ଲୁହା ଫାଟକକୁ ଭାଙ୍ଗି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ପ୍ରଶାସନ, ଲ୍ୟାମ୍ପସ କର୍ତ୍ତୃପକ୍ଷ ଓ ପୁଲିସ ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ ଆଜି ପାଇଁ ସାର ବଣ୍ଟନ କାର୍ୟ୍ୟକୁ ସ୍ଥଗିତ ରଖାଯାଇଥିଲା। ପରେ ବଣାଇଗଡ଼ ଲ୍ୟାମ୍ପସ ଅଧୀନରେ ଜକୈକଳା, ଗୋବିନ୍ଦପୁର, କେନାଭେଟା, କେନ୍ଦ୍ରିକଳା, ବଡଗୋଗୁଆ ଓ ବଣାଇଗଡ଼ ପଞ୍ଚାୟତରେ ଥିବା ୭୦୦ଜଣ ଋଣୀ ଚାଷୀଙ୍କ ନିକଟରୁ ସାର ପାଇଁ ଆଗୁଆ ଚେକ ସଂଗ୍ରହ କରାଯାଇଥିଲା। ଆସନ୍ତାକାଲି ଜକୈକଳା ପଞ୍ଚାୟତର ୧୩୫ ଓ ଗୋବିନ୍ଦପୁର ପଞ୍ଚାୟତର ୧୫୬ ଜଣଙ୍କୁ ସାର ପ୍ରଦାନ କରାଯିବା ସହିତ ପର୍ୟ୍ୟାୟକ୍ରମେ ଅନ୍ୟ ପଞ୍ଚାୟତ ଗୁଡ଼ିକର ଋଣୀ ଚାଷୀମାନଙ୍କ ସାର ଦେବା ପରେ ଅନ୍ୟ ଚାଷୀମାନଙ୍କୁ ସାର ପ୍ରଦାନ କରାଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ହରେନ୍ଦ୍ର ବାରିକ ପ୍ରକାଶ କରିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories