www.samajalive.in
Sunday, December 7, 2025
16.1 C
Bhubaneswar

ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତଭାଷା ଅପରିହାର୍ଯ୍ୟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସଂସ୍କୃତ ଏକ ପ୍ରାଚୀନ ଆଦିଭାଷା ଓ ସର୍ବଭାଷାର ଜନନୀ। ସଂସ୍କୃତ ଓ ସଂସ୍କୃତି ବିନା ସମାଜ ପଙ୍ଗୁ। ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତଭାଷା ଅପରିହାର୍ଯ୍ୟ। ତେଣୁ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଗଲେ ସେସବୁର ସମାଧାନ ହୋଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ସୋମବାର ହୋଟେଲ ଉପେନ୍ଦ୍ରଠାରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ସମାରୋହ କରୋନା ନିୟମକୁ ଦୃଢ ଭାବେ ପାଳନ କରି ସାମାଜିକ ଦୂରତ୍ୱ ଦେଇ ପାଳିତ ହୋଇଥିଲା। ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ, ସଂସ୍କୃତଭାଷା ଏକ କଠିନ ଭାଷା। ଏହି ଭାଷା ପ୍ରାଚୀନ ହେଲେ ମଧ୍ୟ ବେଶ୍‍ ବିଜ୍ଞାନ ସମ୍ମତ। ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସକାଶେ ପ୍ରୟାସ କରିବା ଉଚିତ୍‍। ସଂସ୍କୃତ ଭାଷା ପାଣିନିୟକ ସୂତ୍ର ତଥା ବିଦେଶର ବିଦ୍ୱାନମାନଙ୍କ ଏହି ଭାଷା ପ୍ରତି ଆଦରବୋଧ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ପ୍ରକୃତରେ ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କର ତଥ୍ୟଭିତ୍ତିକ ଅଭିବ୍ୟକ୍ତି ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଏହାଛଡ଼ା ସଂସ୍କୃତ ଶିକ୍ଷକମାନଙ୍କର ୬ ଦଫା ଦାବିଗୁଡ଼ିକ ତୁରନ୍ତ ଆଲୋଚନାଭିତ୍ତିରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଶେଷଭାବେ ମହାସଂଘର ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ସାଧାରଣ ସମ୍ପାଦକ ନରସିଂହ ଜେନା ଏବଂ ମୁଖ୍ୟ ଉପଦେଷ୍ଟା ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କୁ ସଂସ୍କୃତ ଶିକ୍ଷକଙ୍କର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ଆମନ୍ତ୍ରଣ କରିଥିଲେ।

- Advertisement -

ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ସଂସ୍କୃତ ଶିକ୍ଷକ ମହାସଂଘ ଏକ ଶୃଙ୍ଖଳିତ ସଂଗଠନ ଏବଂ ଭାଷା ସାହିତ୍ୟ ସଂସ୍କୃତି ସର୍ବୋପରି ସଂସ୍କୃତର ସୁରକ୍ଷା ଦିଗରେ କାର୍ୟ୍ୟ କରୁଥିବାରୁ ଏହାର ଭୂୟସୀ ପ୍ରଶଂସା କରିଥିଲେ। ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଆର୍ଶୀବଚନ ଦେଇ କହିଥିଲେ ଯେ, ସଂଗଠନର ସମସ୍ତ କାର୍ୟ୍ୟକର୍ତ୍ତା ନିଷ୍ଠାର ସହିତ କାର୍ୟ୍ୟ କରନ୍ତୁ ଏବଂ ଯେଉଁଠି କେତେକ ବ୍ୟକ୍ତି ମହାସଂଘରୁ ବିିଚ୍ଛିନ୍ନ ହୋଇ ସମାନ୍ତରାଳ ଭାବେ ସଂଗଠନ କରିଛନ୍ତି, ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଓ ଏହି ସଂଗଠନକୁ ମଜଭୁତ କରନ୍ତୁ। ଏହି ଅବସରରେ ୫ଜଣ ସଂସ୍କୃତ ବିଦ୍ୱାନ ଡଃ ନିରଞ୍ଜନ ଦାସ, ପଣ୍ଡିତ ଚକ୍ରଧର ମିଶ୍ର, ପଣ୍ଡିତ ସତ୍ୟବାଦୀ ପଣ୍ଡା, ଳକ୍ଷ୍ମୀଧର ରାଉତ ଓ ଶ୍ରୀମତୀ ସାବିତ୍ରୀ ମିଶ୍ରଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମହାସଂଘର ସାଧାରଣ ସମ୍ପାଦକ ନରସିଂହ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀମତୀ ସାବିତ୍ରୀ ମିଶ୍ର ଏବଂ ଳକ୍ଷ୍ମୀଧର ରାଉତ ଦୀପମନ୍ତ୍ର ଉଚ୍ଚାରଣ କରିଥିଲେ। ପଣ୍ଡିତ ଚକ୍ରଧର ମିଶ୍ର ବେଦ ପାଠ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ପଣ୍ଡିତ ସତ୍ୟବାଦୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories